ପାଇକ ବିଦ୍ରୋହ (କ୍ଷୁଦ୍ର ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ପାଇକ ବିଦ୍ରୋହ
ନିର୍ଦ୍ଦେଶକନିଶ୍ଚୟ ରାଉତ
ଅନୁଜ ତ୍ୟାଗୀ
ପ୍ରଯୋଜକଅକ୍ଷୟ ପରିଜା
ସଂଳାପହର ପ୍ରସାଦ ଦାଶ
ଚିତ୍ରନାଟ୍ୟହର ପ୍ରସାଦ ଦାଶ
କାହାଣୀହର ପ୍ରସାଦ ଦାଶ
କଳାକାରସମରେଶ ରାଉତରାୟ
ମନୋଜ ମିଶ୍ର
ଶକ୍ତି ବରାଳ
ସଙ୍ଗୀତଧର୍ମା ବିଶ୍
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକଅର୍ଚ୍ଚିତ ରସ୍ତୋଗୀ
ମୁକ୍ତିଲାଭ ତାରିଖ
୧୪ ଅଗଷ୍ଟ ୨୦୨୦
କଥାଚିତ୍ରର ସମୟ
୨୭ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ପାଇକ ବିଦ୍ରୋହ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ହର ପ୍ରସାଦ ଦାଶ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିଶ୍ଚୟ ତ୍ୟାଗୀ ଓ ଅନୁଜ ତ୍ୟାଗୀ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ ଓ ମନୋଜ ମିଶ୍ର । ଶକ୍ତି ବରାଳ, ପ୍ରିୟ ମିଶ୍ର, ସନ୍ତୋଷ ମିଶ୍ର, ଗୋପାଳ ବିଶ୍ୱାଳ, ନିରଞ୍ଜନ, ଅଶୋକ ବିଶ୍ୱାଳ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର କାହାଣୀ ଓଡ଼ିଶାର ପାଇକ ବିଦ୍ରୋହ ଉପରେ ପର୍ଯ୍ୟବେଷିତ, ଯେଉଁଥିରେ ଖୋର୍ଦ୍ଧାଗଡ଼ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ଭୂମିକା ଉପସ୍ଥାପନା କରାଯାଇଛି ।

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଧର୍ମା ବିଶ୍ ।

ଆଧାର[ସମ୍ପାଦନା]

  1. "ରିଲିଜ ହେବ ପ୍ରମାଣିକ ଚଳଚ୍ଚିତ୍ର ପାଇକ ବିଦ୍ରୋହ | Kanak News". Kanak News. kanaknews.com. 13 August 2020. Archived from the original on 14 August 2020. Retrieved 14 August 2020.

ବାହାର ଆଧାର[ସମ୍ପାଦନା]