ଜାକବ୍ ପ୍ରଧାନ

ଉଇକିପିଡ଼ିଆ‌ରୁ
ଜାକବ୍ ପ୍ରଧାନ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀମନୋଜ କୁମାର ପ୍ରଧାନ
ପର ଅଧିକାରୀସାଲୁଗା ପ୍ରଧାନ
ନିର୍ବାଚନ ମଣ୍ଡଳୀଘୁ. ଉଦୟଗିରି
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ
ବୃତ୍ତିରାଜନୀତିଜ୍ଞ

ଜାକବ୍ ପ୍ରଧାନ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଘୁ. ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଜାକବ୍ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

୨୦୧୪ ନିର୍ବାଚନ[ସମ୍ପାଦନା]

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜାକବ୍ ଘୁମୁସର ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୮,୯୫୮ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନଙ୍କୁ ୧୦,୨୮୯ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩][୪][୫]

୨୦୧୯ ନିର୍ବାଚନ[ସମ୍ପାଦନା]

୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଟିକେଟ୍ ପାଇନଥିଲେ ।[୬] ଏହାପରେ ସେ କଂଗ୍ରେସ ଦଳର ଇସ୍ତଫା ଦେଇଥିଲେ[୭] ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ପୁଣିଥରେ ଘୁମୁସର-ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ୧୯୨୦ ଖଣ୍ଡ ଭୋଟ୍ ପାଇବ ସହ ୪ର୍ଥ ସ୍ଥାନରେ ରହିଥିଲେ ।[୮][୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Jacob Pradhan". odishaassembly.nic.in. Odisha Assembly. Retrieved 2 May 2021.
  2. "ଜ୍ୟାକବ ପ୍ରଧାନଙ୍କୁ ଟିକେଟ ନଦେବା ପାଇଁ କଂଗ୍ରେସ କର୍ମୀ ହେଲେ ଫେରାଦ, ମାର୍ଚ୍ଚ ୧୦ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା ହେବ ଚୂଡାନ୍ତ, ୪ କିନ୍ନର ବି କରିଛନ୍ତି ଆବେଦନ". Prameyanews7. ଭୁବନେଶ୍ୱର. 27 February 2019. Archived from the original on 2 May 2021. Retrieved 2 May 2021.
  3. "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 2 September 2014.
  4. "Odisha – G.Udayagiri". Election Commission of India. Retrieved 2 September 2014.[permanent dead link]
  5. "Orissa Assembly Election 2014, Constituency: G.Udayagiri (83)". EmpoweringIndia.org. Retrieved 2 September 2014.
  6. "Denied ticket, Congress MLA Jacob Pradhan files nomination as independent candidate". KalingaTV. 26 March 2019. Retrieved 16 December 2020.
  7. "ଦଳ ଛାଡ଼ିଲେ ବିଧାୟକ ଜାକବ୍‌ ପ୍ରଧାନ". ସମ୍ବାଦ. sambad.in. 27 March 2019. Archived from the original on 2 May 2021. Retrieved 2 May 2021.
  8. "Odisha Legislative Assembly Election, 2019". Election Commission of India (in Indian English). Retrieved 16 December 2020.
  9. "List of Contesting Candidates(Phase-II) (AC)" (PDF). ceoorissa.nic.in. Office of the Chief Electoral Officer, Odisha. Retrieved 17 April 2019.