ସୁଚିତ୍ରା ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ସୁଚିତ୍ରା ପାଣିଗ୍ରାହୀ
Born (1963-01-02) ୨ ଜାନୁଆରୀ ୧୯୬୩ (ବୟସ ୬୧)
Spouseପବିତ୍ର ପାଣିଗ୍ରାହୀ
Childrenସୌମ୍ୟଶ୍ରୀ ପାଣିଗ୍ରାହୀ, ସତ୍ୟଶ୍ରୀ ପାଣିଗ୍ରାହୀ

ସୁଚିତ୍ରା ପାଣିଗ୍ରାହୀ ( ଜନ୍ମ : ୨ ଜାନୁଆରୀ ୧୯୬୩), ଜଣେ ଓଡ଼ିଆ କବି । 'କାଦମ୍ବିନୀ କବିତା ପୁରସ୍କାର', 'କବି ଦୀପକ ମିଶ୍ର ସ୍ମୃତି କବିତା ସମ୍ମାନ' ଆଦି ବହୁ ପୁରସ୍କାରରେ ସେ ସମ୍ମାନୀତା ।

ଜୀବନୀ[ସମ୍ପାଦନା]

ସୁଚିତ୍ରା, ୧୯୬୩ ମସିହାରେ ଜଳେଶ୍ୱର ଅନ୍ତର୍ଗତ ନାମ୍ପୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ତାଙ୍କର ପଠନ ରୁଚି ରହିଥିଲା, ଯାହା ସେ ନିଜ ପିତାଙ୍କଠାରୁ ପାଇଥିଲେ । ମାତା ତାଙ୍କୁ ଲେଖାଲେଖି କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ୧୯୯୦ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ଛାଇର ଛବି ପ୍ରକାଶ ପାଇଥିଲା । ତାଙ୍କ ପରିବାରରେ ସ୍ୱାମୀ ପବିତ୍ର ପାଣିଗ୍ରାହୀ ଜଣେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଓ ସେମାନଙ୍କର ଦୁଇ ପୁଅ ସୌମ୍ୟଶ୍ରୀ ଓ ସତ୍ୟଶ୍ରୀ ।

ରଚନାବଳୀ[ସମ୍ପାଦନା]

  • ଛାଇର କବି
  • କଥା ଅଛି
  • ଚନ୍ଦନବନର ଛାଇ
  • ହାତମୁଠାର ଛବି
  • ଏତେ ଅଭିମାନ ଭଲ ନୁହେଁ
  • ଚିରକାଳକୁ
  • ନୂଆଜାଗାରେ (ଅରୁଣ କମଲଙ୍କ କବିତାର ଅନୁବାଦ)
  • ଦୁଶ୍ଚକ୍ରରେ ସ୍ରଷ୍ଟା (ବୀରେନ ଡଙ୍ଗୱାଲଙ୍କ କବିତାର ଅନୁବାଦ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କାଦମ୍ବିନୀ କବିତା ପୁରସ୍କାର
  • ରାଜଧାନୀ ପୁସ୍ତକମେଳା କବିତା ପୁରସ୍କାର
  • କବି ଦୀପକ ମିଶ୍ର ସ୍ମୃତି କବିତା ସମ୍ମାନ
  • ସମାଜ ଶତବାର୍ଷିକୀ ସାହିତ୍ୟ ସମ୍ମାନ
  • ଅଖିଳ ଚକ୍ର କବିତା ପୁରସ୍କାର
  • ଗୋକର୍ଣ୍ଣିକା କବିତା ସମ୍ମାନ[୧][୨]

ଆଧାର[ସମ୍ପାଦନା]

  1. "ବିଜୟ, ହୃଦାନନ୍ଦ ଓ ସୁଚିତ୍ରାଙ୍କୁ ସୃଜନ ସମ୍ମାନ". www.odiapua.com. odiapua.com. Archived from the original on 15 April 2021. Retrieved 15 April 2021.
  2. "ସୃଜନ ସ୍ମୃତି". No. ଧରିତ୍ରୀ ସାହିତ୍ୟାୟନ ୧୫/୦୪/୨୦୨୧ ପୃଷ୍ଠା ୧୨. ଧରିତ୍ରୀ. 15 April 2021. Retrieved 15 April 2021.