ଲୋକଜନନୀ ପଣ୍ଡା

ଉଇକିପିଡ଼ିଆ‌ରୁ
ଲୋକଜନନୀ ପଣ୍ଡା
Born(1934-06-04)୪ ଜୁନ ୧୯୩୪
ଝାଡୁଆପଡା, ସମ୍ବଲପୁର
Died୪ ମାର୍ଚ୍ଚ ୨୦୨୦(2020-03-04) (ବୟସ ୮୫)
Nationalityଭାରତୀୟ
Spouseଉମାଶଙ୍କର ପଣ୍ଡା
Childrenଶଶାଙ୍କ, ଉଦୟନ, ସୌଭାଗ୍ୟ, ବ୍ରଜେନ୍ଦ୍ର, ଜୟଶ୍ରୀ
Parentଗୋକୁଳାନନ୍ଦ ପଣ୍ଡା
ଶୁକ୍ରାବତୀ ଦେବୀ

ଲୋକଜନନୀ ପଣ୍ଡା ( ୦୪ ଜୁନ ୧୯୩୪ - ୦୪ ମାର୍ଚ୍ଚ ୨୦୨୦ ) ଜଣେ ଓଡ଼ିଆସମ୍ବଲପୁରୀ ଭାଷାର ଗୀତିକାର ଥିଲେ । ସେ ଆକାଶବାଣୀଦ୍ୱାରା ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ ଭାଷାର ପ୍ରଥମ ମହିଳା ଗୀତିକାର ଥିଲେ । ଆକାଶବାଣୀ କଟକରୁ ପ୍ରସାରିତ "ନଈ ସେପାରୀ କନକ ଗୋରୀ", "ଆଷାଢ଼ର ଆକାଶରେ ଯେବେ ତୁମେ ମେଘ ହୋଇ ଭାସିବ" ଆଦି ଗୀତ ପାଇଁ ସେ ପରିଚିତ ।

ଜୀବନୀ[ସମ୍ପାଦନା]

ଲୋକଜନନୀ, ସମ୍ବଲପୁରର ଝାଡୁଆପଡାଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋକୁଳାନନ୍ଦ ପଣ୍ଡା ଓ ମାତାଙ୍କ ନାମ ଶୁକ୍ରାବତୀ ଦେବୀ ଥିଲା । ଲେଡ଼ି ଲୁଇସ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୫୨ରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ପଢୁଥିବା ୫ ଜଣ ଛାତ୍ରୀଙ୍କ ମଧ୍ୟରୁ ଲୋକଜନନୀ ଜଣେ ଥିଲେ । ସେ ସାହିତ୍ୟିକ ଉମାଶଙ୍କର ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କର ୪ ଜଣ ପୁଅ ଶଶାଙ୍କ, ଉଦୟନ, ସୌଭାଗ୍ୟ, ବ୍ରଜେନ୍ଦ୍ର ଓ ଜଣେ ଝିଅ ଜୟଶ୍ରୀ ଅଛନ୍ତି ।

ସେ ୧୯୬୦ ମସିହାରୁ ଆକାଶବାଣୀ କଟକରେ ଗୀତିକାର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ରଚିତ ଗୀତକୁ ସେ ସମୟର ପ୍ରମୂଖ କଣ୍ଠଶିଳ୍ପୀମାନେ ଗାୟନ କରିଥିଲେ । ୧୯୬୬ ମସିହାରେ ଆକାଶବାଣୀ କଟକରୁ ସମ୍ବଲପୁରୀ ଭାଷାର ପ୍ରସାରଣ ଆରମ୍ଭ ହୋଇଥିଲା ଓ ତାଙ୍କର ସମ୍ବଲପୁରୀ ଭାଷାର ଗୀତ ସବୁ ପ୍ରସାରିତ ହୋଇଥିଲା । ୨୦୧୨ ମସିହାରେ ଗୀତିଗୁଞ୍ଜନ ନାମକ ତାଙ୍କର ଏକ ଗୀତିକବିତା ପୁସ୍ତକ ପ୍ରକାଶ ପାଇଥିଲା ।[୧]

୨୦୨୦ ମାର୍ଚ୍ଚ ୪ ତାରିଖରେ ସମ୍ବଲପୁର ଧନୁପାଲୀଠାରେ ତାଙ୍କର ପରଲୋକ ଘଟିଥିଲା ।[୨]


ଆଧାର[ସମ୍ପାଦନା]

  1. "National Library Online Catalogue". National Library. Archived from the original on 5 March 2020. Retrieved 5 March 2020.
  2. "ଆକାଶବାଣୀ ଗୀତିକାର ଲୋକଜନନୀ ପଣ୍ଡାଙ୍କର ପରଲୋକ". No. ସମ୍ବାଦ ୦୫/୦୩/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ସମ୍ବାଦ. ୦୫/୦୩/୨୦୨୦. Archived from the original on 2020-03-07. Retrieved 5 March 2020. {{cite news}}: Check date values in: |date= (help)