ସୋହାନା ସାବା

ଉଇକିପିଡ଼ିଆ‌ରୁ
ସୋହାନା ସାବା
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା
Spouseମୁରାଦ ପରଭେଜ

ସୋହାନା ସାବା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ତଥା ନର୍ତ୍ତକୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନ ଏବଂ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି ।[୧][୨][୩] ବଙ୍ଗଳାଦେଶର ଢାକାଠାରେ ଜନ୍ମିତ ସୋହାନା ଜଣେ ନର୍ତ୍ତକୀ ଭାବରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ଜଣେ ମଡେଲ ଭାବରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଏହାପରେ ସେ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକରେ କାର୍ଯ୍ୟ କରିଥିଲେ ଏବଂ ଶେଷରେ ୨୦୦୬ ମସିହାରେ ସେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଆଇନା ଜରିଆରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ଯାହା ପାଇଁ ସେ ମରିଲୋ ପ୍ରଥମ ଆଲୋ ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଗ୍ରହଣ[ସମ୍ପାଦନା]

ସୋହାନା ସାବା ବଙ୍ଗଳାଦେଶର ରାଜଧାନୀ ଢାକାରେ ଜନ୍ମଗ୍ରହଣ କରିଥିଲେ । ସେ କିଣ୍ଡରଗ୍ରାର୍ଟନର ଅଜିମପୁର ଲେଡିଜ୍ କ୍ଲବ୍‌ରୁ ତାଙ୍କ ଶିକ୍ଷାଗ୍ରହଣ ଆରମ୍ଭ କରିଥିଲେ । ୟୁନିଭର୍ସିଟି ଲାବ୍ରୋଟାରୀ ସ୍କୁଲ ଓ କଲେଜରୁ ୨୦୦୨ ମସିହାରେ ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ୨୦୦୪ ମସିହାରେ ବଙ୍ଗଳାଦେଶର କେନ୍ଦ୍ରୀୟ ମହିଳା ମହାବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ ।

ସୋହାନା ୧୪ ବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ସେ ବୁଲ୍‌ବୁଲ୍ ଲଳିତ କଳା ଏକାଡେମୀ ଏବଂ ଛାୟାନଉତରେ ନୃତ୍ୟ ଶିକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିଲେ । ସେ ଢାକାର ଶାନ୍ତୋ-ମାରିଅମ୍ ୟୁନିଭର୍ସିଟି ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜିରେ ପାଠ ପଢ଼ୁଥିଲେ, ଯେଉଁଠି ସେ ଫ୍ୟାସନ୍ ଡିଜାଇନିଂରେ ସ୍ନାତକ ହାସଲ କରିଥିଲେ ।

ପେଶା[ସମ୍ପାଦନା]

ସୋହାନା ସାବା ଜଣେ ନର୍ତ୍ତକୀ ଭାବରେ ବିଭିନ୍ନ କାର୍ଯ୍ୟକ୍ରମେ ନୃତ୍ୟ କରିବା ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ନୃତ୍ୟରେ ସେ ପ୍ରଶଂସା ସାଉଁଣ୍ଟିବାପରେ ସେ ମଡେଲ ଭାବରେ ବିଭିନ୍ନ ବିଜ୍ଞାପନ ପାଇଁ ଅଡିସନ୍ ଦେଇଥିଲେ ଏବଂ କିଛି ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହାପରେ ସୋହାନା କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ ।

୨୦୦୬ ମସିହାରେ ସୋହାନା ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାର୍ଯ୍ୟକରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ଆଇନା, ଯାହର ନିର୍ଦ୍ଦେଶନା ଦେଇଥିଲେ କବୋରୀ ସରୋବର । ଏହି ଚଳଚ୍ଚିତ୍ର ପାଇଁ ସେ ମେରିଲୋ ପ୍ରଥମେ ଆଲୋ ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧] ସେହି ବର୍ଷ ସେ ଖେଳଘର ନାମକ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ରରେ ରେହାନା ଚରିତ୍ରରେ ଅଭିନୟ କରିଥିଲେ, ଯାହା ନିର୍ଦ୍ଦେଶନା ଦେଇଥିଲେ ମର୍ଶୁଦୁଲ ଇସ୍‌ଲାମ ।

୨୦୦୮ ମସିହାରେ ସୋହାନାଙ୍କ ଅଭିନୀତ ୩ୟ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଚନ୍ଦ୍ରଗ୍ରହଣ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ଫଲାନି ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ପତି ମୁରାଦ ପରଭେଜ ।[୪] ଏହାପରେ ୨୦୦୯ରେ ପ୍ରିୟତମେଷୁ,[୫] ୨୦୧୪ରେ ବୃହନ୍ୱଳା[୬] ଏବଂ ୨୦୧୬ ଶୋରିରିପୂ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ ।[୭]

ବ୍ଯକ୍ତିଗତ ଜୀବନ[ସମ୍ପାଦନା]

ସୋହାନା ସବା ୨୦୦୭ ମସିହାରେ ବିବାହ କରିଥିଲେ । ସେ ମୁରାଦ ପରଭେଜଙ୍କୁ ବିବାହ କରିଥିଲେ, ଯିଏକି ବଙ୍ଗଳାଦେଶରେ ଜଣେ ନିର୍ଦ୍ଦେଶକ ଏବଂ ନାଟ୍ୟକାର ଭାବରେ ବେଶ୍ ଜଣାଶୁଣା ।[୧] ସୋହାନା ଏବଂ ମୁରାଦ ପରଭେକଙ୍କର ଏକ ପୁତ୍ର ସନ୍ତାନ ଅଛି ।[୮] ୨୦୧୫ ମସିହାର ଶେଷ ଆଡ଼କୁ ସୋହାନା ଏବଂ ମୁରାଦଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା ଏବଂ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Sohana Saba: Actress on the rise". The Daily Star. 26 April 2007. Archived from the original on 23 October 2014. Retrieved 10 September 2016.
  2. "Sohana Saba in new TV play". thedailystar.net. Retrieved 20 June 2019.
  3. "Sohana Saba in 'Modhur Canteen'". thedailystar.net. Retrieved 20 June 2019.
  4. "চন্দ্রগ্রহণ (২০০৮)". Bangla Movie Database. Retrieved 25 January 2015.
  5. "প্রিয়তমেষু (২০০৯)". Bangla Movie Database. Retrieved 25 January 2015.
  6. "Bangladesh wins big at Jaipur Film Festival". Prothom Alo. 9 February 2015. Archived from the original on 3 March 2016. Retrieved 10 September 2016.
  7. Buzarbaruah, Upam (19 June 2016). "Shororipu Movie Review". Times of India. Retrieved 10 September 2016.
  8. ୮.୦ ୮.୧ Shormi, Rahnuma (13 August 2016). "Sultry Steps to Stardom". The Daily Star. Retrieved 10 September 2016.

ବାହାର ଆଧାର[ସମ୍ପାଦନା]