ରମାରଞ୍ଜନ ବଳିଆରସିଂହ

ଉଇକିପିଡ଼ିଆ‌ରୁ
ରମାରଞ୍ଜନ ବଳିଆରସିଂହ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପ୍ରସାଦ କୁମାର ହରିଚନ୍ଦନ
ପର ଅଧିକାରୀପ୍ରସାଦ କୁମାର ହରିଚନ୍ଦନ
ନିର୍ବାଚନ ମଣ୍ଡଳୀସତ୍ୟବାଦୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-10-28) ୨୮ ଅକ୍ଟୋବର ୧୯୫୬ (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶକୁନ୍ତଳା ନାୟକ
ବାପା/ବୋଉକୃଷ୍ଣମୋହନ ବଳିଆରସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ରମାରଞ୍ଜନ ବଳିଆରସିଂହ (ଜନ୍ମ: ୨୮ ଅକ୍ଟୋବର ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରମାରଞ୍ଜନ ବଳିଆରସିଂହ ୧୯୫୬ ମସିହାର ଅକ୍ଟୋବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣମୋହନ ବଳିଆରସିଂହ ଓ ପତ୍ନୀଙ୍କ ନାମ ଶକୁନ୍ତଳା ନାୟକ ।[୧] ତାଙ୍କ ବୋହୂ ବର୍ଷା ସିଂହ ବରିହା ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ରମାରଞ୍ଜନ ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଥରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Ramaranjan Baliarsingh". odishaassembly.nic.in. Odisha Assembly. Retrieved 28 March 2021.
  2. "BJD picks late MLA's daughter Barsha Singh Bariha as its Padampur candidate". The New Indian Express. Retrieved 2022-12-30.