ଅନିରୁଦ୍ଧ ଦୀପ

ଉଇକିପିଡ଼ିଆ‌ରୁ
ଅନିରୁଦ୍ଧ ଦୀପ
ସାଂସଦ: ୪ର୍ଥ ଲୋକ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୦
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀହିମାଂଶୁ ଶେଖର ପାଢ଼ୀ
ପର ଅଧିକାରୀହିମାଂଶୁ ଶେଖର ପାଢ଼ୀ
ନିର୍ବାଚନ ମଣ୍ଡଳୀବୌଦ୍ଧ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀବାଳକୃଷ୍ଣ ମଲିକ, ସଦାନନ୍ଦ ସାହୁ
ପର ଅଧିକାରୀହିମାଂଶୁ ଶେଖର ପାଢ଼ୀ
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-07-01)୧ ଜୁଲାଇ ୧୯୩୦
ମୃତ୍ୟୁ୭ ଅପ୍ରେଲ ୧୯୯୦(1990-04-07) (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ
ଜୀବନ ସାଥୀଧୁର୍ମି ଦୀପ
ବାପା/ବୋଉନିତ୍ୟାନନ୍ଦ ଦୀପ (ବାପା)
ବୃତ୍ତିରାଜନୀତିଜ୍ଞ

ଅନିରୁଦ୍ଧ ଦୀପ (୧ ଜୁଲାଇ ୧୯୩୦ - ୪ ଜୁଲାଇ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଫୁଲବାଣୀବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ଫୁଲବାଣୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅନିରୁଦ୍ଧ ଦୀପ ୧୯୩୦ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିତ୍ୟାନନ୍ଦ ଦୀପ ଓ ପତ୍ନୀଙ୍କ ନାମ ଧୁର୍ମି ଦୀପ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅନିରୁଦ୍ଧ ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ୨ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଫୁଲବାଣୀ ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ବୌଦ୍ଧ ସ୍ୱତନ୍ତ୍ର ପାର୍ଟି

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Anirudha Dipa". odishaassembly.nic.in. Odisha Assembly. Retrieved 28 April 2021.