ନେପାଳ ସରକାର

ଉଇକିପିଡ଼ିଆ‌ରୁ

ନେପାଳ ସରକାର (ନେପାଳୀ: नेपाल सरकार) ଏକ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ ନେପାଳର କେନ୍ଦ୍ର ସରକାର | ୨୦୦୮ରେ ନେପାଳୀ ରାଜତନ୍ତ୍ର ଉଚ୍ଛେଦ ହେବା ପୂର୍ବରୁ ଏହା ଔପଚାରିକ ଭାବେ ମହାରାଜଙ୍କ ସରକାର ଭାବରେ ଜଣାଯାଉ ଥିଲା | ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି। ସଂସଦଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ସରକାରଙ୍କ କାର୍ଯ୍ୟକାରିତା ସଂପୂର୍ଣ୍ଣ ଭାବେ ପରିଚାଳିତ ହେଉଥିବାରୁ ରାଷ୍ଟ୍ରପତିଙ୍କ ଭୂମିକା ମୁଖ୍ୟତଃ ଆନୁଷ୍ଠାନିକ ଅଟେ | ସାମ୍ବିଧାନିକ ପରିଷଦର ସୁପାରିଶରେ ସାମ୍ବିଧାନିକ ସଂସ୍ଥାମାନଙ୍କର ମୁଖ୍ୟମାନେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ଏହାର ବ୍ୟତିକ୍ରମ ହେଉଛନ୍ତି ଆଟର୍ଣ୍ଣି ଜେନେରାଲ, ଯେ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି।[୧][୨]

ରାଷ୍ଟ୍ରମୁଖ୍ୟ[ସମ୍ପାଦନା]

ନେପାଳର ରାଷ୍ଟ୍ରପତି ନେପାଳର ଆନୁଷ୍ଠାନିକ ମୁଖ୍ୟ ତଥା ନେପାଳ ସଶସ୍ତ୍ର ବାହିନୀର ଔପଚାରିକ ସେନାଧ୍ୟକ୍ଷ | ଦେଶ ଗଣତନ୍ତ୍ର ଭାବରେ ଘୋଷିତ ହେବା ପରେ ମେ ୨୦୦୮ରେ ଏହି ପଦବୀ ସୃଷ୍ଟି କରାଯାଇଥିଲା। ନେପାଳର ପ୍ରଥମ ରାଷ୍ଟ୍ରପତି ଥିଲେ ରାମବରନ ଯାଦବ। ବର୍ତ୍ତମାନର ରାଷ୍ଟ୍ରପତି ହେଉଛନ୍ତି ବିଦ୍ୟା ଦେବୀ ଭଣ୍ଡାରୀ, ଅକ୍ଟୋବର ୨୦୧୫ରେ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ପ୍ରଥମ ମହିଳା ନେପାଳୀ ରାଷ୍ଟ୍ରମୁଖ୍ୟ ।

ନେପାଳର ସଂସଦ ଏବଂ ପ୍ରାଦେଶିକ ବିଧାନ ସଭା ସଦସ୍ୟଙ୍କୁ ନେଇ ଏକ ନିର୍ବାଚନ ମଣ୍ଡଳି ଗଠନ କରାଯାଏ। ଆଇନଗତ ମାଧ୍ୟମରେ ପ୍ରତ୍ୟେକ ଭୋଟର ଓଜନ ନିର୍ଣ୍ଣୟ କରାଯାଏ |ଏହି ନିର୍ବାଚନ ମଣ୍ଡଳିଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି।

ଯେଉଁ ପ୍ରାର୍ଥୀ ଅର୍ଧାଧିକ ଭୋଟ ପାଆନ୍ତି ସେ ନିର୍ବାଚିତ ହୁଅନ୍ତି | ଯଦି କେହି ଅର୍ଧାଧିକ ସଂଖ୍ୟାଗରିଷ୍ଠତା ଗ୍ରହଣ ନକରନ୍ତି, ଶୀର୍ଷ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ରନ୍ ଅଫ୍ ଅନୁଷ୍ଠିତ ହୁଏ ଯେପର୍ଯ୍ୟନ୍ତ ଜଣେ ସଂଖ୍ୟାଗରିଷ୍ଠତା ନ ପାଆନ୍ତି |[୩]

କାର୍ଯ୍ୟନିର୍ବାହୀ ଶାଖା[ସମ୍ପାଦନା]

ନେପାଳର ପ୍ରଧାନମନ୍ତ୍ରୀ ନେପାଳ ସରକାରଙ୍କ କାର୍ଯ୍ୟନିର୍ବାହୀ ତଥା କେନ୍ଦ୍ର କ୍ୟାବିନେଟର ମୁଖ୍ୟ ଅଟନ୍ତି। ପ୍ରଧାନମନ୍ତ୍ରୀ ନେପାଳର ମନ୍ତ୍ରୀ ପରିଷଦର ମୁଖ୍ୟ ଏବଂ ନେପାଳ ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା। ପ୍ରଧାନମନ୍ତ୍ରୀ ନେପାଳର ଲୋକ ସଭାର ସଦସ୍ୟ ଏବଂ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପଦବୀ ବିଶିଷ୍ଟ ଅଧିକାରୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରିୟ କ୍ୟାବିନେଟ୍ ନେପାଳର ପ୍ରଶାସନରେ ନିଯୁକ୍ତ। ଔପଚାରିକ ଭବେ ଏହା ନେପାଳର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୋଇଥାଏ । ପ୍ରଧାନମନ୍ତ୍ରୀ ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବାକୁ ପଡିଥାଏ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଯଦି ପ୍ରଧାନମନ୍ତ୍ରୀଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଅସମର୍ଥ ତେବେ ଇସ୍ତଫା ଦେବେ।[୩]

ବୈଧାନିକ ଶାଖା[ସମ୍ପାଦନା]

ନେପାଳର ସଙ୍ଘିୟ ସଂସଦ

ନେପାଳର ସଙ୍ଘିୟ ସଂସଦ ନେପାଳର ସର୍ବୋଚ୍ଚ ବିଧାନ ସଭା। ଏହାର ଦୁଇଟି ସଦନ ରହିଛି । ଉଚ୍ଚ ଗୃହ ରାଷ୍ଟ୍ରିୟ ସଭା ଏବଂ ନିମ୍ନ ଗୃହ ପ୍ରତିନିଧି ସଭାକୁ ନେଇ ସଂସଦ ଗଠିତ | ପ୍ରତିନିଧି ସଭାର ସଭ୍ୟସଂଖ୍ୟା ୨୭୫। ଏଥିରୁ ୧୬୫ ସଦସ୍ୟ ଏକକ ସଦସ୍ୟ ବିଶିଷ୍ଠ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୁଅନ୍ତି। ୧୧୦ ସଦସ୍ୟ ଆନୁପାତିକ ନିର୍ବାଚନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି । ଏଥିପାଇଁ ସମଗ୍ର ଦେଶକୁ ଏକ ନିର୍ବାଚନ କ୍ଷେତ୍ର ଭାବରେ ବିବେଚନା କରାଯାଏ ଓ ଭୋଟରମାନେ ରାଜନୈତିକ ଦଳଗୁଡିକ ପାଇଁ ଭୋଟ୍ ଦିଅନ୍ତି । ଗୃହର ସଦସ୍ୟମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ସଂସଦ ଭଙ୍ଗ ନହେବା ପର୍ଯ୍ୟନ୍ତ ନିଜ ସଦସ୍ୟତା ଧାରଣ କରିଥାନ୍ତି ।

ରାଷ୍ଟ୍ରିୟ ସଭାର ସଭ୍ୟସଂଖ୍ୟା ୫୯ । ପ୍ରତ୍ୟେକ ଆଠଜଣ ସଦସ୍ୟ ନିର୍ବାଚିତ ହୁଅନ୍ତି ଏବଂ ସରକାରଙ୍କ ସୁପାରିଶ କ୍ରମେ ତିନିଜଣ ରାଷ୍ଟ୍ରପତିଙ୍କଦ୍ୱାରା ମନୋନିତ ହୋଇଥାନ୍ତି । ଅତିକମରେ ତିନିଜଣ ମହିଳା, ଜଣେ ଦଳିତ ଏବଂ ଭିନ୍ନକ୍ଷମ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିବା ଜରୁରୀ | ସଦସ୍ୟମାନଙ୍କର କାର୍ଯକାଳ ଛଅ ବର୍ଷ । ଏକ ତୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ପ୍ରତି ଦୁଇ ବର୍ଷରେ ସମାପ୍ତ ହୁଏ |[୩]

ନ୍ୟାୟିକ ଶାଖା[ସମ୍ପାଦନା]

ନେପାଳ ସର୍ବୋଚ୍ଚ ଅଦାଲତ

ନେପାଳର ସର୍ବୋଚ୍ଚ ଅଦାଲତ ହେଉଛି ନେପାଳର ଉଚ୍ଚତମ ନ୍ୟାୟାଳୟ | ସାତଟି ହାଇକୋର୍ଟର ନିଷ୍ପତ୍ତି ଉପରେ ସର୍ବୋଚ୍ଚ ଅଦାଲତରେ ଆବେଦନ କରଯାଇପାରେ । ଅସାଧାରଣ ପରିସ୍ଥିତିରେ ସର୍ବୋଚ୍ଚ ଅଦାଲତର ନିଜର ନିଷ୍ପତ୍ତି ନେବାର କ୍ଷମତା ଅଛି। ଅଦାଲତରେ କୋଡ଼ିଏ ଜଣ ବିଚାରପତି ଏବଂ ଜଣେ ପ୍ରଧାନ ବିଚାରପତି ରହିଛନ୍ତି ।[୩]

ନେପାଳର ରାଷ୍ଟ୍ରପତି ସାମ୍ବିଧାନିକ ପରିଷଦର ସୁପାରିଶ କ୍ରମେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତ କରିଥନ୍ତି । ସୁପ୍ରିମକୋର୍ଟର ବିଚାରପତି ଭାବରେ ଅତି କମରେ ତିନି ବର୍ଷ ଥିବା ବିଚାରପତିମାନଙ୍କ ମଧ୍ୟରୁ ସେ ନିଯୁକ୍ତ ହୋଇଥାନ୍ତି । ସୁପ୍ରିମକୋର୍ଟର ବିଚାରପତିମାନେ ନେପାଳର ରାଷ୍ଟ୍ରପତିଙ୍କଦ୍ୱାରା ଜୁଡିସିଆଲ୍ କାଉନସିଲର ସୁପାରିଶରେ ନିଯୁକ୍ତ ହୋଇଥାନ୍ତି । ଜୁଡିସିଆଲ୍ କାଉନସିଲ୍ ହେଉଛି ଜଣେ ପାଞ୍ଚ ସଦସ୍ୟ ବିଶିଷ୍ଟ ସ୍ୱାଧୀନ ସଂସ୍ଥା । ଏହାର ସଦସ୍ୟମନେ ହେଲେ ଆଇନ ଓ ନ୍ୟାୟ ମନ୍ତ୍ରୀ, ସର୍ବୋଚ୍ଚ ନ୍ୟାୟାଳୟର ସର୍ବଜ୍ୟେଷ୍ଠ ବିଚାରପତି , ପ୍ରଧାନମନ୍ତ୍ରୀ ଏବଂ ନେପାଳ ବାର୍ ଆସୋସିଏସନର ପ୍ରତିନିଧିତ୍ୱ କରୁଥିବା ଦୁଇଜଣ ବିଶିଷ୍ଟ ଆଇନଜୀବୀ ।[୩]

ଆଧାର[ସମ୍ପାଦନା]

  1. "Nepal - Administration and social conditions". Encyclopedia Britannica. 2020-10-30. Retrieved 2020-11-03.
  2. "South Asia :: Nepal - The World Factbook". Central Intelligence Agency. 2020-10-27. Archived from the original on 2010-12-29. Retrieved 2020-11-03.
  3. ୩.୦ ୩.୧ ୩.୨ ୩.୩ ୩.୪ Bloc, Trade. "Nepal: Government". globalEDGE. Retrieved 2020-11-03.