ରାମକୃଷ୍ଣ ଗୌଡ଼

ଉଇକିପିଡ଼ିଆ‌ରୁ
ରାମକୃଷ୍ଣ ଗୌଡ଼
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀରାମକୃଷ୍ଣ ମିଶ୍ର
ପର ଅଧିକାରୀବିକ୍ରମ କେଶରୀ ଆରୁଖ
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-11-28)୨୮ ନଭେମ୍ବର ୧୯୩୨
ମୃତ୍ୟୁ୧ ମଇ ୨୦୧୦(2010-05-01) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀଅନୁସୟା ଗୌଡ଼
ବାପା/ବୋଉବିନାୟକ ଗୌଡ଼ (ବାପା)
ବୃତ୍ତିରାଜନୀତିଜ୍ଞ

ରାମକୃଷ୍ଣ ଗୌଡ଼ (୨୮ ନଭେମ୍ବର ୧୯୩୨ - ୧ ମଇ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମକୃଷ୍ଣ ୧୯୩୨ ମସିହାର ନଭେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିନାୟକ ଗୌଡ଼ ଓ ପତ୍ନୀଙ୍କ ନାମ ଅନୁସୟା ଗୌଡ଼ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମକୃଷ୍ଣ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରାମକୃଷ୍ଣ ୨୦୧୦ ମସିହାର ମଇ ୧ ତାରିଖରେ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Ramakrushna Gouda". odishaassembly.nic.in. Odisha Assembly. Retrieved 4 February 2021.