ଗଙ୍ଗାଧର ପ୍ରଧାନ (ରାଜନେତା)

ଉଇକିପିଡ଼ିଆ‌ରୁ
ଗଙ୍ଗାଧର ପ୍ରଧାନ
ବିଧାୟକ: ୩ୟ, ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୩
ପର ଅଧିକାରୀପ୍ରେମାନନ୍ଦ କାଲୋ
ନିର୍ବାଚନ ମଣ୍ଡଳୀତଳସରା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀକୃପାନିଧି ନାଏକ, ହରିହର ପଟେଲ
ପର ଅଧିକାରୀହରିହର ପଟେଲ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-06-01)୧ ଜୁନ ୧୯୨୯
ମୃତ୍ୟୁ୧୬ ମଇ ୨୦୧୯(2019-05-16) (ବୟସ ୮୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ
ଜୀବନ ସାଥୀଲାବଣ୍ୟପ୍ରଭା ପ୍ରଧାନ
ବାପା/ବୋଉମଙ୍ଗର ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଗଙ୍ଗାଧର ପ୍ରଧାନ (୧ ଜୁନ ୧୯୨୯ - ୧୬ ମଇ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ଓ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗଙ୍ଗାଧର ପ୍ରଧାନ ୧୯୫୦ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଙ୍ଗର ପ୍ରଧାନ ଓ ପତ୍ନୀଙ୍କ ନାମ ଲାବଣ୍ୟପ୍ରଭା ପ୍ରଧାନ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଗଙ୍ଗାଧର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଗଣତନ୍ତ୍ର ପରିଷଦରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ସେ ୧୯୬୭ ମସିହାରୁ ୧୯୬୩ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ସୁନ୍ଦରଗଡ଼ ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ତଳସରା ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ତଳସରା ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ତଳସରା ସ୍ୱତନ୍ତ୍ର ପାର୍ଟି

ମୃତ୍ୟୁ[ସମ୍ପାଦନା]

ଗଙ୍ଗାଧର ୨୦୧୯ ମସିହାର ମଇ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Former Odisha MLA Gangadhar Pradhan passes away". Sambad English (in English). Rourkela: sambadenglish.com. 16 May 2019. Archived from the original on 9 October 2020. Retrieved 9 October 2020.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Shri Gangadhar Pradhan". odishaassembly.nic.in. Odisha Assembly. Retrieved 8 October 2020.