ରାମାନନ୍ଦ ସାଗର

ଉଇକିପିଡ଼ିଆ‌ରୁ
ରାମାନନ୍ଦ ସାଗର
Born
ଚନ୍ଦ୍ରମୌଳୀ ଚୋପ୍ରା

(1917-12-29)୨୯ ଡିସେମ୍ବର ୧୯୧୭
Died୧୨ ଡିସେମ୍ବର ୨୦୦୫(2005-12-12) (ବୟସ ୮୭)
Other namesରାମାନନ୍ଦ ଚୋପ୍ରା
ରାମାନନ୍ଦ ବେଦୀ
ରାମାନନ୍ଦ କେଶରୀ
Occupation(s)ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ
Spouseଲିଳାବତୀ
Childrenସରିତା ସାଗର

ରାମାନନ୍ଦ ସାଗର(୨୯ ଡିସେମ୍ବର ୧୯୧୭ – ୧୨ ଡିସେମ୍ବର ୨୦୦୫) (ଜନ୍ମ ନାମ : ଚନ୍ଦ୍ରମୌଳୀ ଚୋପ୍ରା) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଓ ଲେଖକ ଥିଲେ । ଟେଲିଭିଜନ ଧାରାବାହିକ ''ରାମାୟଣ''ର ନିର୍ଦ୍ଦେଶକ ଭାବରେ ସେ ପରିଚିତ । ''ରାମାୟଣ'' ୭୮ ଅଧ୍ୟାୟର ଏକ ଧାରାବାହିକ ଥିଲା ଓ ଏହା ଦୂରଦର୍ଶନର ମୁଖ୍ୟ ଚ୍ୟାନେଲରେ ପ୍ରସାରିତ ହେଉଥିଲା । ଏଥିରେ ''ଅରୁଣ ଗୋଭିଲ'' ରାମ ଭୂମିକାରେ ଓ ''ଦୀପିକା ଚିଖାଲିଆ'' ସୀତା ଭୂମିକାରେ ଅଭିନୟ କରିଥିଲେ ।[୧] ରାମାନନ୍ଦ ସାଗରଙ୍କୁ ୨୦୦୦ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରା ଯାଇଥିଲା ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରାମାନନ୍ଦ, ଭାରତ ବିଭାଜନ ପୂର୍ବ ପଞ୍ଜାବର ଲାହୋର ନିକଟସ୍ଥ "ଅସଲ ଗୁରୁ କେ"ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂର୍ବପୁରୁଷ ଲାଲା ଶଙ୍କର ଦାସ ଚୋପ୍ରା ପେସାୱରରୁ କାଶ୍ମୀରକୁ ଆସିଥିଲେ । ରାମାନନ୍ଦଙ୍କୁ ତାଙ୍କ ଆଇ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ ଓ ତାଙ୍କ ନାମ ଚନ୍ଦ୍ରମୌଲୀ ଚୋପ୍ରାରୁ ପରିବର୍ତ୍ତନ କରାଯାଇ ରାମାନନ୍ଦ ସାଗର ରଖା ଯାଇଥିଲା ।[୩] ତାଙ୍କ ମାଙ୍କ ମୃତ୍ୟୁ ପରେ, ପିତା ଆଉ ଥରେ ବିବାହ କରିଥିଲେ ଓ ସେହି ବିବାହରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଜନ୍ମ । ରାମାନନ୍ଦ ଓ ବିନୋଦଙ୍କ ମଧ୍ୟରେ ବୟସର ପ୍ରଭେଦ ଥିଲା ୩୫ ବର୍ଷ । ରାମନନ୍ଦ ଆରମ୍ଭରୁ ପିଅନ, ଟ୍ରକ କ୍ଲିନର, ସାବୁନ ବିକ୍ରେତା ଭାବେ ଏବଂ ସୁନା ଦୋକାନରେ କାମ କରିଥିଲେ । ସେ ଦିନବେଳା କାମ କରୁଥିଲେ ଓ ରାତି ବେଳା ପାଠ ପଢୁଥିଲେ ।

୧୯୪୨ ମସିହାରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣପଦକ ସହ ସଂସ୍କୃତ ଓ ପାର୍ସୀ ଭାଷାରେ ସ୍ନାତକ ସମାପ୍ତ କରିଥିଲେ । ସେ ''ଡେଲି ମିଲାପ'' ନାମ ଖବରକାଗଜର ସମ୍ପାଦକ କାର୍ଯ୍ୟ ମଧ୍ୟ କରିଥିଲେ । ସେ ''ରାମାନନ୍ଦ ଚୋପ୍ରା'', ''ରାମାନନ୍ଦ ବେଦୀ'' ଓ ''ରାମାନନ୍ଦ କାଶ୍ମିରୀ'' ଆଦି ଭିନ୍ନ ଭିନ୍ନ ନାମରେ ବହୁତ ସାହିତ୍ୟ ସୃଷ୍ଟି କରିଥିଲେ । ସେଥି ମଧ୍ୟରେ କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା ଓ ନାଟକ ଆଦି ରହିଥିଲା । ୧୯୪୨ରେ ତାଙ୍କୁ ଯକ୍ଷ୍ମା ବେମାରୀ ହୋଇଥିବା ସମୟରେ ସେ ''ଡାଏରୀ ଅଫ ଏ ଟିବି ପେସେଣ୍ଟ'' ନାମରେ ଏକ ଖବରକାଗଜ ସ୍ତମ୍ଭ ଲେଖିଥିଲେ । ଏହା ଲାହୋରରୁ ପ୍ରକାଶିତ ''ଆଦାବ-ଏ-ମସରିଖ''ରେ ପ୍ରକାଶିତ ହୋଇଥିଲା ।[୩]

ବୃତିଗତ ଜୀବନ[ସମ୍ପାଦନା]

୧୯୩୨ ମସିହାରେ ରାମାନନ୍ଦ ଜଣେ ''କ୍ଲାପର ବୟ'' ଭାବରେ ''ରେଡ଼ର୍ସ ଅଫ ଦ ରେଲ ରୋଡ଼'' ଚଳଚ୍ଚିତ୍ରରୁ କାମ ଆରମ୍ଭ କରିଥିଲେ ।[୪] ୧୯୪୯ ମସିହାରେ ସେ ମୁମ୍ବାଇକୁ ଆସିଥିଲେ । ୧୯୪୦ ମସିହାରେ, ରାମାନନ୍ଦ ''ପୃଥିବୀ ଥିଏଟର''ରେ ସହାୟକ ମଞ୍ଚ ପରିଚାଳକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପୃଥିବୀରାଜ କାପୁରଙ୍କ ତତ୍ତ୍ୱାବଧାନରେ ସେ କିଛି ନାଟକର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।[୫][୬]

ରାମାନନ୍ଦ, ରାଜ କାପୁରଙ୍କ ଅଭିନୀତ ''ବରସାତ'' ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ୧୯୫୦ ମସିହାରେ ସେ ''ସାଗର ଆର୍ଟସ'' ନାମରେ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ । ଏହି ସଂସ୍ଥା ମାଧ୍ୟମରେ ସେ ଅନେକ ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା କରିଥିଲେ । ୧୯୬୦ ମସିହାରେ ''ପୈଗାମ'' ଚଳଚ୍ଚିତ୍ରରେ ସଂଳାପ ରଚନା ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ଘୁଘଣ୍ଟ, ଜୀନ୍ଦେଗୀ ଓ ଆରଜୁ ଆଦି ସଫଳ ଚଳଚ୍ଚିତ୍ର ତାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଥିଲା । ୧୯୬୮ରେ "ଆଁଖେ'' ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ୧୯୭୦ ଦଶକରେ ଗୀତ ଓ ଲଲକାର ଆଦି ଅସଫଳ ହୋଇଥିଲା ଓ ତା ପରେ ୧୯୭୬ ମସିହାରେ ତାଙ୍କ ଚଳଚ୍ଚିତ୍ର ''ଚରସ'' ଓ ''ପ୍ରେମ ବନ୍ଧନ'' । ୧୯୮୨ରେ ତାଙ୍କ ଚଳଚ୍ଚିତ୍ର ''ଭଗୱତ'' ମଧ୍ୟ ସଫଳତା ହାସଲ କରିଥିଲା ।

୧୯୮୫ ମସିହାରୁ ରାମାନନ୍ଦ ଟେଲିଭିଜନକୁ ପ୍ରବେଶ କରିଥିଲେ । ତାଙ୍କଦ୍ୱାରା ନିର୍ଦ୍ଦେଶିତ ''ରାମାୟଣ'' ୧୯୮୭ ମସିହା ଜାନୁଆରୀ ୨୫ରେ ପ୍ରସାରଣ ଆରମ୍ଭ ହୋଇଥିଲା ।[୭] ସେ ''କୃଷ୍ଣ'', ''ଲବ କୁଶ'', ''ବିକ୍ରମ ଔର ବେତାଳ" ଓ ଅଲିଫ ଲୈଲା ଆଦି ଧାରାବାହିକ ମଧ୍ୟ ନିର୍ମାଣ କରିଥିଲେ ।

ଭାରତ ବିଭାଜନର ଅନୁଭୂତିକୁ ପାଥେୟ କରି, ୧୯୪୮ ମସିହାରେ ରାମାନନ୍ଦ ଔର ଇନ୍ସାନ ମର ଗୟା ନାମରେ ଏକ ହିନ୍ଦୀ-ଉର୍ଦ୍ଦୁ ପୁସ୍ତକ ରଚନା କରିଥିଲେ ।

୨୦୦୦ ମସିହାରେ ରାମାନନ୍ଦଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୦୫ ମସିହା ଡିସେମ୍ଭର ୧୨ ତାରିଖରେ ମୁମ୍ବାଇଠାରେ ୮୮ ବର୍ଷ ବୟସରେ ସାଗରଙ୍କର ପରଲୋକ ଘଟିଥିଲା ।

୨୦୧୯ ମସିହାରେ ରାମାନନ୍ଦଙ୍କ ପୁତ୍ର ''ପ୍ରେମ ସାଗର'' ପିତାଙ୍କ ଜୀବନୀ ପୁସ୍ତକ ଆନ ଏପିକ ଲାଇଫ: ରାମାନନ୍ଦ ସାଗର, ଫ୍ରମ ବରସାତ ଟୁ ରାମାୟଣ(An Epic Life: Ramanand Sagar, From Barsaat to Ramayan) ପ୍ରକାଶ କରିଥିଲେ ।[୮][୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ - ୨୦୦୦
  • ଫିଲ୍ମଫେୟାର ଶ୍ରେଷ୍ଠ ସଂଳାପ - ୧୯୬୦ (ପୈଗାମ ଚଳଚ୍ଚିତ୍ର ପାଇଁ)
  • ଫିଲ୍ମଫେୟାର ଶ୍ରେଷ୍ଠ ନିର୍ଦ୍ଦେଶକ - ୧୯୬୯ (ଆଁଖେ ଚଳଚ୍ଚିତ୍ର ପାଇଁ )

ଚଳଚ୍ଚିତ୍ରକୁ ଅବଦାନ[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଫିଲ୍ମ/ସ୍ରିୟଲ ଅବଦାନ ଟିପଣୀ
2005 Sai Baba TV series Director
1993 Alif Laila TV Series Director
1992 Krishna TV series Director
1988-89 Luv Kush TV series Director
1986 Vikram Aur Betaal TV series Director

Producer
1987-88 Ramayan TV series Director

Producer

Writer
1985 Salma Film Director

Producer
1983 Romance Film Director

Producer
1982 Bhagawat Film Director

Producer
1981 Armaan Film Producer
1979 Hum Tere Ashiq Hain Film Dialogue writer

Screenplay writer
1979 Prem Bandhan Film Director
1976 Charas Film Director

Producer

Writer
1973 Jalte Badan Film Director

Producer

Writer
1972 Lalkaar Film Director

Producer

Writer
1970 Geet Film Director

Producer
1968 Aankhen Film Director

Producer

Writer
1965 Arzoo Film Director

Producer

Writer
1964 Zindagi Film Director

Producer
1964 Rajkumar Film Dialogue writer

Screenplay writer
1960 Ghunghat Film Director
1959 Paigham Film Dialogue writer
1958 Raj Tilak Film Writer

Dialogue writer
1956 Mem Sahib Film Dialogue writer
1954 Bazooband Film Director
1952 Sangdil Film Dialogue writer

Screenplay writer
1953 Mehmaan Film Director
1950 Jan Pahchan Film Dialogue writer

Screenplay writer
1949 Barsaat Film Writer

Dialogue writer

Screenplay writer

ଆଧାର[ସମ୍ପାଦନା]

  1. "Ramanand Sagar (Indian filmmaker)". Britannica Online Encyclopedia. Retrieved 13 September 2017.
  2. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 13 September 2017.
  3. ୩.୦ ୩.୧ "Early Life". Sagartv.com. Archived from the original on 26 ଅପ୍ରେଲ 2012. Retrieved 29 ଡିସେମ୍ବର 2011.
  4. "Film Making". Sagartv.com. Archived from the original on 26 ଅପ୍ରେଲ 2012. Retrieved 29 ଡିସେମ୍ବର 2011.
  5. "Shashi Kapoor". Junglee.org.in. Retrieved 13 September 2017.
  6. Anuj Kumar (25 July 2012). "Familiar turn". The Hindu. Retrieved 7 May 2013.
  7. Lutgendorf, Philip (1991). The Life of a Text: Performing the Ramcharitmanas of Tulsidas. Berkeley, California: University of California Press. p. 12. ISBN 0-520-06690-1.
  8. "Life and times of Ramanand Sagar". The Week (in ଇଂରାଜୀ). Retrieved 31 March 2020.{{cite web}}: CS1 maint: url-status (link)
  9. "A son's tribute, with a pinch of realism" (in ଇଂରାଜୀ). Retrieved 31 March 2020.{{cite web}}: CS1 maint: url-status (link)

ବାହାର ଆଧାର[ସମ୍ପାଦନା]