ପ୍ରତୀକ୍ଷା କାଶୀ

ଉଇକିପିଡ଼ିଆ‌ରୁ
ପ୍ରତୀକ୍ଷା କାଶୀ
ଜାନୁଆରୀ ୧୭, ୨୦୧୬ତାରିଖ ଦିନ କେରଳର ପଲକ୍କଡ଼ ଜିଲ୍ଲାରେ ଥିବା ପିତ୍ତମ୍ବିରେ କାଶୀ କୁଚିପୁଡ଼ି ନୃତ୍ୟ ପ୍ରଦର୍ଶନ କରୁଛନ୍ତି ।
Born
Nationalityଭାରତୀୟ
Occupation(s)କୁଚିପୁଡ଼ି ନର୍ତ୍ତକୀ, ଅଭିନେତ୍ରୀ
Known forକୁଚିପୁଡ଼ି ନର୍ତ୍ତକୀ Kuchipudi Dancer
Movementକୁଚିପୁଡ଼ି
Parents
  • ବିଜୟ କାଶୀ (ପିତା),
  • ବୈଜୟନ୍ତୀ କାଶୀ (ମାତା)
Websitewww.prateekshakashi.com
ସନ ୨୦୧୩ରେ ବେଙ୍ଗାଲୁରୁ ଓଡୁକଥୁର ମୁତ୍ତ ହଲରେ ପ୍ରଦର୍ଶନ କରୁଛନ୍ତି ପ୍ରତୀକ୍ଷା କାଶୀ (Courtesy:Anjali Reddy J)
ନୃତ୍ୟରତା ପ୍ରତୀକ୍ଷା କାଶୀ, ରସ ସଞ୍ଜେ, ରଙ୍ଗମନ୍ଦିର, ବେଙ୍ଗାଲୁରୁ- ସନ ୨୦୧୩ (Courtesy:Anjali Reddy J)

ପ୍ରତୀକ୍ଷା କାଶୀ (ଇଂରାଜୀ ଭାଷାରେ Prateeksha Kashi) ଆନ୍ଧ୍ର ପ୍ରଦେଶରେ ଶାସ୍ତ୍ରୀୟ ନୃତ୍ୟ କୁଚିପୁଡ଼ିର ନର୍ତ୍ତକୀ ଥିଲେ । ସେ ଡ: ଗୁବି ବୀରାନ୍ନା (Gubbi Veeranna) ପରିବାରର ସଦସ୍ୟ ଥିଲେ;[୧] ତାଙ୍କର ନୃତ୍ୟ ଶିକ୍ଷା ମାତ୍ର ୫ ବର୍ଷ ବୟସରେ ଆରମ୍ଭ ହୋଇଥିଲା ଓ ତାଙ୍କର ମାତା ତ‌ଥା ଗୁରୁ ଶ୍ରୀମତୀ ବୈଜୟନ୍ତି କାଶୀ ଏହି ଶିକ୍ଷା ଦେଇଥିଲେ,[୨][୩] ଯିଏ ନିଜେ ଜଣେ କୁଚିପୁଡ଼ି ନର୍ତ୍ତକୀ ଓ ଶମ୍ଭାବି ନୃତ୍ୟ ବିଦ୍ୟାଳୟରେ ନୃତ୍ୟ ଓ କଳା ନିର୍ଦ୍ଦେଶିକା,[୪] ଓ ଅଧୁନା କର୍ଣ୍ଣାଟକ ସଙ୍ଗୀତ ନୃତ୍ୟ ଏକାଡେମୀର ଅଧ୍ୟକ୍ଷା ଅଛନ୍ତି ।[୫][୬]

କାଶୀ ଜଣେ କମ୍ପ୍ୟୁଟର ବିଜ୍ଞାନ ଇଞ୍ଜିନିୟର ।[୭] ତାଙ୍କର ଅଭଳାଶ ନୃତ୍ୟରେ ସୀମିତ ନରହି ଅଭିନୟ, ପ୍ରଶିକ୍ଷଣ, ଲୟରେ ଲକ୍ଷ ରଖୁଥିବା ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ନଟ୍ଟୁଭଙ୍ଗମ ଆୟୋଜନ କରିବାରେ ମଗ୍ନ ଅଛନ୍ତି । ବେଙ୍ଗାଲୁରୁରେ ସେ କୁଚିପୁଡ଼ି ନୃତ୍ୟ ପ୍ରଶିକ୍ଷଣ ଦେଉଛନ୍ତି ।

ନୋ ଇୟୋର ସ୍ଟାର (KnowYourStar) ସ‌ହିତ ଏକ ଇଣ୍ଟରଭିୟୁରେ[୮] ଟେକନୋଲୋଜି କିପରି ସାହାଯ୍ୟ କରିଥିଲେ ସେ ବିଷୟରେ ପ୍ରତୀକ୍ଷା କ‌ହିଥିବା ଉଦ୍ଧୃତ କରାଯାଇଥିଲା, "ମୋର ନର୍ତ୍ତକୀ ଜୀବିକାରେ ଟେକ ସାଇଡ ମୋ ସାଥିରେ ବ‌ହୁତ ଦୂର ଆସିଛି ଓ ପ୍ରାସଙ୍ଗିକ ରହିଛି । ସଙ୍ଗୀତ, ଆଲୋକପାତ, ମିଡିଆ ଓ ଆହୁରି ଅନେକ ପ୍ରସଙ୍ଗରେ ଟେକନୋଲୋଜିର ପୋଟେନସିଆଲ ଯୋଗୁ ଅଧିକ ଦୂର ଆଗେଇ ଆସିବା, ଶିଖିବା ଓ କାମରେ ଲଗେଇବା ସମ୍ଭବ ହୋଇଛି । ଭାରତରେ ଟେକ ଆନ୍ଦୋଳନ ସର୍ବଦା ଏକ ପସନ୍ଦ ଯୋଗ୍ୟ କଳା ରହିଆସିଛି ।"

ଜୀବନ ଓ ଜୀବିକା[ସମ୍ପାଦନା]

ପ୍ରତୀକ୍ଷା କାଶୀ ଭାରତରେ ଥିବା ବେଙ୍ଗାଲୁରୁରେ (କର୍ଣ୍ଣାଟକ ପ୍ରଦେଶ) ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କୁଚିପୁଡ଼ି ନର୍ତ୍ତକୀ ବୈଜୟନ୍ତୀ କାଶୀ ଓ [୯] ଟେଲିଭିଜନ ତ‌ଥା ରଙ୍ଗମଞ୍ଚ କଳାକାର ବିଜୟ କାଶୀଙ୍କର ସେ କନ୍ୟା ଅଟନ୍ତି ।

ମାତ୍ର ତାଙ୍କୁ ୩ ବର୍ଷ ବୟସ ହୋଇଥିବା ବେଳେ ସେ ମହାଭାରତ ଉପରେ ପର୍ଯ୍ୟବସିତ ନୃତ୍ୟ ନାଟକ ଆମ୍ବେରେ ଅଂଶ ଗ୍ରହଣ କରିଥିଲେ । ଏକଦା ରମନ ମହର୍ଷି ଅନୁଷ୍ଠାନରେ ତାଙ୍କ ମାତା ନୃତ୍ୟ କରୁଥିବା ବେଳେ ସେ ଦୌଡ଼ିଯାଇ ଅନ୍ୟ କଳାକାରଙ୍କ ସ‌ହିତ ସଠିକ ତାଳରେ ନୃତ୍ୟ କରିବାକୁ ଲାଗିଲେ ଓ ସେତେବେଲେ ଅନ୍ୟ କଳାକାରଙ୍କର ଆଣ୍ଠୁ ଉଚ୍ଚତା ତାଙ୍କର ଥିଲେ ।[୧୦] ସେହି ଦିନଠାରୁ ସେ ତାଙ୍କ ମାତା ତ‌ଥା ଗୁରୁ ଶ୍ରୀମତୀ ବୈଜୟନ୍ତୀ କାଶୀଙ୍କ ଦିଗ୍‌ଦର୍ଶନରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ପ୍ରଦେଶର ନୃତ୍ୟ ପରୀକ୍ଷାରେ ଡିସଟିଙ୍କସନ ସ‌ହିତ ପ୍ରଥମ ସ୍ଥାନ ଅଧିକାର କରିଥିଲେ । [୧୧] ଇଞ୍ଜିନିୟରିଙ୍ଗ କଲେଜ ପରୀକ୍ଷାରେ ମଧ୍ୟ ସେ ସର୍ବୋଚ୍ଚ ରାଙ୍କ ରଖି ସ୍ୱର୍ଣ୍ଣ ପଦକ ପାଇଥିଲେ ।[୧୨][୧୩]

ଗତ ୨୦ ଫେବ୍ରୁଆରୀ ୨୦୦୯ରେ ସେଇ ତାଙ୍କର ରଙ୍ଗପୂଜା ପ୍ରଦର୍ଶନ କରିବା ପରଠାରୁ ଉଦୀୟମାନ ତାରକା ଭାବରେ ପ୍ରସିଦ୍ଧି ଲାଭ କରି ଆଉ ପଛକୁ ଚାହିଁ ନାହାନ୍ତି । [୧୪]

ପ୍ରତୀକ୍ଷା କାଶୀ ଓ ତାଙ୍କ ମାତା ତ‌ଥା ଗୁରୁ ବୈଜୟନ୍ତୀ କାଶୀ 'ନବରସ' ନୃତ୍ୟ ପ୍ରଦର୍ଶନ କରୁଛନ୍ତି ସନ ୨୦୧୨ (Courtesy: Anjali Reddy J)

ଉଲ୍ଲେଖନୀୟ ପ୍ରଦର୍ଶନ[ସମ୍ପାଦନା]

ଅନବାଉଣ୍ଡ ବିଟସ ଅଫ ଇଣ୍ଡିଆ - ଦିଲ୍ଲୀ
ଅନନ୍ୟା-ନୂଆ ଦିଲ୍ଲୀ
ରେନ ଡ୍ରପସ - ମୁମ୍ବାଇ[୧୫]
ଜୟସ୍ମୃତି- ମୁମ୍ବାଇ
ଅଙ୍କୁର ଉତ୍ସବ- କୋଲକାତା
ଡୋଭରସ ଲେନ-କୋଲକାତା
କୋଣାର୍କ ଉତ୍ସବ-ଓଡ଼ିଶା
ଦେବଦାସୀ - ଓଡ଼ିଶା
ନଟରାଣୀ-ଅହମଦାବାଦ

ଧରଣୀ ଉତ୍ସବ- କୋଚିନ
କିଙ୍କିଣୀ ମହୋତ୍ସବ- ବେଙ୍ଗାଲୁରୁ

ପରମ୍ବରା ନୃତ୍ୟରେ କାଶୀ ଭଗବାନ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।

ମହୀଶୁର ଦଶହରା ଉତ୍ସବ-ମହୀଶୁର
ଆନ୍ତର୍ଜାତିକ ନୃତ୍ୟ ସଙ୍ଗୀତ ସମାରୋହ ୨୦୧୨, କଟକ[୧୬]
ପ୍ରତିଭା ଉତ୍ସବ, କୋଲକାତା
ତନିଶା ଯୁବ ଉତ୍ସବ, କୁଚିପୁଡ଼, ଆନ୍ଧ୍ର ପ୍ରଦେଶ
ମହା ମାୟା, ରବୀନ୍ଦ୍ର କଳାକ୍ଷେତ୍ର, ବେଙ୍ଗାଲୁରୁ [୧୭][୧୮]

ଆଧାର[ସମ୍ପାଦନା]

  1. "Gubbi Veeranna". www.ourkarnataka.com. Archived from the original on 2012-02-08. Retrieved 2012-03-27.
  2. "dancing to eternal bliss". Vyjayanthi Kashi. Retrieved 2013-03-25.
  3. "VYJAYANTHI KASHI (Kuchipudi)". Associationsargam.com. Retrieved 2013-03-25.
  4. "Shambhavi School of Dance". Schoolofkuchipudi.com. Retrieved 2013-03-25.
  5. ": : : Karnataka Sangeetha Nrutya Academy : : :". Karnatakasangeetanrityaacademy.org. Archived from the original on 2013-09-28. Retrieved 2013-03-25.
  6. "Chairperson". Vyjayanthikashi.com. 24 ଜୁନ 2012. Archived from the original on 27 ସେପ୍ଟେମ୍ବର 2013. Retrieved 25 ମାର୍ଚ୍ଚ 2013.
  7. "Computer Science Engineer". www.bmsce.in. Archived from the original on 2013-08-19. Retrieved 2013-08-19.
  8. "Prateeksha Kashi: Dancing Away to Glory". www.KnowYourStar.com.
  9. "VYJAYANTHI KASHI (Kuchipudi)". Associationsargam.com. Retrieved 2013-03-25.
  10. "A Graded Artist in Doordarshan Kendra". www.sehernow.in. Retrieved 2012-03-26.
  11. "Scholarship from Govt". www.deccanherald.com. Retrieved 2012-03-26.
  12. "Convocation Gold Medal". www.deccanheraldepaper.com. Archived from the original on 29 ଜୁନ 2013. Retrieved 12 ଜୁନ 2013.
  13. "Convocation Gold Medal" (PDF). www.deccanheraldepaper.com. Retrieved 2013-06-12.[permanent dead link]
  14. "Prateeksha Kashi Rangapooja". www.sehernow.in. Retrieved 2012-03-26.[permanent dead link]
  15. "Performance in Mumbai". www.buzzintown.com. Archived from the original on 2016-03-05. Retrieved 2013-08-19.
  16. "Solo kuchipudi recital centre of attraction". www.telegraphindia.com. Retrieved 2013-08-07.
  17. "Maha Maya Performance". www.narthaki.com. Retrieved 2013-08-27.
  18. "Maha Maya Performance picture". www.narthaki.com. Retrieved 2013-08-27.