ସତ୍ୟବତୀ

ଉଇକିପିଡ଼ିଆ‌ରୁ
ସତ୍ୟବତୀ
Painting of Satyavati, standing with her back turned to King Shantanu
Shantanu woos Satyavati, the fisherwoman (Painting by Raja Ravi Varma)
ସବିଶେଷ
ପରିବାରUparichara Vasu (father)
Dusharaj (adoptive father)
Spouse(s)Shantanu
ChildrenVyasa with Parashara,
Chitrangada and Vichitravirya with Shantanu

ସତ୍ୟବତୀ (ଇଂରାଜୀ ଭାଷାରେ Satyavati, (ସଂସ୍କୃତ: सत्यवती; ଅନ୍ୟ ବନାନ ସତ୍ୟ‌ୱତୀ/ Satyawati) ହସ୍ତିନାପୁରର କୁରୁ ରାଜା ଶାନ୍ତନୁଙ୍କର ରାଣୀ ଓ ମହାଭାରତ ପ୍ରସିଦ୍ଧ ପାଣ୍ଡବ ତ‌ଥା କୌରବ (ହିନ୍ଦୁ ମହାକାବ୍ୟ ମହାଭାରତର ମୂଖ୍ୟ ଚରିତ୍ରମାନ ) ରାଜପୁତ୍ରମାନଙ୍କର ମାତାମାତାମହ ଥିଲେ । ଆଉ ମଧ୍ୟ ସେ ମହାକାବ୍ୟ ମହାଭାରତ ଲେଖକ ମହର୍ଷି ବ୍ୟାସଙ୍କର (Vyasa) ମାତା ଥିଲେ । ତାଙ୍କ ଜୀବନ କାହାଣୀ ମହାଭାରତ, ହରିବଂଶ (Harivamsa) ଓ ଦେବୀ ଭାଗବତ ପୁରାଣରେ (Devi Bhagavata Purana)[୧] ଦେଖିବାକୁ ମିଳେ ।

ଚେଦି ବଂଶର ରାଜା ବସୁ (ଅନ୍ୟ ନାମ ଉପରିଚାର ବସୁ) ଓ ଅଭିଶପ୍ତ ଅପ୍‌ସରା ମତ୍ସ୍ୟକନ୍ୟା ଆଦ୍ରିକ ଔରସରୁ ଜାତ ସତ୍ୟବତୀ ଜଣେ ସାଧାରଣ ମହିଳା ଭାବରେ ଲାଳିତ ପାଳିତ ହୋଇଥିଲେ । ଯମୁନା ନ‌ଦୀ କୁଳରେ ବାସ କରୁଥିବା ନାବିକ ମୁଖିଆ ଦୁଶରାଜର ପୋଷ୍ୟ କନ୍ୟା ଥିଲେ । ନିଷାଦରାଜ ନାମକ କେଉଟଙ୍କ ପାଳିତାକନ୍ୟା ଥିଲେ ସତ୍ୟବତୀ । ତାଙ୍କରି ଜନ୍ମ ବିଷୟରେ ପୁରାଣରେ ଯେଉଁ ବର୍ଣ୍ଣନା ଅଛି ତାହା ଏହିଭଳି । ମାଛ ଧରିବା ବେଳେ ନିଷାଦରାଜ ଥରେ ଏକ ବିରାଟ ମାଛ ଜାଲରେ ପଡିଥିବାର ଦେଖିଲେ । ତେବେ ଏହି ମାଛର ପେଟ କାଟିଦେବାମାତ୍ରେ ଗୋଟିଏ ଶିଶୁପୁତ୍ର ଓ ଗୋଟିଏ ଶିଶୁକନ୍ୟା ବାହାରିଲେ । ରାଜା ଏ ଖବର ପାଇ ଶିଶୁପୁତ୍ରଟିକୁ ନିଜର ପାଳିତ ପୁତ୍ରରୂପ୍ରେ ଗ୍ରହଣ କଲେ । ହେଲେ ଶିଶୁ କନ୍ୟାଟି ଦେହରୁ ମାଛର ଗନ୍ଧ ନିର୍ହତ ହେଉଥିବାରୁ ସେ କନ୍ୟାଟିକୁ ରାଜା ଗ୍ରହଣ ନ କରିବାରୁ ଅଗତ୍ୟା ନିଷାଦରାଜ ତାହାକୁ ପାଳିତାକନ୍ୟା ରୂପେ ଗ୍ରହଣ କରି ପାଳିବାକୁ ଲାଗେଲେ । ବାସ୍ତବରେ ଏହି କନ୍ୟାଟି ବ୍ରହ୍ମାଙ୍କ ଶାପରେ ମତ୍ସ୍ୟଭାବ ପ୍ରାପ୍ତ ହୋଇଥିବା "ଆଦ୍ରିକା" ନାମକ ଅପସରାର ଗର୍ଭରୁ ଉପରିଚର ବସୁଙ୍କଦ୍ୱାରା ଜନ୍ମଗ୍ରହଣ କରିଥିବା ଝିଅ ।

ଯୁବତୀ ଭାବରେ ସେ ଭ୍ରମଣ କରୁଥିବା ଋଷି (rishi) ପରାଶରଙ୍କୁ ଭେଟି ବିବାହ କଲେ ଓ ତାଙ୍କ ଔରସରୁ ପୁତ୍ର ବ୍ୟାସଙ୍କୁ ଜନ୍ମ ଦେଲେ । ଋଷି ତାଙ୍କ ଦେହରୁ ବାହାରୁଥିବା ଦୁର୍ଗନ୍ଧକୁ ପରିବର୍ତ୍ତିତ କରି କସ୍ତୁରୀ ବାସ୍ନା ଭରିଦେବା ପରେ ଏକ ଯୋଜନ ପର୍ଯ୍ୟନ୍ତ ସେଇ ବାସ୍ନା ହେଉଥିବାରୁ ତାଙ୍କୁ ଲୋକମାନେ ଯୋଜନ‌ଗନ୍ଧା ଓ ଗନ୍ଧବତୀ ନାମରେ ଡାକିଲେ ।

ପରେ ରାଜା ଶାନ୍ତନୁ ତାଙ୍କର ସୌନ୍ଦର୍ଯ୍ୟ ଓ ସୁବାସରେ ମୋହିତ ହୋଇ ସତ୍ୟବତୀଙ୍କ ପ୍ରେମରେ ପଡ଼ିଗଲେ । ସେ ଶାନ୍ତନୁଙ୍କୁ ଏକ ସର୍ତ୍ତରେ ବିବାହ କରିଥିଲେ ଯେ ତାଙ୍କ ବଡ଼ ପୁଅ ରାଜପୁତ୍ର ଭିଷ୍ମଙ୍କ ବଦଳରେ ତାଙ୍କ ଔରସ ଜାତ ପିଲା ସିଂହାସନରେ ବସିବେ । ସତ୍ୟବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ରବିର୍ଯ୍ୟ ନାମରେ ଦୁଇଟି ପୁତ୍ର ଜାତ ହେଲେ । ଶାନ୍ତନୁଙ୍କ ମୃତ୍ୟୁ ପରେ ଭିଷ୍ମଙ୍କ ସ‌ହାୟତାରେ ସେ ଓ ତାଙ୍କ ରାଜପୁତ୍ର ରାଜ୍ୟଶାସନ କରିବାକୁ ଲାଗିଲେ । ତାଙ୍କର ଦୁଇ ପୁତ୍ର ଦୁର୍ଭାଗ୍ୟକୁ ପୁତ୍ରହୀନ ହେବାରୁ ସତ୍ୟବତୀ ତାଙ୍କର ପ୍ରଥମ ପୁତ୍ର ବ୍ୟାସଙ୍କ ଔରସରୁ ଦୁଇ ବିଧବା ବୋହୁଙ୍କୁ ନିୟୋଗ (niyoga) ମାଧ୍ୟମରେ ପୁତ୍ରବତୀ କରେଇଥିଲେ । ଏହିପରି ଧ୍ରୁତରାଷ୍ଟ୍ର ଓ ପଣ୍ଡୁ ଜନ୍ମ ହୋଇଥିଲେ ଯେଉଁମାନେ ଯଥାକ୍ରମେ କୌରବ ଓ ପାଣ୍ଡବମାନଙ୍କର ପିତା ହୋଇଥିଲେ । ପଣ୍ଡୁଙ୍କ ମୃତ୍ୟୁ ପରେ ସତ୍ୟବତୀ ବଣକୁ ଯାଇ ତପସ୍ୟା କଲେ ଓ କୁରୁକ୍ଷେତ୍ର ଯୁଦ୍ଧ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ।

ସତ୍ୟବତୀଙ୍କର ଉପସ୍ଥିତ ବୁଦ୍ଧି, ଦୂରଦର୍ଶିତା ଓ ରାଜନୀତି (realpolitik) ପ୍ରଶଂସା ଯୋଗ୍ୟ ଥିଲା, କିନ୍ତୁ ତାଙ୍କର ଅନୈତିକ ଲକ୍ଷ ହାସଲ ଓ ଅନ୍ଧ ଉଚ୍ଚାକାଂଖ୍ୟା ଯୋଗୁ ସମାଲୋଚିତ ହୋଇଥିଲେ ।

ସାହିତ୍ୟ ଉତ୍ସ ଓ ନାମକରଣ[ସମ୍ପାଦନା]

ମହାଭାରତରେ ସତ୍ୟବତୀଙ୍କ ବିଷୟରେ ବିଶେଷ କିଛି ଲେଖା ନାହିଁ; କିନ୍ତୁ ହରିବଂଶ ଓ ଦେବୀ ଭାଗବତ ପୁରଣରେ ତାଙ୍କର ଚରିତ ପୁଂଖାନୁପୁଂଖ ଭାବରେ ଲେଖାଯାଇଛି । [୧]

ମହାଭାରତରେ ସତ୍ୟବତୀଙ୍କର ଅନେକ ନାମ ଥିଲା ଯେପରିକି ସାସେୟୀ, ଗନ୍ଧକଳୀ, ଗନ୍ଧବତୀ, କାଳି, ମତ୍ସ୍ୟଗନ୍ଧା ଓ ଯୋଜନ‌ଗନ୍ଧା । ଭିଷ୍ମ ତାଙ୍କୁ ଦାସେୟୀ ନାମରେ ଡାକୁଥିଲେ ଯାହାର ଅର୍ଥ ମତ୍ସ୍ୟରାଜା ଦାସ ତାଙ୍କୁ ପୋଷ୍ୟକନ୍ୟା କରି ନିଜ କନ୍ୟା ଭଳି ପାଳିଥିଲେ । [୧][୨] ରାଜା ବସୁଙ୍କର କନ୍ୟା ହୋଇଥିବାରୁ ତାଙ୍କୁ ବାସବୀ ନାମକରଣ ହୋଇଥିଲା । ତାଙ୍କର ଦେହ ରଙ୍ଗ କଳା ଥିବାରୁ ଜନ୍ମ ନାମ କାଳି ଥିଲା । ସତ୍ୟବତୀ ନାମର ଅର୍ଥ ସତ୍ୟପୁର୍ଣ୍ଣ । ପରବର୍ତ୍ତୀ ଜୀବନରେ ତାଙ୍କର ଅନ୍ୟ ନାମ ମତ୍ସ୍ୟଗନ୍ଧା ବା ମତ୍ସ୍ୟଗନ୍ଧୀ ଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Bhattacharya, Pradip (May–June 2004). "Of Kunti and Satyawati: Sexually Assertive Women of the Mahabharata" (PDF). Manushi (142): 21–25.
  2. Pargiter, F.E. (1972). Ancient Indian Historical Tradition, Delhi: Motilal Banarsidass, p.69.