ସମ୍ମତି

ଉଇକିପିଡ଼ିଆ‌ରୁ

ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଅନ୍ୟର ପ୍ରସ୍ତାବ କିମ୍ବା ଇଚ୍ଛାରେ ରାଜି ହେଲେ ସମ୍ମତି ହୋଇଥାଏ ।[୧] ଏହା ସାଧାରଣ କଥାବାର୍ତ୍ତାର ଏକ ଶବ୍ଦ ଓ ସାଧାରଣତଃ ଆଇନ, ଚିକିତ୍ସା, ଗବେଷଣା ଏବଂ ଯୌନ ସମ୍ପର୍କ ଭଳି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସମ୍ମତିର ଅର୍ଥ ଏହାର ଦୈନନ୍ଦିନ ଅର୍ଥଠାରୁ ଭିନ୍ନ ହୋଇପାରେ । ଉଦାହରଣ ସ୍ୱରୂପ, ମାନସିକ ରୋଗ ଥିବା, କମ ମାନସିକ ବୟସ କିମ୍ବା ଯୌନ ସମ୍ମତିର ଆଇନଗତ ବୟସରୁ ଊଣା ବୟସ୍କ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଏକ ଯୌନ କାର୍ଯ୍ୟରେ ନିୟୋଜିତ ହେଲେ ମଧ୍ୟ ଏହି କାର୍ଯ୍ୟ ପ୍ରଯୁଜ୍ୟ ଆଇନଦ୍ୱାରା ବ୍ୟାଖ୍ୟା କରାଯାଇଥିବା ସମ୍ମତି ପାଇଁ ଥିବା ଆଇନଗତ ସୀମା ପୂରଣ କରିବାରେ ବିଫଳ ହୋଇପାରେ ।

ବ୍ୟାପକ ଯୌନ ଶିକ୍ଷାର ଅଂଶ ବିଶେଷ ଭାବେ ସମ୍ମତିକୁ ଏକ ବିଷୟ ରୂପେ ଶିକ୍ଷା ଦେବା ଲାଭଦାୟକ ବୋଲି ମିଳିତ ଜାତିସଂଘ ଅଧୀନସ୍ଥ ସଂସ୍ଥା ଓ ଯୌନ ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକର ମତ ।[୨] ସମ୍ମତିର ପ୍ରକାର ଭେଦ ମଧ୍ୟରେ ସୂଚୀତ ସମ୍ମତି, ପ୍ରକାଶିତ ସମ୍ମତି, ଜଣାଯାଇଥିବା ସମ୍ମତି ଏବଂ ସର୍ବସମ୍ମତି ଆଦି ଅନୁତମ ।

ପ୍ରକାର ଭେଦ[ସମ୍ପାଦନା]

  • କେବଳ ସୂଚିତ କରିବା ବଦଳରେ ସ୍ପଷ୍ଟ ଏବଂ ନିର୍ଭୁଲ ଭାବରେ ପ୍ରକାଶ କରାଯାଇଥିବା ସମ୍ମତି ହେଉଛି ପ୍ରକାଶିତ ସମ୍ମତି । ଏହାକୁ ଲେଖାରେ, କଥାରେ, କିମ୍ବା କଥା ନ କହି ସ୍ପଷ୍ଟ ଭଙ୍ଗୀ ଯଥା ମୁଣ୍ଡ ଟୁଙ୍ଗାରି ଦିଆଯାଇପାରିବ । ଉପସ୍ଥିତ ବ୍ୟକ୍ତିମାନଙ୍କଦ୍ୱାରା (ସାକ୍ଷୀ) ପ୍ରମାଣ କରାଯାଇନଥିଲେ କିମ୍ବା ଅଡିଓ ବା ଭିଡିଓ ରେକର୍ଡିଂ ହୋଇନଥିବା ବେଳେ କେହି ଏହି ସମ୍ମତି ପ୍ରଦାନ କରାଯାଇଛି ବୋଲି ଅସ୍ୱୀକାର କଲେ ସମ୍ମତିଟି ବିବାଦୀୟ ହୋଇପାରେ ।
  • କୌଣସି ବ୍ୟକ୍ତିର କାର୍ଯ୍ୟ ଏବଂ ନିର୍ଦ୍ଦିଷ୍ଟ ପରିସ୍ଥିତିର ତଥ୍ୟ ଏବଂ ପରିସରରୁ (କିମ୍ବା କିଛି କ୍ଷେତ୍ରରେ, ବ୍ୟକ୍ତିଙ୍କ ନୀରବତା କିମ୍ବା ଅସକ୍ରିୟତାଦ୍ୱାରା) ସୂଚୀତ ସମ୍ମତି ବାହାରିଥାଏ । ଉଦାହରଣ ସ୍ୱରୂପ: ହକି ଖେଳରେ ପ୍ରତିଭାଗୀମାନଙ୍କଦ୍ୱାରା ଶାରୀରିକ ସ୍ପର୍ଶ ଆଦି ସମ୍ପର୍କ ପାଇଁ ଅନ୍ତର୍ଭୁକ୍ତ ସୂକ୍ଷ୍ମ ସମ୍ମତି ଆଧାରରେ ଅସ୍ପଷ୍ଟ ଭାବରେ ଯୌନ କାର୍ଯ୍ୟକଳାପ ପାଇଁ ଅନୁରୋଧ କରିବା କିମ୍ବା ଆରମ୍ଭ କରିବା କିମ୍ବା ଏକ ବକ୍ସିଂ ମ୍ୟାଚରେ ଯୌନ ଆକ୍ରମଣର ଶିକାର ହେବା ।
  • ଚିକିତ୍ସାରେ ସୂଚୀତ ସମ୍ମତି ହେଉଛି ଜଣେ ବ୍ୟକ୍ତିଙ୍କୁ ଜଣାଯାଇଥିବା ସମ୍ମତି । ଏହା ସେହି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟର ତଥ୍ୟ, ପ୍ରଭାବ ଏବଂ ଭବିଷ୍ୟତ ପରିଣାମ ବିଷୟରେ ସ୍ପଷ୍ଟ ଧାରଣା ଓ ବୁଝିବା ଆଧାରରେ ହୋଇଥାଏ । ଏହି ଶବ୍ଦ ଅନ୍ୟ ପ୍ରସଙ୍ଗରେ ମଧ୍ୟ ବ୍ୟବହୃତ ହୁଏ ଯଥା ସାମାଜିକ ବୈଜ୍ଞାନିକ ଗବେଷଣାରେ ପ୍ରତିଭାଗୀମାନେ ଗବେଷଣା ପ୍ରକ୍ରିୟା ଏବଂ ଏହା ପାଇଁ ଥିବା ସମ୍ମତି ବୁଝିପାରିବେ ଓ ସମ୍ମତି ଦେବେ ବୋଲି ନିଶ୍ଚିତ କରିବାକୁ କୁହାଯିବା ବେଳେ, କିମ୍ବା ଯୌନ କାର୍ଯ୍ୟରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ପରିଣାମ (ଯୌନ ସଂକ୍ରମଣ ଏବଂ/କିମ୍ବା ରୋଗ ପାଇଁ) ବିଷୟରେ ସଚେତନ ରହିବା ପାଇଁ ଜଣାଯାଇଥିବା ସମ୍ମତି ଦେଇଥାନ୍ତି ।
  • ଅନେକ ପକ୍ଷ ଥିବା ଏକ ଦଳଦ୍ୱାରା (ଯେପରିକି ଏକ ସଂଗଠନ) ସର୍ବସମ୍ମତି କିମ୍ବା ସାଧାରଣ ସମ୍ମତି ସମସ୍ତ ପକ୍ଷଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମତିକୁ ବୁଝାଏ ।
  • ବିକଳ୍ପ ସମ୍ମତି କିମ୍ବା ବିକଳ୍ପ ବିଚାର ମତାବଳୀ ଜଣେ ଅକ୍ଷମ ବ୍ୟକ୍ତି ଅକ୍ଷମତାବଶତଃ ସମ୍ମତି ପ୍ରଦାନ କରିନପାରିଲେ ଜଣେ ନିଷ୍ପତ୍ତିକାରଙ୍କୁ ସେ ନିଜେ ସକ୍ଷମ ଥିଲେ ନିଷ୍ପତ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ବେଳେ ଅନୁମତି ପ୍ରଦାନ କରିଥାଏ ।[୩]

ଆଧାର[ସମ୍ପାଦନା]

  1. "Home : Oxford English Dictionary". www.oed.com. Retrieved 2016-03-24.
  2. International technical guidance on sexuality education: An evidence-informed approach (PDF). Paris: UNESCO. 2018. p. 56. ISBN 978-92-3-100259-5.
  3. Garner, Bryan (2011). Black's Law Dictionary. West Publishing Co. p. 726.