ରାଜରାଜ ଦେବ

ଉଇକିପିଡ଼ିଆ‌ରୁ
ରାଜରାଜ ଦେବ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀନୀଳକଣ୍ଠ ଦାସ
ପର ଅଧିକାରୀଗଙ୍ଗାଧର ମହାପାତ୍ର
ନିର୍ବାଚନ ମଣ୍ଡଳୀସତ୍ୟବାଦୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-05-08)୮ ମଇ ୧୯୩୩
ମୃତ୍ୟୁ୧୭ ମଇ ୧୯୮୨(1982-05-17) (ବୟସ ୪୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସତନ୍ତ୍ର ପାର୍ଟି
ଜୀବନ ସାଥୀପୂର୍ଣ୍ଣେଶ୍ୱରୀ ଦେବୀ
ସମ୍ପର୍କବୀରକିଶୋର ଦେବ (ଭାଇ)
ଦିବ୍ୟସିଂହ ଦେବ (ପୁତୁରା)
ବାପା/ବୋଉରାମଚନ୍ଦ୍ର ଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ରାଜରାଜ ଦେବ (ଜନ୍ମ: ୮ ମଇ ୧୯୩୩ - ୧୭ ମଇ ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାଜରାଜ ଦେବ ୧୯୩୩ ମସିହାର ମଇ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜା ରାମଚନ୍ଦ୍ର ଦେବ ଓ ପତ୍ନୀଙ୍କ ନାମ ପୂର୍ଣ୍ଣେଶ୍ୱରୀ ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାଜରାଜ ଦେବ ଓଡ଼ିଶା ରାଜନୀତିରେ ସତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରାଜରାଜ ଦେବ ୧୯୮୨ ମସିହାର ମଇ ୧୭ ତାରିଖରେ ୪୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Rajraj Deb". odishaassembly.nic.in. Odisha Assembly. Retrieved 29 March 2021.