ନାଗାର୍ଜୁନ ପ୍ରଧାନ

ଉଇକିପିଡ଼ିଆ‌ରୁ
ନାଗାର୍ଜୁନ ପ୍ରଧାନ
ବିଧାୟକ: ୮ମ, ୯ମ, ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୨୦୦୦
ପୂର୍ବ ଅଧିକାରୀସାରଙ୍ଗଧର ପ୍ରଧାନ
ପର ଅଧିକାରୀରଞ୍ଜିତ କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀଉଦୟଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-03-09) ୯ ମାର୍ଚ୍ଚ ୧୯୪୫ (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପଦ୍ମିନୀ କୁମାରୀ ପ୍ରଧାନ
ବାପା/ବୋଉବନମାଳୀ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ନାଗାର୍ଜୁନ ପ୍ରଧାନ (ଜନ୍ମ: ୯ ମାର୍ଚ୍ଚ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୦ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନାଗାର୍ଜୁନ ପ୍ରଧାନ ୧୯୪୫ ମସିହାର ମାର୍ଚ୍ଚ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବନମାଳୀ ପ୍ରଧାନ ଓ ପତ୍ନୀଙ୍କ ନାମ ପଦ୍ମିନୀ କୁମାରୀ ପ୍ରଧାନ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନାଗାର୍ଜୁନ ପ୍ରଧାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଚାରଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଉଦୟଗିରି ଭାରତୀୟ ଜାତୀୟ କଂଗ୍ରେସ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଉଦୟଗିରି ଭାରତୀୟ ଜାତୀୟ କଂଗ୍ରେସ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଉଦୟଗିରି ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଉଦୟଗିରି ଭାରତୀୟ ଜାତୀୟ କଂଗ୍ରେସ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Nagarjun Pradhan". odishaassembly.nic.in. Odisha Assembly. Retrieved 5 May 2021.