ରାମଚନ୍ଦ୍ର ପଣ୍ଡା

ଉଇକିପିଡ଼ିଆ‌ରୁ
ରାମଚନ୍ଦ୍ର ପଣ୍ଡା
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଦୈତାରୀ ବେହେରା
ପର ଅଧିକାରୀନାଗି ରେଡ୍ଡୀ ନାରାୟଣ ରେଡ୍ଡୀ
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-06-15) ୧୫ ଜୁନ ୧୯୪୯ (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଷମା ପଣ୍ଡା
ବାପା/ବୋଉଗୋବିନ୍ଦ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ରାମଚନ୍ଦ୍ର ପଣ୍ଡା (ଜନ୍ମ: ୧୬ ଜୁନ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]

ରାମଚନ୍ଦ୍ର ପଣ୍ଡା ୧୯୪୯ ମସିହାର ଜୁନ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ପଣ୍ଡା ଓ ପତ୍ନୀଙ୍କ ନାମ ସୁଷମା ପଣ୍ଡା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟ କରୁଥିଲେ ଏବଂ ୨୦୧୭ ମସିହାରେ ବିଜେଡିରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଚନ୍ତି ।[୧] ରାମଚନ୍ଦ୍ର ନବୀନ ପଟ୍ଟନାୟକଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Rama Chandra Panda". odishaassembly.nic.in. Odisha Assembly. Retrieved 14 December 2020.
  2. ୨.୦ ୨.୧ "ବିଜେଡିରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା". Kanak News. kanaknews.com. 12 January 2017. Archived from the original on 14 December 2020. Retrieved 14 December 2020.