ଆଲ୍ଟେପ୍ଲେସ

ଉଇକିପିଡ଼ିଆ‌ରୁ
ଆଲ୍ଟେପ୍ଲେସ
Clinical data
Trade namesActivase, Actilyse, others
Synonymst-PA, rt-PA
AHFS/Drugs.commonograph
data
Pregnancy
category
  • US: C (Risk not ruled out) [୧]
Legal status
Legal status
Chemical and physical data
FormulaC2569H3928N746O781S40
Molar mass୫୯,୦୪୨.୫୨ g·mol−1
  (verify)

ଆଲ୍ଟେପ୍ଲେସ (ଇଂରାଜୀ ଭାଷାରେ Alteplase/ T-PA) ଏକ ଥ୍ରମ୍ବୋଲାଇଟିକ ଔଷଧ ଯାହା ଆକ୍ୟୁଟ ଏସଟି ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାର୍କସନ, ନିମ୍ନ ରକ୍ତଚାପ ଜନିତ ପଲମୋନାରି ଏମ୍ବୋଲିଜ୍ମ, ଆକ୍ୟୁଟ ଇସକେମିକ ଷ୍ଟ୍ରୋକ ଓ ଅବରୋଧ ହୋଇଥିବା ସେଣ୍ଟ୍ରାଲ ଭେନସ ଆକସେସ ଡିଭାଇସମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । [୨] ଏହା ଶିରା ବା ଧମନୀରେ ଇଞ୍ଜେକସନ ଆକାରରେ ଦିଆଯାଏ | [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟ୍ରାକ୍ରାନିଆଲ ରକ୍ତସ୍ରାବ ଓ ପାକସ୍ଥଳୀ-ଅନ୍ତନଳୀରେ ରକ୍ତସ୍ରାବ ହୋଇପାରେ | [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୱଚିତ୍ ଆଲର୍ଜି ପ୍ରତିକ୍ରିୟା ଅନୁଭୁତ ହୋଇପାରେ | [୩] ଜେନ୍ଟାମାଇସିନ ଓଷଧର ଆଲର୍ଜି ନିମନ୍ତେ ଏହା ଦିଆଯାଏ ନାହିଁ | [୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଏହାର ନିରାପତ୍ତା ଅସ୍ପଷ୍ଟ ଅଟେ | [୫] ଏହା ତନ୍ତୁ ପ୍ଲାଜମିନୋଜେନ ଆକ୍ଟିଭେଟର ଆକାରରେ ପ୍ରସ୍ତୁତ କରାଯାଏ | [୩] ଜମାଟ ରକ୍ତରେ ଥିବା ପ୍ଲାଜମିନୋଜେନ‌କୁ ଏହା ପ୍ଲଜମିନରେ ପରିଣତ କରିଦିଏ । [୩]

ସନ ୧୯୮୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ଆଲଟେପ୍ଲେସ ଅନୁମୋଦିତ ହୋଇଥିଲା। [୩] [୬] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହା ନାମ ଲିପିବଦ୍ଧ ଅଛି । [୭] ଯୁକ୍ତରାଜ୍ୟରେ ୨୦୧୮ରେ ଗୋଟିଏ ଚିକିତ୍ସା ପାଇଁ ପ୍ରାୟ £ 864 ଖର୍ଚ୍ଚ ହୋଇଛି। [୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୧୯ରେ ପ୍ରାୟ ୯,୧୯୭ ଆମେରିକୀୟ ଡଲାର ଥିଲା ।[୯]

ଆଧାର[ସମ୍ପାଦନା]

  1. "Alteplase Use During Pregnancy". Drugs.com. Retrieved 12 November 2019.
  2. "Alteplase Monograph for Professionals". Drugs.com. Retrieved 11 November 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Alteplase Monograph for Professionals". Drugs.com. Retrieved 11 November 2019.
  4. British national formulary : BNF 76 (76 ed.). Pharmaceutical Press. 2018. p. 216. ISBN 9780857113382.
  5. "Alteplase Use During Pregnancy". Drugs.com. Retrieved 12 November 2019.
  6. "Activase: FDA-Approved Drugs". U.S. Food and Drug Administration (FDA). Retrieved 4 January 2020.
  7. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  8. British national formulary : BNF 76 (76 ed.). Pharmaceutical Press. 2018. p. 216. ISBN 9780857113382.
  9. "Activase Prices, Coupons & Patient Assistance Programs". Drugs.com. Retrieved 12 November 2019.