ଗଙ୍ଗାଧର ପାଇକରାୟ

ଉଇକିପିଡ଼ିଆ‌ରୁ
ଗଙ୍ଗାଧର ପାଇକରାୟ
ବିଧାୟକ: ୩ୟ, ୪ର୍ଥ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୩
ପୂର୍ବ ଅଧିକାରୀସତ୍ୟାନନ୍ଦ ଚମ୍ପତିରାୟ
ପର ଅଧିକାରୀସତ୍ୟାନନ୍ଦ ଚମ୍ପତିରାୟ
ନିର୍ବାଚନ ମଣ୍ଡଳୀବେଗୁନିଆ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀସତ୍ୟାନନ୍ଦ ଚମ୍ପତିରାୟ
ନିର୍ବାଚନ ମଣ୍ଡଳୀବେଗୁନିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1915-07-12)୧୨ ଜୁଲାଇ ୧୯୧୫
ମୃତ୍ୟୁ୩୧ ଅଗଷ୍ଟ ୧୯୯୯(1999-08-31) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀଚମ୍ପା ଦେବୀ
ବାପା/ବୋଉରାଜୀବ ପାଇକରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ଗଙ୍ଗାଧର ପାଇକରାୟ (୧୨ ଜୁଲାଇ ୧୯୧୫ - ୩୧ ଅଗଷ୍ଟ ୧୯୯୯) [୧] ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଗଙ୍ଗାଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୪ଥର କାର୍ଯ୍ୟ କରିଥିଲେ । ୧୯୫୧, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗଙ୍ଗାଧର ପାଇକରାୟଙ୍କ ବାପାଙ୍କ ନାମ ରାଜୀବ ପାଇକରାୟ ଏବଂ ପତ୍ନୀଙ୍କ ନାମ ଚମ୍ପା ଦେବୀ । ତାଙ୍କର ଶିକ୍ଷାଗତ ଯୋଗତ୍ୟା ଥିଲା ମାଟ୍ରିକ୍ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବା କାରଣରୁ ଇଂରେଜ ସରକାରଙ୍କଦ୍ୱାରା ଗିରଫ ହୋଇ ୧୯୩୬ ମସିହାରେ ପଟନା କ୍ୟାମ୍ପ ଜେଲରେ ରହିଥିଲେ । ଜେଲରୁ ମୁକୁଳିବା ପରେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୪ଥର କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

ଗଙ୍ଗାଧର ପାଇକରାୟ ୧୯୯୯ ମସିହାର ଅଗଷ୍ଟ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "ଗଙ୍ଗାଧର ପାଇକରାୟ‌ଙ୍କ ୧୦୫ତମ ଜନ୍ମବାର୍ଷିକ". ସମ୍ବାଦ. 12 July 2020. Archived from the original on 2020-07-12.
  2. ୨.୦ ୨.୧ ୨.୨ "Shri Gangadhar Paikray". odishaassembly.nic.in. Odisha Assembly. Retrieved 11 May 2020.
  3. Paikray, Braja. "Gangadhar Paikaray - Leader Extraordinary" (PDF). Orissa Review (September-October - 2007): 75. Retrieved 12 July 2020.