ଦିବାକରନାଥ ଶର୍ମା

ଉଇକିପିଡ଼ିଆ‌ରୁ
ଦିବାକରନାଥ ଶର୍ମା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ
ପର ଅଧିକାରୀଶରତ କୁମାର ଦେବ
ନିର୍ବାଚନ ମଣ୍ଡଳୀଆଳି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1921-11-14)ନଭେମ୍ବର ୧୪, ୧୯୨୧
ମୃତ୍ୟୁ୪ ମଇ ୨୦୧୪(2014-05-04) (ବୟସ ୯୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକମଳା ଶର୍ମା
ବାପା/ବୋଉଜଗନ୍ନାଥ ଶର୍ମା (ବାପା)
ବୃତ୍ତିରାଜନୀତିଜ୍ଞ

ଦିବାକରନାଥ ଶର୍ମା (୧୪ ନଭେମ୍ବର ୧୯୨୧ - ୫ ଅପ୍ରେଲ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଦିବାକରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦିବାକରନାଥ ଶର୍ମା ୧୯୨୧ ମସିହାର ନଭେମ୍ବର ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗନ୍ନାଥ ଶର୍ମା ଏବଂ ପତ୍ନୀଙ୍କ ନାମ କମଳା ଶର୍ମା ।[୧] ଦିବାକରଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ବି.ଏସ୍. ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦିବାକରନାଥ ଶର୍ମା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ[ସମ୍ପାଦନା]

ଦିବାକରନାଥ ଶର୍ମା ୨୦୧୪ ମସିହାର ଅପ୍ରେଲ ମାସ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Dibakarnath Sharma". odishaassembly.nic.in. Odisha Assembly. Retrieved 31 March 2020.