ଦୟାନିଧି ନାଏକ

ଉଇକିପିଡ଼ିଆ‌ରୁ
ଦୟାନିଧି ନାଏକ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀଜଗମୋହନ ନାୟକ
ପର ଅଧିକାରୀଭକ୍ତ ଚରଣ ଦାସ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଲୋଚନ ଧାଙ୍ଗଡ଼ା ମାଝି
ପର ଅଧିକାରୀଗଜାନନ ନାୟକ
ନିର୍ବାଚନ ମଣ୍ଡଳୀଧର୍ମଗଡ଼
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ପୂର୍ବ ଅଧିକାରୀଅଞ୍ଚଳ ମାଝି
ପର ଅଧିକାରୀଜଗମୋହନ ନାୟକ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀକୋକସରା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୩ ମାର୍ଚ୍ଚ ୨୦୦୦(୨୦୦୦-୦୩-୦୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି, ଗଣତନ୍ତ୍ର ପରିଷଦ
ଜୀବନ ସାଥୀବସୁମତି ନାଏକ
ବାପା/ବୋଉମେତ୍ନା ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଦୟାନିଧି ନାଏକ (ମୃତ୍ୟୁ: ୩ ମାର୍ଚ୍ଚ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୬୧, ୧୯୬୭, ୧୯୭୧, ୧୯୭୪, ୧୯୭୭ ଓ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼, କୋକସରା, ଧର୍ମଗଡ଼ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ, ୪ର୍ଥ, ୫ମ, ୬ଷ୍ଠ, ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦୟାନିଧି ନାଏକଙ୍କ ବାପାଙ୍କ ନାମ ମେତ୍ନା ନାଏକ ଓ ପତ୍ନୀଙ୍କ ନାମ ବସୁମତି ନାଏକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦୟାନିଧି ନାଏକ ଓଡ଼ିଶା ରାଜନୀତିରେ ପ୍ରଥମେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦରେ କାର୍ଯ୍ୟ କରୁଥିଲେ ଏବଂ ପରେ ସ୍ୱତନ୍ତ୍ର ପାର୍ଟିରେ ଓ ଶେଷରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ଜୁନାଗଡ଼ ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା କୋକସରା ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଭବାନୀପାଟଣା ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଭବାନୀପାଟଣା ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଧର୍ମଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ଭବାନୀପାଟଣା ସ୍ୱତନ୍ତ୍ର ପାର୍ଟି
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଭବାନୀପାଟଣା ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ଦୟାନିଧି ନାଏକ ୨୦୦୦ ମସିହାର ମାର୍ଚ୍ଚ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Dayanidhi Naik". odishaassembly.nic.in. Odisha Assembly. Retrieved 18 May 2021.