ବୃନ୍ଦାବନ ମାଝି

ଉଇକିପିଡ଼ିଆ‌ରୁ
ବୃନ୍ଦାବନ ମାଝି
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀଲାଇକେରା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଜଗତେଶ୍ୱର ମିର୍ଦ୍ଧା
ପର ଅଧିକାରୀପାଣୁ ଚନ୍ଦ୍ର ନାଏକ
ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1958-05-11) ୧୧ ମଇ ୧୯୫୮ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ବିଜୁ ଜନତା ଦଳ
ଜୀବନ ସାଥୀଜେମାଦେଇ ମାଝୀ
ବାପା/ବୋଉଦେହୁରୀ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ବୃନ୍ଦାବନ ମାଝି (ଜନ୍ମ: ୧୧ ମଇ ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଲାଇକେରା ଓ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବୃନ୍ଦାବନ ମାଝି ୧୯୫୮ ମସିହାର ମଇ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦେହୁରୀ ମାଝି ଓ ପତ୍ନୀଙ୍କ ନାମ ଜେମାଦେଇ ମାଝୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ବୃନ୍ଦାବନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ବିଜେପିରୁ ଇସ୍ତଫା ଦେଇ କିଛି ବର୍ଷ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ୨୦୧୯ରେ ବିଜେଡିରୁ ଇସ୍ତଫା ଦେଇଥିଲେ ।[୩][୪] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୨]

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ "Shri Brundaban Majhi". odishaassembly.nic.in. Odisha Assembly. Retrieved 1 October 2020.
  3. "ବିଜେଡି ଛାଡିଲେ ବୃନ୍ଦାବନ ।". Kanak News. kanaknews.com. 23 March 2019. Retrieved 1 October 2020.
  4. "ଶକ୍ତି ବଢାଉଛି ବିଜେପି : ପ୍ରକାଶ ମିଶ୍ର, ବୃନ୍ଦାବନ ମାଝୀ, ଦେବୀ ଚାନ୍ଦ ଧରିଲେ ପଦ୍ମ, ୨୯ରେ ଆସିବେ ମୋଦି, ୨୬ରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ୬ କେନ୍ଦ୍ରୀୟ ନେତା". Prameyanews7. 24 March 2019. Retrieved 1 October 2020.