ଚିନ୍ତାମଣି ଦ୍ୟାନ ସାମନ୍ତରା

ଉଇକିପିଡ଼ିଆ‌ରୁ
ଚିନ୍ତାମଣି ଦ୍ୟାନ ସାମନ୍ତରା
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଉଷା ଦେବୀ
ପର ଅଧିକାରୀଉଷା ଦେବୀ
ନିର୍ବାଚନ ମଣ୍ଡଳୀଚିକିଟି
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଜଗନ୍ନାଥ ପତି
ପର ଅଧିକାରୀଉଷା ଦେବୀ
ନିର୍ବାଚନ ମଣ୍ଡଳୀଚିକିଟି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-08-13) ୧୩ ଅଗଷ୍ଟ ୧୯୪୦ (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ନିର୍ଦ୍ଦଳୀୟ
ଜୀବନ ସାଥୀସରୋଜିନୀ ଦ୍ୟାନ ସାମନ୍ତରା
ବାପା/ବୋଉଚିନ୍ତାମଣି ଦ୍ୟାନ ସାମନ୍ତରା (ବାପା)
ବୃତ୍ତିରାଜନୀତିଜ୍ଞ

ଚିନ୍ତାମଣି ଦ୍ୟାନ ସାମନ୍ତରା (ଜନ୍ମ: ୧୩ ଅଗଷ୍ଟ ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଚିନ୍ତାମଣିଙ୍କ ଜନ୍ମ ୧୯୪୦ ମସିହାର ଅଗଷ୍ଟ ୧୩ ତାରିଖରେ ହୋଇଥିଲା । ତାଙ୍କ ବାପାଙ୍କ ନାମ ଚିନ୍ତାମଣି ଦ୍ୟାନ ସାମନ୍ତରା ଓ ପତ୍ନୀଙ୍କ ନାମ ସରୋଜିନୀ ଦ୍ୟାନ ସାମନ୍ତରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଚିନ୍ତାମଣି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଉପ-ବାଚସ୍ପତି ଭାବରେ ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୧୯୯୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୬ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଚିକିଟି ନିର୍ଦ୍ଦଳୀୟ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଚିକିଟି ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଚିକିଟି ନିର୍ଦ୍ଦଳୀୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Chintamani Dyan Samantra". odishaassembly.nic.in. Odisha Assembly. Retrieved 7 February 2021.