ଚାପଗ୍ରସ୍ତ ମୁଣ୍ଡବିନ୍ଧା

ଉଇକିପିଡ଼ିଆ‌ରୁ
Tension headache
Tension-type headache (TTH), stress headache, muscle contraction headache, psychomyogenic headache
A woman experiencing a tension headache
ବିଭାଗNeurology
ଲକ୍ଷଣMild to moderate head pain[୧]
ଅବଧି30 min to 7 hours[୧]
କାରଣUnclear[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ସଠିକ ରୋଗ ନିର୍ଣ୍ଣୟMigraine, cluster headache, secondary headaches[୧]
ପୁନଃପୌନିକ20%[୧]

ଚାପଗ୍ରସ୍ତ ମୁଣ୍ଡବିନ୍ଧା ବା ଟେନସନ୍ ମୁଣ୍ଡବିନ୍ଧା ବା ଷ୍ଟ୍ରେସ୍ ମୁଣ୍ଡବିନ୍ଧା ଏକ ସାଧାରଣ ପୁନଃ‌ପୌନିକ ମୁଣ୍ଡବିନ୍ଧା | [୧] ଯନ୍ତ୍ରଣା ପ୍ରାୟତଃ ମୁଣ୍ଡର ଉଭୟ ପାର୍ଶ୍ୱରେ ଘଟିଥାଏ ଏବଂ ମୃଦୁ ତୀବ୍ର ମୁଣ୍ଡବିନ୍ଧା ହୋଇପାରେ । [୧] ସାଧାରଣତଃ ଚାଲିବା ପରି କାର୍ଯ୍ୟକଳାପ ସହିତ ଯନ୍ତ୍ରଣାର ଗମ୍ଭୀରତା ପରିବର୍ତ୍ତନ ହୁଏ ନାହିଁ | [୧] ପ୍ରାୟତଃ ସକାଳେ ଅଳ୍ପ ଯନ୍ତ୍ରଣା ଏବଂ ରାତିରେ ଅଧିକ ଯନ୍ତ୍ରଣା ହୋଇଥାଏ | [୧] ଯନ୍ତ୍ରଣା ସ‌ହିତ ବେକ କିମ୍ବା କାନ୍ଧରେ କଠିନତା ଥାଇପାରେ | [୧] ସେଗୁଡିକ ୩୦ ମିନିଟରୁ ୭ ଦିନ ପର୍ଯ୍ୟନ୍ତ ରହିପାରେ | [୧]

ଏହାର କାରଣ ଅସ୍ପଷ୍ଟ ଯଦିଓ ପରିବେଶ, ଜେନେଟିକ୍ ଏବଂ ପୋଷଣ ଜନିତ କାରଣଗୁଡିକ ଥାଇପାରେ | [୧] ମାନସିକ ଚାପ ଏବଂ ଅଙ୍ଗ ବିନ୍ୟାସ ସମ୍ବନ୍ଧୀୟ କାରଣ ଥାଇପାରେ | [୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ଲକ୍ଷଣଗୁଡିକର ବର୍ଣ୍ଣନା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ । [୧] ଏହି ରୋଗ ନିର୍ଣ୍ଣୟ ପାଇଁ ଅତି କମରେ ୧୦ ଥର ଏପରି ଘଟିବା ଆବଶ୍ୟକ ହୁଏ | [୧]

ଯନ୍ତ୍ରଣା ଉପଶମ ନିମନ୍ତେ ଷଧ, ବିଶେଷ ଭାବରେ ଏନଏସଏଆଇଡି ଔଷଧ ଯେପରିକି ଆଇବୁପ୍ରୋଫେନ୍ ସହିତ ପାରାସିଟାମୋଲ (ଏସିଟାମିନୋଫାଇନ୍) ଦିଆଯାଏ ଓ ଟେନ୍ସନ୍ ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ଏହା ଅତି ପ୍ରଭାବଶାଳୀ ହୁଏ | [୨] [୩] [୧] ଅଧିକ ଯନ୍ତ୍ରଣା ଯୋଗୁ ବାରମ୍ବାର ଏହି ଔଷଧ ଦେଲେ ଅତି ପ୍ରୟୋଗ ମୁଣ୍ଡବ୍ୟଥା ହୋଇପାରେ | [୧] ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଯେପରିକି ଆମିଟ୍ରିପ୍ଟିଲିନ ଦେଲେ ପ୍ରତିଷେଧ ନିମନ୍ତେ ପ୍ରାୟ ୪ ସପ୍ତାହ ଉପଯୋଗୀ ମନେହୁଏ | [୪] [୧] ଶାରୀରିକ ଚିକିତ୍ସା ଏବଂ କଗନିଟିଭ-ବିହେଭିଅରାଲ ଥେରାପି ମଧ୍ୟ ଉପଯୋଗୀ ହୋଇପାରେ | [୧] ଏସଏସଆରଆଇ/ SSRIs, propranolol ଏବଂ ମାଂସପେଶୀ ଆରାମଦାୟକ ଔଷଧ ବ୍ୟବ‌ହାର କଲେ କିଛି ଉତ୍ତମ ଫଳ ମିଳେନାହିଁ | [୫] [୬]

ବର୍ଷକୁ ପ୍ରାୟ ୨୦% ଲୋକ ଏହି ରୋଗ‌ଗ୍ରସ୍ତ ହୁଅନ୍ତି ଏବଂ ପ୍ରାୟ ୮୦% ସେମାନଙ୍କ ଜୀବନର ଯେ କୌଣସି ସମୟରେ ପ୍ରଭାବିତ ହୁଅନ୍ତି | [୧] ୨୦୧୬ ସୁଦ୍ଧା ଟେନସନ୍ ମୁଣ୍ଡବିନ୍ଧାରେ ପ୍ରାୟ ୧.୮୯ ବିଲିୟନ ଲୋକ ପ୍ରଭାବିତ ହୋଇଥିଲେ [୭] ଏବଂ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ (ଯଥାକ୍ରମେ ୨୩%ରୁ ୧୮%)। [୮]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Shah, N; Hameed, S (January 2020). "Muscle Contraction Tension Headache". PMID 32965945. {{cite journal}}: Cite journal requires |journal= (help)
  2. Derry S, Wiffen PJ, Moore RA, Bendtsen L (July 2015). "Ibuprofen for acute treatment of episodic tension-type headache in adults". The Cochrane Database of Systematic Reviews. 7 (7): CD011474. doi:10.1002/14651858.CD011474.pub2. PMC 6457940. PMID 26230487.
  3. Loder E, Rizzoli P (January 2008). "Tension-type headache". BMJ. 336 (7635): 88–92. doi:10.1136/bmj.39412.705868.AD. PMC 2190284. PMID 18187725.
  4. Jackson JL, Shimeall W, Sessums L, Dezee KJ, Becher D, Diemer M, Berbano E, O'Malley PG (October 2010). "Tricyclic antidepressants and headaches: systematic review and meta-analysis". BMJ. 341: c5222. doi:10.1136/bmj.c5222. PMC 2958257. PMID 20961988.
  5. Verhagen AP, Damen L, Berger MY, Passchier J, Koes BW (April 2010). "Lack of benefit for prophylactic drugs of tension-type headache in adults: a systematic review". Family Practice. 27 (2): 151–65. doi:10.1093/fampra/cmp089. PMID 20028727.
  6. Banzi R, Cusi C, Randazzo C, Sterzi R, Tedesco D, Moja L (May 2015). "Selective serotonin reuptake inhibitors (SSRIs) and serotonin-norepinephrine reuptake inhibitors (SNRIs) for the prevention of tension-type headache in adults". The Cochrane Database of Systematic Reviews. 5 (5): CD011681. doi:10.1002/14651858.CD011681. PMC 6864942. PMID 25931277.
  7. Lenaerts ME (December 2006). "Burden of tension-type headache". Current Pain and Headache Reports. 10 (6): 459–62. doi:10.1007/s11916-006-0078-z. PMID 17087872.
  8. Vos T, Flaxman AD (December 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMC 6350784. PMID 23245607.