ବିଜୟଶ୍ରୀ ରାଉତରାୟ

ଉଇକିପିଡ଼ିଆ‌ରୁ
ବିଜୟଶ୍ରୀ ରାଉତରାୟ
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ, ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୧୯
ପୂର୍ବ ଅଧିକାରୀମଧୁସୂଦନ ପାଣିଗ୍ରାହୀ
ପର ଅଧିକାରୀବିଷ୍ଣୁବ୍ରତ ରାଉତରାୟ
ନିର୍ବାଚନ ମଣ୍ଡଳୀବାସୁଦେବପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1953-07-28)୨୮ ଜୁଲାଇ ୧୯୫୩
ମୃତ୍ୟୁ୨ ଜୁନ ୨୦୨୧(2021-06-02) (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଜ୍ୟୋତି ରାଉତରାୟ
ସନ୍ତାନବିଷ୍ଣୁବ୍ରତ ରାଉତରାୟ
ବାପା/ବୋଉନୀଳମଣି ରାଉତରାୟ (ବାପା)
ନଳିନୀଦେବୀ ରାଉତରାୟ (ମାଆ)
ବୃତ୍ତିରାଜନୀତିଜ୍ଞ

ବିଜୟଶ୍ରୀ ରାଉତରାୟ (୨୮ ଜୁଲାଇ ୧୯୫୩ - ୨ ଜୁନ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ବିଜୟଶ୍ରୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଶେଷ ସମୟ ପର୍ଯ୍ୟନ୍ତ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବିଜୟଶ୍ରୀ ରାଉତରାୟ ୧୯୫୩ ମସିହାର ଜୁଲାଇ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ରାଉତରାୟ ଓ ମାଆଙ୍କ ନାମ ନଳିନୀଦେବୀ ରାଉତରାୟ ଏବଂ ପତ୍ନୀଙ୍କ ନାମ ଜ୍ୟୋତି ରାଉତରାୟ । ବିଜୟଶ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧] ବିଜୟଶ୍ରୀଙ୍କ ବାପା ନୀଳମଣି ରାଉତରାୟ ଜଣେ ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏବେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଜୟଶ୍ରୀ ରାଉତରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୬ ଥର ଏବଂ ମନ୍ତ୍ରୀ ଭାବରେ ୨୦୦୨ରୁ ୨୦୦୬ ଯାଏଁ, ୨୦୧୨ରୁ ୨୦୧୭ ଯାଏଁ ଏବଂ ୨୦୧୭ରୁ ୨୦୧୯ ଯାଏଁ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ବାସୁଦେବପୁର ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ବାସୁଦେବପୁର ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବାସୁଦେବପୁର ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ବାସୁଦେବପୁର ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବାସୁଦେବପୁର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବାସୁଦେବପୁର ବିଜୁ ଜନତା ଦଳ

ମୃତ୍ୟୁ[ସମ୍ପାଦନା]

ସେଫ୍ଟିସିମିଆ ରୋଗରେ ପୀଡ଼ିତ ହୋଇ ୨୦୨୧ ମସିହା ଜୁନ ୨ ତାରିଖରେ ଭୁବନେଶ୍ୱରରେ ତାଙ୍କର ପରଲୋକ ଘଟିଥିଲା ।[୨] ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Bijayshree Routray". odishaassembly.nic.in. Odisha Assembly. Retrieved 16 January 2020.
  2. Bhuyan, Sunil. "ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 June 2021. Retrieved 2 June 2021.