ସହଦେବ ସାହୁ (ଓଡ଼ିଶା ଅର୍ଥ ସେବା ଅଧିକାରୀ)

ଉଇକିପିଡ଼ିଆ‌ରୁ
ସହଦେବ ସାହୁ
ଜନ୍ମ ଓ ଜନ୍ମସ୍ଥାନ (1959-01-10) ୧୦ ଜାନୁଆରୀ ୧୯୫୯ (ବୟସ ୬୫)
ଭୁଲୁକା,କୃଷ୍ଣପୁର ଶାସନ, ଯାଜପୁର
ବୃତ୍ତିଓଡ଼ିଶା ଅର୍ଥ ସେବା ଅଧିକାରୀ, ସାହିତ୍ୟିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଇତିହାସ), ଏମଫିଲ

ସହଦେବ ସାହୁ, ଜଣେ ଓଡ଼ିଆ ସାହିତ୍ୟିକ ଓ ଅବସରପ୍ରାପ୍ତ ଓଡ଼ିଶା ଅର୍ଥ ସେବା ଅଧିକାରୀ ଅଟନ୍ତି ।[୧] ସେ ଉଭୟ ଓଡ଼ିଆ ଓ ଇଂରାଜୀରେ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଇତ୍ୟାଦି ଲେଖନ୍ତି । ତାଙ୍କର ୧୩ଟି ଗଳ୍ପ ସଂକଳନ, ୬ଟି ଓଡ଼ିଆ ଉପନ୍ୟାସ ଓ ଗୋଟିଏ ଇଂରାଜୀ ଉପନ୍ୟାସ ପ୍ରକାଶିତ ହୋଇଛି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସହଦେବ, ୧୯୫୯ ମସିହାରେ ଯାଜପୁର ଜିଲ୍ଲାର କୃଷ୍ଣପୁର ଶାସନ ଅନ୍ତର୍ଗତ ଭୁଲୁକା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଫକିର ମୋହନ ସାହୁ ଓ ମାତାଙ୍କ ନାମ ରୁକ୍ମଣୀ ଦେବୀ । ସେ ଇତିହାସରେ ସ୍ନାତକୋତ୍ତର ଓ ଏମଫିଲ ଶିକ୍ଷାଲାଭ କରିଛନ୍ତି । ୧୯୮୬ରୁ ସେ ଅଧ୍ୟାପନା ବୃତିରେ ଯୋଗଦେଇଥିଲେ । ୧୯୮୯ରେ ସେ ଓଡ଼ିଶା ଅର୍ଥ ସେବାରେ ଯୋଗ ଦେଇ ୨୦୧୯ରେ ଅତିରିକ୍ତ ବାଣିଜ୍ୟ କର ଆୟୁକ୍ତ ଭାବରେ ଅବସରଗ୍ରହଣ କରିଥିଲେ ।

ସାହିତ୍ୟ କୃତି[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୨୦୦୯ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୩][୪]
  • ଅଖିଳ କଥା ସମ୍ମାନ, ୨୦୨୦
  • ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ୨୦୧୫ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
  • ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ, ୨୦୧୯ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ଆନନ୍ଦପୁର ଲେଖକ ସାହିତ୍ୟ ସମ୍ମାନ
  • ବିଶିଷ୍ଟ ନାଗରିକ ସମ୍ମାନ, କଟକ
  • ଅବନୀ ବରାଳ ସାହିତ୍ୟ ସମ୍ମାନ
  • ବନଫୁଲ ସାହିତ୍ୟ ସମ୍ମାନ
  • ପୁନର୍ନବା ଗଳ୍ପ ସମ୍ମାନ

ଆଧାର[ସମ୍ପାଦନା]

  1. "Home Dept, Govt of Odisha Office Order dated 14.10.2016" (PDF). www.homeodisha.gov.in. Govt of Odisha. Archived from the original (PDF) on 7 June 2021. Retrieved 7 June 2021.
  2. Sahadev Sahoo (7 April 2017). Concubine. One Point Six Technology Pvt Ltd. ISBN 978-93-5201-930-4.
  3. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୭ ଜୁନ ୨୦୨୧. {{cite web}}: Check date values in: |accessdate= (help)
  4. "ସହଦେବ ସାହୁ". www.odiasahitya.com. odiasahitya.com. Archived from the original on 7 June 2021. Retrieved 7 June 2021.