ପୁଷ୍ପେନ୍ଦ୍ର ସିଂହ ଦେଓ

ଉଇକିପିଡ଼ିଆ‌ରୁ
ପୁଷ୍ପେନ୍ଦ୍ର ସିଂହ ଦେଓ
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀବୀର ସିପ୍‌କା
ପର ଅଧିକାରୀମୌସଧି ବାଗ
ନିର୍ବାଚନ ମଣ୍ଡଳୀଧର୍ମଗଡ଼
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀକୋକସରା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-01-26) ୨୬ ଜାନୁଆରୀ ୧୯୬୬ (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପଦ୍ମା ସିଂହ ଦେଓ
ବାପା/ବୋଉଚନ୍ଦ୍ରଭାନୁ ସିଂହ ଦେଓ (ବାପା)
ରୋଷନୀ ସିଂହ ଦେଓ (ମାଆ)
ବୃତ୍ତିରାଜନୀତିଜ୍ଞ

ପୁଷ୍ପେନ୍ଦ୍ର ସିଂହ ଦେଓ (ଜନ୍ମ: ୨୬ ଜାନୁଆରୀ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋକସରାଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପୁଷ୍ପେନ୍ଦ୍ର ସିଂହ ଦେଓ ୧୯୬୬ ମସିହାର ଜାନୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରଭାନୁ ସିଂହ ଦେଓ ଓ ମାଆଙ୍କ ନାମ ରୋଷନୀ ସିଂହ ଦେଓ ଏବଂ ପତ୍ନୀଙ୍କ ନାମ ପଦ୍ମା ସିଂହ ଦେଓ ।[୧] ତାଙ୍କ ମାତାପିତା ଉଭୟ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଏବଂ ଓଡ଼ିଶା ବିଧାନ ସଭାକୁ ନିର୍ବଚିତ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ପୁଷ୍ପେନ୍ଦ୍ର ସିଂହ ଦେଓ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୧୧ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏବଂ ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନ ପ୍ରଚାର ବେଳେ କୌଦଳା ଗ୍ରାମରେ ତାଙ୍କୁ ଗ୍ରାମବାସୀମାନେ ଅଟକାଇ ୨୦୧୪ ମସିହାରେ କରିଥିବା ତାଙ୍କର ନିର୍ବାଚନୀ ପ୍ରତିଜ୍ଞା ଉପରେ ପ୍ରଶ୍ନ କରିଥିଲେ ।[୩] ଏହି ନିର୍ବାଚନରେ ସେ ସମୁଦାୟ ୪,୦୬,୨୬୦ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ରହିଥିଲେ ।[୪] ଭାରତୀୟ ଜନତା ପାର୍ଟିବସନ୍ତ କୁମାର ପଣ୍ଡାଙ୍କୁଠାରୁ ସେ ୨୬,୮୧୪ ଖଣ୍ଡ ଭୋଟ୍‌ରେ ପରସ୍ତ ହୋଇଥିଲେ ।[୫][୬]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା କୋକସରା ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଧର୍ମଗଡ଼ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଧର୍ମଗଡ଼ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Puspendra Singh Deo". odishaassembly.nic.in. Odisha Assembly. Retrieved 24 May 2021.
  2. "କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ଲୋକ ସଭା ଆସନ ପାଇଁ ସରିଲା ପ୍ରଚାର". KNews Odisha. 9 April 2019. Archived from the original on 24 May 2021. Retrieved 24 May 2021.
  3. "A day after BJD leader and Minister Niranjan Pujari was opposed, the party's Kalahandi Lok Sabha candidate Puspendra Singh Deo faced similar wrath from people during a poll campaign rally at Kaudala village in Kalahandi district on Saturday". A day after BJD leader and Minister Niranjan Pujari was opposed, the party’s Kalahandi Lok Sabha candidate Puspendra Singh Deo faced similar wrath from people during a poll campaign rally at Kaudala village in Kalahandi district on Saturday (in English). Bhawanipatna. 7 April 2019. Archived from the original on 24 May 2021. Retrieved 24 May 2021.{{cite news}}: CS1 maint: unrecognized language (link)
  4. "Puspendra Singh Deo Election Results 2021: News, Votes, Results of Assembly". NDTV.com (in ଇଂରାଜୀ). Retrieved 24 May 2021.
  5. "General Election 2019 - Election Commission of India". results.eci.gov.in. Retrieved 2019-05-25.
  6. "Kalahandi Lok Sabha election results 2019 Odisha: BJP's Basanta Kumar Panda hands defeat to BJD's Pushpendra Singh Deo". DNA India (in ଇଂରାଜୀ). 24 May 2019. Retrieved 24 May 2021.