ତ୍ରିଲୋଚନ ମାନସିଂହ ହରିଚନ୍ଦନ

ଉଇକିପିଡ଼ିଆ‌ରୁ
ତ୍ରିଲୋଚନ ମାନସିଂହ ହରିଚନ୍ଦନ
ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୮୦
ପୂର୍ବ ଅଧିକାରୀପ୍ରତାପ ଚନ୍ଦ୍ର ପଟ୍ଟନାୟକ
ପର ଅଧିକାରୀସମୀର କୁମାର ରାଉତରାୟ
ନିର୍ବାଚନ ମଣ୍ଡଳୀବଡ଼ମ୍ବା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଲଳିତ ମୋହନ ମହାନ୍ତି
ପର ଅଧିକାରୀଦେବୀ ପ୍ରସାଦ ମିଶ୍ର
ନିର୍ବାଚନ ମଣ୍ଡଳୀବଡ଼ମ୍ବା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-09-14)ସେପ୍ଟେମ୍ବର ୧୪, ୧୯୩୨
ମୃତ୍ୟୁ୧୯ ନଭେମ୍ବର ୨୦୦୭(2007-11-19) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀମଞ୍ଜୁଳା ମଞ୍ଜରୀ ଦେବୀ
ବାପା/ବୋଉଅନନ୍ତ ନାରାୟଣ ମାନସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ତ୍ରିଲୋଚନ ମାନସିଂହ ହରିଚନ୍ଦନ (୧୪ ସେପ୍ଟେମ୍ବର ୧୯୩୨ - ୧୭ ଜୁଲାଇ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଜନତା ଦଳ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ତ୍ରିଲୋଚନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ତ୍ରିଲୋଚନ ମାନସିଂହ ହରିଚନ୍ଦନ ୧୯୩୨ ମସିହାର ସେପ୍ଟେମ୍ବର ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ ନାରାୟଣ ମାନସିଂହ ଏବଂ ପତ୍ନୀଙ୍କ ନାମ ମଞ୍ଜୁଳା ମଞ୍ଜରୀ ଦେବୀ ।[୧] ତ୍ରିଲୋଚନ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ତ୍ରିଲୋଚନ ମାନସିଂହ ହରିଚନ୍ଦନ ଓଡ଼ିଶା ରାଜନୀତିରେ ଜନତା ଦଳସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ବଡ଼ମ୍ବା ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ବଡ଼ମ୍ବା ସ୍ୱତନ୍ତ୍ର ପାର୍ଟି
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବଡ଼ମ୍ବା ନିର୍ଦ୍ଦଳୀୟ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ବଡ଼ମ୍ବା ଜନତା ଦଳ

ମୃତ୍ୟୁ[ସମ୍ପାଦନା]

ତ୍ରିଲୋଚନ ମାନସିଂହ ୨୦୦୭ ମସିହାର ଜୁଲାଇ ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Trilochan Mansing Harichandan". odishaassembly.nic.in. Odisha Assembly. Retrieved 6 March 2020.