ଅନୁପ କୁମାର ସାଏ

ଉଇକିପିଡ଼ିଆ‌ରୁ
ଅନୁପ କୁମାର ସାଏ
ବିଧାୟକ: ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୧୪
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପଣ୍ଡା
ପର ଅଧିକାରୀରାଧାରାଣୀ ପଣ୍ଡା
ନିର୍ବାଚନ ମଣ୍ଡଳୀବ୍ରଜରାଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-07-01) ୧ ଜୁଲାଇ ୧୯୬୧ (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁଷମା ଦେଓ
ବାପା/ବୋଉହରିଶ ଚନ୍ଦ୍ର ସାଏ (ବାପା)
ବୃତ୍ତିରାଜନୀତିଜ୍ଞ

ଅନୁପ କୁମାର ସାଏ (ଜନ୍ମ: ୧ ଜୁଲାଇ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୪ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅନୁପ କୁମାର ସାଏ ୧୯୬୧ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରିଶ ଚନ୍ଦ୍ର ସାଏ ଓ ପତ୍ନୀଙ୍କ ନାମ ସୁଷମା ଦେଓ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅନୁପ କୁମାର ସାଏ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୪ ମସିହାରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବ୍ରଜରାଜନଗର ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ବ୍ରଜରାଜନଗର ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବ୍ରଜରାଜନଗର ଭାରତୀୟ ଜାତୀୟ କଂଗ୍ରେସ

ବିବାଦ[ସମ୍ପାଦନା]

ଅନୁପ କୁମାର ସାଏ ଦୁଇଜଣଙ୍କୁ ହତ୍ୟା କରିବା ଘଟଣାରେ ୨୦୨୦ ମସିହାରେ ଛତିଶଗଡ଼ ପୋଲିସଦ୍ୱାରା ଗିରଫ ହୋଇଥିଲେ ।[୩][୪] ଜଣେ ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୧୬ ମସିହାରେ ସେ ସେହି ମହିଳା ଓ ତାଙ୍କର ୧୪ ବର୍ଷିୟା ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।[୫][୬] ସେ ଗିରଫ ହେବାପରେ ତାଙ୍କୁ ବିଜୁ ଜନତା ଦଳର ଅଧକ୍ଷ ନବୀନ ପଟ୍ଟନାୟକ ବିଜେଡିର ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ବରଖାସ୍ତ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Anup Kumar Sai". odishaassembly.nic.in. Odisha Assembly. Retrieved 3 August 2021.
  2. ୨.୦ ୨.୧ "ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ବିଦା ହେଲେ ଅନୁପ ସାଏ". Argus News (in Odia). 3 August 2020. Archived from the original on 3 August 2021. Retrieved 3 August 2021.{{cite news}}: CS1 maint: unrecognized language (link)
  3. "ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ". Odisha Reporter. 2020-08-26. Retrieved 2021-08-03.[permanent dead link]
  4. "Former Odisha MLA Anup Sai, driver Barman Toppo grilled by Chhattisgarh police on double murder". The New Indian Express. Retrieved 2021-08-03.
  5. Reporter, Staff (2020-02-14). "Three-time Odisha MLA 'confesses' to double murder". The Hindu (in Indian English). ISSN 0971-751X. Retrieved 2021-08-03.
  6. "Former BJD legislator from Brajarajnagar Anup Sai has tested positive for Covid19". Odisha TV (in English). Retrieved 2021-08-03.{{cite web}}: CS1 maint: unrecognized language (link)