କନକଲତା ଦେବୀ

ଉଇକିପିଡ଼ିଆ‌ରୁ
କନକଲତା ଦେବୀ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପର ଅଧିକାରୀବିଦ୍ୟାଧର ନାଏକ
ନିର୍ବାଚନ ମଣ୍ଡଳୀବଡ଼ମ୍ବା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1909-09-30)ସେପ୍ଟେମ୍ବର ୩୦, ୧୯୦୯
ମୃତ୍ୟୁ୧୪ ଫେବୃଆରୀ ୧୯୮୬(1986-02-14) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣ ପରିଷଦ
ଜୀବନ ସାଥୀଅନନ୍ତ ନାରାୟଣ ମାନସିଂହ
ବାପା/ବୋଉନାରାୟଣ ଭଞ୍ଜଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

କନକଲତା ଦେବୀ (୩୦ ସେପ୍ଟେମ୍ବର ୧୯୦୯ - ୧୪ ଫେବୃଆରୀ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରାଜନୀତିର ଗଣ ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । କନକଲତା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କନକଲତା ଦେବୀ ୧୯୦୯ ମସିହାର ସେପ୍ଟେମ୍ବର ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ଭଞ୍ଜଦେଓ ଏବଂ ପତିଙ୍କ ନାମ ଅନନ୍ତ ନାରାୟଣ ମାନସିଂହ ।[୧] କନକଲତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

କନକଲତା ଦେବୀ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣ ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

କନକଲତା ମାନସିଂହ ୧୯୮୬ ମସିହାର ଫେବୃଆରୀ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Kanaklata Devi". odishaassembly.nic.in. Odisha Assembly. Retrieved 7 March 2020.