ରାମ ପ୍ରସାଦ ସିଂହ

ଉଇକିପିଡ଼ିଆ‌ରୁ
ରାମ ପ୍ରସାଦ ସିଂହ
Born୧୯୦୪
କଅଁରପୁର, ମାହାଙ୍ଗା, କେନ୍ଦ୍ରାପଡ଼ା
Died୧୯୮୫
Nationalityଭାରତୀୟ
Years active୧୯୩୦ - ୧୯୮୫

ରାମ ପ୍ରସାଦ ସିଂହ (୧୯୦୪-୧୯୮୫) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ ଉଭୟ ଗଳ୍ପ ଓ ଉପନ୍ୟାସ ଲେଖୁଥିଲେ । ତାଙ୍କ ରଚନା ମୁଖ୍ୟତଃ ମାର୍କସବାଦୀ ଚିନ୍ତାଧାରାର[୨] ଥିଲା ।[୩] ଶୋଷକର ଶୋଷିତ ଗୋଷ୍ଠୀଉପରେ ଅତ୍ୟାଚାର ଓ ଶୋଷିତର ଦୁଃଖ ତାଙ୍କ ରଚନାରେ ଶୋଭା ପାଉଥିଲା । ୧୯୩୦ ମସିହାରୁ ଲେଖାଲେଖି ଆରମ୍ଭ କରି[୪], ସେ ୫୦ ବର୍ଷ ଧରି ଓଡ଼ିଆ ସାହିତ୍ୟ ସେବା କରିଥିଲେ । ସେ ପ୍ରାୟ ୨୦ଟି ପୁସ୍ତକ ରଚନା କରିଥିଲେ ।

ରାମ ପ୍ରସାଦ ବାମପନ୍ଥୀ ବିପ୍ଲବୀ ଥିଲେ ଓ ୧୯୩୦ ଦଶକର "ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟ"ରେ ଅଂଶଗ୍ରହଣ କରି ହଜାରିବାଗ ଜେଲରେ କାରାବରଣ କରିଥିଲେ । ସେ ସମୟର ଓଡ଼ିଆ ସାହିତ୍ୟରେ ଭକ୍ତିବାଦର ପ୍ରାବଲ୍ୟ ଥିଲା । ରାମ ପ୍ରସାଦଙ୍କ ମତ ଥିଲା, "ସାହିତ୍ୟ ଭକ୍ତିବାଦରୁ ବାହାରି ଲୋକାଭିମୁଖୀ ହେବା ଓ ଲୋକଙ୍କ ସମସ୍ୟାକୁ କହିବା ଉଚିତ ।" ସାହିତ୍ୟ ଧନୀ, ଜମିଦାର ଓ ରାଜାଙ୍କ କବଳରୁ ମୁକ୍ତ ହୋଇ ସାଧାରଣ ଜନତାଙ୍କର ହେବା ଉଚିତ ବୋଲି ସେ କହିଥିଲେ ।[୫]

ରଚନାବଳୀ[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ଛାତିର ରକ୍ତ
  • ଶେଷ ରାତି
  • କଲ୍ଲୋଳ[୬]
  • ଘାସିପଡ଼ାର ମାୟା
  • ଟିକସ ମଉସା
  • ଚୋରାବାଲି

ଉପନ୍ୟାସ[ସମ୍ପାଦନା]

  • ମରୀଚିକା
  • ଅଗ୍ନିପଥେ
  • ଛିନ୍ନମସ୍ତା
  • ପ୍ରତିହିଂସା - ୧୯୩୦-୩୧[୭]
  • ହୋମଶିକ୍ଷା - ୧୯୩୭[୮]
  • ପୂଜାର ବାଲି[୯]

ଆଧାର[ସମ୍ପାଦନା]

  1. The Indian P.E.N. P.E.N. All-India Centre. 1963.
  2. Orissa Review. Home Department, Government of Orissa. August 1986.
  3. Orissa Review. Home Department, Government of Orissa. August 1986.
  4. Economic and Political Weekly. Sameeksha Trust. 1989.
  5. Biswamoy Pati (2001). Situating Social History: Orissa, 1800-1997. Orient Blackswan. pp. 86–. ISBN 978-81-250-2007-3.
  6. Indian Literature. Sahitya Akademi. 1985.
  7. "ରାମ ପ୍ରସାଦ ସିଂହ". www.odiasahitya.com. odia sahitya. Archived from the original on 19 March 2020. Retrieved 19 March 2020.
  8. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  9. Amaresh Datta (1988). Encyclopaedia of Indian Literature: Devraj to Jyoti. Sahitya Akademi. pp. 1359–. ISBN 978-81-260-1194-0.