କେଲଏଡ

ଉଇକିପିଡ଼ିଆ‌ରୁ
Keloid
Keloid disorder, keloidal scar[୧]
Bulky keloid forming at the site of abdominal surgery
ଉଚ୍ଚାରଣ
ବିଭାଗDermatology
ଲକ୍ଷଣAreas of scaring which is firm, raised, and rubbery[୨]
କାରଣGenetic and environmental factors[୨]
ବିପଦ କାରକDarker skin[୨]
ରୋଗ ନିର୍ଣ୍ଣୟ ପଦ୍ଧତିExamination, may be confirmed by biopsy[୨]
ସଠିକ ରୋଗ ନିର୍ଣ୍ଣୟDermatofibroma, hypertrophic scar[୨]
ଚିକିତ୍ସାTopical steroids, cryotherapy, surgical excision, radiation therapy, laser therapy[୨][୩]
ପୁନଃପୌନିକ4 to 16% (people with darker skin)[୨]

କେଲଏଡ ଏକ ବିଶେଷ ଧରଣର କ୍ଷତଦାଗ ଯାହା ଚର୍ମପୃଷ୍ଠଠାରୁ ଉପରକୁ ଥାଏ, ରବର ଭଳି ଲାଗେ, ମୂଳ କ୍ଷତଠାରୁ ଆକାର ବଡ଼ ଥାଏ ଏବଂ ଟାଣ ଲାଗେ | [୨] ଏହାର ରଙ୍ଗ ଚର୍ମ ସ‌ହିତ ସମାନ ଥାଇପାରେ, ଲାଲ କିମ୍ବା କଳା ହୋଇପାରେ | [୨] କୁଣ୍ଡେଇ ହେବା, ଜଳିବା ଅନୁଭବ କିମ୍ବା ଯନ୍ତ୍ରଣା ମଧ୍ୟ ହୋଇପାରେ | [୨] ପ୍ରାରମ୍ଭିକ ଆଘାତର ଅନେକ ମାସ ପର୍ଯ୍ୟନ୍ତ ସେମାନେ ଗଠିତ ହୋଇପାରନ୍ତି ନାହିଁ | [୪] ଏଗୁଡ଼ିକ ଅଣ-କର୍କଟ ଅଟେ | [୨]

ଜେନେଟିକ୍ ଏବଂ ପରିବେଶର ମିଶ୍ରିତ କାରଣ ଯୋଗୁ ସେଗୁଡ଼ିକ ଘଟିଥାଏ | [୨] ସଙ୍କଟରେ ଥିବା ଲୋକର ଚର୍ମରେ ଯେ କୌଣସି ଆଘାତ ପରେ ଏହି ରୋଗ ହୋଇପାରେ | [୨] ଅନ୍ତର୍ନିହିତ କାର୍ଯ୍ୟବିଧି: ଅସ୍ୱାଭାବିକ କ୍ଷତ ଆରୋଗ୍ୟ ଯୋଗୁ ହେଉଥିବା ଅନୁମାନ କରାଯାଏ | [୨] ଏହାକୁ ଦେଖି ସାଧାରଣତଃ ନିର୍ଣ୍ଣୟ କରାଯାଇପାରେ ଓ ବାୟୋପ୍ସି କରି ନିଶ୍ଚିତ କରାଯାଇପାରେ। [୨] ଏହା ହାଇପରଟ୍ରଫିକ ସ୍କାରଠାରୁ ପୃଥକ ରୋଗ ଯେଉଁଥିରେ ମୂଳ କ୍ଷତ ସ୍ଥାନ ବାହାରକୁ ଦାଗ ଯାଇଥାଏ | [୨]

ଏହାର ଚିକିତ୍ସା କଷ୍ଟସାଧ୍ୟ | [୨] ଏହି ରୋଗ ନିମନ୍ତେ କର୍ଟିକୋସ୍ଟିରଏଡ, କ୍ରାୟୋଥେରାପି, ରାଡିଏସନ ଥେରାପି, ଲେଜର ଥେରାପି ଓ ଶଲ୍ୟ ଚିକିତ୍ସା ପ୍ରୟାସ କରାଯାଇପାରେ | [୨] [୩] କଳା ଚର୍ମ ଥିବା ଲୋକଙ୍କ ଏହି ରୋଗ ହାର ୪.୫ରୁ ୧୬% ଅଟେ | [୨] ୧୦ରୁ ୩୦ ବର୍ଷ ବୟସର ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୫]

ଆଧାର[ସମ୍ପାଦନା]

  1. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. p. 1499. ISBN 978-1-4160-2999-1.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ McGinty, S; Siddiqui, WJ (January 2020). "Keloid". PMID 29939676. {{cite journal}}: Cite journal requires |journal= (help)
  3. ୩.୦ ୩.୧ Ogawa, Rei (2010). "The Most Current Algorithms for the Treatment and Prevention of Hypertrophic Scars and Keloids". Plastic and Reconstructive Surgery. 125 (2): 557–68. doi:10.1097/PRS.0b013e3181c82dd5. PMID 20124841.
  4. "Keloid scars". nhs.uk (in ଇଂରାଜୀ). 26 April 2018. Retrieved 16 January 2021.
  5. "Keloid scars". nhs.uk (in ଇଂରାଜୀ). 26 April 2018. Retrieved 16 January 2021.