ୟୁରେମିଆ

ଉଇକିପିଡ଼ିଆ‌ରୁ
Uremia
Uraemia, uremic syndrome
Uremic frost present on the head of a young man who presented with a blood urea nitrogen of 100 mg/dL and serum creatinine of 50 mg/dL.
ବିଭାଗNephrology
ଲକ୍ଷଣTiredness, nausea, loss of appetite, muscle cramps, itchiness, restless leg syndrome, confusion, urine-like smell to the breath[୧][୨]
କାରଣAcute or chronic kidney failure[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and poor kidney function[୧]
ଚିକିତ୍ସାDialysis, kidney transplant[୧]
PrognosisPoor without treatment[୧]

ୟୁରେମିଆ (ଇଂରାଜୀ ଭାଷାରେ Uremia) ଏକ ଲକ୍ଷଣ ପୁଞ୍ଜ ଯାହା ବୃକ୍‌କର କାର୍ଯ୍ୟକ୍ଷମତା କମ୍ ହେବାରୁ ପ୍ରକାଶ ପାଏ | [୧] ଏହି ଲକ୍ଷଣଗୁଡ଼ିକରେ ଥକ୍କା, ବାନ୍ତି, ଭୋକ ହ୍ରାସ, ମାଂସପେଶୀ କୁଞ୍ଚନତା/ କ୍ରାମ୍ପ, ଗଲୁ, ରେସ୍ଟଲେସ ଲେଗ୍ ସିଣ୍ଡ୍ରୋମ, ଦ୍ୱନ୍ଦ୍ୱ କିମ୍ବା ପ୍ରଶ୍ୱାସରେ ପରିସ୍ରା ଗନ୍ଧ ମିଳେ । [୧] [୩] ରୋଗ ଜଟିଳ ହେଲେ ସବଡୁରାଲ ହେମାଟୋମା, ୟୁରେମିକ ପେରିକାର୍ଡ଼ାଇଟିସ, ବା ଫୁସଫୁସ ଇଡିମା ହୋଇପାରେ। [୧]

ତୀବ୍ର କିମ୍ବା କ୍ରନିକ୍ ବୃକକ୍ ରୋଗ ଯୋଗୁ ଏହି ଅବସ୍ଥା ହୋଇପାରେ | [୧] ମଧୁମେହ, ଉଚ୍ଚ ରକ୍ତଚାପ, ବୃକ୍‌କ ଧମନୀ ସ୍ଟେନୋସିସ, ହେମୋଲାଇଟିକ-ୟୁରିମିକ ସିଣ୍ଡ୍ରୋମ, ଆଇଜିଏ ନେଫ୍ରୋପାଥି, ଫୋକାଲ ସେଗମେଣ୍ଟାଲ ଗ୍ଲୋମେରୁଲୋସ୍କ୍ଲେରୋସିସ, ମେମ୍ବ୍ରେନୋପ୍ରଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ ବା ପଲିସିସ୍ଟିକ ବୃକ୍‌କ ରୋଗରେ ଏହା ହୁଏ। [୧] ଶରୀରର ବର୍ଜ୍ୟବସ୍ତୁ ରୋଗ ବୃକ୍‌କ ଯୋଗୁ ନିଷ୍କାସିତ ହୋଇପାରେ ନାହିଁ | [୩] ଗ୍ଲୋମେରୁଲାର ଫିଲଟ୍ରେସନ ରେଟ (GFR) ୧୫ ମିଲି/ ମିନିଟରୁ କମ୍ ହେଲେ ଏହି ଅବସ୍ଥା ଉପୁଜେ | [୧] ଜିଏଫଆର ସାଧାରଣ ପାଖାପାଖି ହେଲେ କମ୍ ଲକ୍ଷଣ ଦେଖାଯାଏ | [୩]

ପ୍ରାରମ୍ଭିକ ଚିକିତ୍ସା ସାଧାରଣତଃ ଡାଏଲିସିସ ପ୍ରଣାଳୀରେ କରାଯାଏ | [୧] ଲୋହିତ ରକ୍ତ କଣିକା କମ୍ ଥିଲେ ଏରିଥ୍ରୋପଏସିସ୍-ସ୍ଟିମୁଲେଟିଙ୍ଗ ଏଜେଣ୍ଟ ବ୍ୟବହାର କରାଯାଇପାରେ ଏବଂ କମ୍ ପୋଟାସିୟମ୍ ଥିବା ଖାଦ୍ୟ ଖାଇବାକୁ ସୁପାରିଶ କରାଯାଏ | [୧] ପରବର୍ତ୍ତୀ କାଳରେ ବୃକ୍‌କ ପ୍ରତିରୋପନ କରାଯାଇପାରେ | [୧] ଚିକିତ୍ସା ନ କଲେ ଫଳାଫଳ ଖରାପ ହୁଏ | [୧]

ୟୁରେମିଆର ରୋଗୀ ସଂଖ୍ୟା ଅସ୍ପଷ୍ଟ କାରଣ ବୃକ୍‌କ କାର୍ଯ୍ୟ ହ୍ରାସ ହେବା ପୂର୍ବରୁ ଅଧିକାଂଶ ଲୋକ ଡାଏଲିସିସ୍ ଆରମ୍ଭ କରନ୍ତି | [୧] "ୟୁରେମିଆ" ଶବ୍ଦର ଅର୍ଥ ହେଉଛି "ରକ୍ତରେ ପରିସ୍ରା"। [୧] ଆରମ୍ଭରୁ ବୃକ୍‌କ ବିଫଳତା ହେତୁ ସମସ୍ତ ଲକ୍ଷଣ ପାଇଁ ୟୁରେମିଆ ଶବ୍ଦ ବ୍ୟବହୃତ ହୋଇଥିବାବେଳେ ୨୦୦୦ ଦଶକଠାରୁ ଏହା ଅଧିକ ତରଳ ପଦାର୍ଥ, ଅସ୍ୱାଭାବିକ ଇଲେକ୍ଟ୍ରୋଲାଇଟ କିମ୍ବା ସ୍ୱଳ୍ପ ଲାଲ ରକ୍ତ କଣିକା କାରଣ ଥିଲେ ଏହା ନିର୍ଣ୍ଣୟ କରାଯାଉ ନାହିଁ | [୩] ଏହି ଅବସ୍ଥା ପ୍ରଥମେ ୧୮୩୬ ମସିହାରେ ରିଚାର୍ଡ଼ ବ୍ରାଇଟଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା | [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Zemaitis, MR; Foris, LA; Katta, S; Bashir, K (January 2020). "Uremia". PMID 28722889. {{cite journal}}: Cite journal requires |journal= (help)
  2. Meyer TW; Hostetter, TH (2007). "Uremia". N Engl J Med. 357 (13): 1316–25. doi:10.1056/NEJMra071313. PMID 17898101.
  3. ୩.୦ ୩.୧ ୩.୨ ୩.୩ Meyer TW; Hostetter, TH (2007). "Uremia". N Engl J Med. 357 (13): 1316–25. doi:10.1056/NEJMra071313. PMID 17898101.
  4. Tilney, Nicholas L. (2003). Transplant: From Myth to Reality (in ଇଂରାଜୀ). Yale University Press. p. 46. ISBN 978-0-300-09963-8.