Topic on ଉଇକିପିଡ଼ିଆ:ଆଲୋଚନା ସଭା

ଏସିଆ ମାସ ଗଣ-ସମ୍ପାଦନା ୨୦୧୯ରେ ଅଂଶଗ୍ରହଣ ପାଇଁ ପ୍ରସ୍ତାବ

9
Jnanaranjan sahuଙ୍କ ଲିଖିତ ସାରାଂଶ

ସରିଯାଇଛି

Ssgapu22 (ଆଲୋଚନାଅବଦାନ)

ନମସ୍କାର, ଜୟ ଜଗନ୍ନାଥ ! ପୂର୍ବବର୍ଷମାନଙ୍କ ଭଳି ଆମେ ଏଥର ଏସିଆ ମାସ ଗଣ ସମ୍ପାଦନାରେ ଅଂଶଗ୍ରହଣ କରିବା କି? ଏସିଆ ମାସ ମେଟା ପେଜ୍‌‌ରେ ମୁଁ ଆମ କମ୍ୟୁନିଟି ପାଇଁ ନାମ ଯୋଡ଼ିଛି, ହେଲେ ସଭିଙ୍କର ମତାମତ ନେଇ ଆଗକୁ ବଢ଼ିବା । ପୂର୍ବବର୍ଷ ଏହି ଗଣ-ସମ୍ପାଦନାରେ କେବଳ ମାତ୍ର ଦୁଇଜଣ ଅଂଶଗ୍ରହଣ କରିଥିଲେ, ତେଣୁ ସଭିଙ୍କର ମତାମତ ନେଇ ଆରମ୍ଭ କରିବା

ସଭିଙ୍କର ମତାମତ ଅପେକ୍ଷାରେ ।

Hellohappy (ଆଲୋଚନାଅବଦାନ)

ଗପୁ, ନାମ ଯୋଡ଼ିସାରିଛ ମାନେ ଆଗକୁ ମାଡ଼ିଚାଲ । ଅଂଶଗ୍ରହଣ, ଉଇକିଆଳିମାନଙ୍କର ବ୍ୟକ୍ତିଗତ ଇଚ୍ଛା । ହଁ, ଅଂଶଗ୍ରହଣ କରିବାପାଇଁ ନାମ ଲେଖେଇ ପଛେଇଯିବା ଉଚିତ ନୁହେଁ । ଆଉ ଗୋଟିଏ କଥା ଇଂରାଜୀ, ହିନ୍ଦୀ ବା ଅନ୍ୟ ଭାଷାରୁ ଅନୁବାଦ ଟିକେ ସତର୍କତାର ସହ କରିବାକୁ ପଡିବ । ମୂଳ ଭାଷାରେ ଲେଖାଯାଇଥିବା ପ୍ରସଙ୍ଗର ଅର୍ଥ ଅନୁବାଦ ପରେ ବଦଳି ନଯାଉ । ପ୍ରସଙ୍ଗ ଲେଖାସାରିବା ପରେ ବହୁବାର ପଢାଯାଉ । ଅନୁବାଦ ଠିକ ହେଇଛି କି ନାହିଁ ତାକୁ ପରଖିବା କାମ ଅନୁବାଦକ ନିଜେ କରନ୍ତୁ । ଭଲ ଲେଖିବା ଆମର ଲକ୍ଷ ହେଉ । କେବଳ ପ୍ରସଙ୍ଗ ସଂଖ୍ୟା ବଢେଇ ଲାଭ ନାହିଁ ।

Ssgapu22 (ଆଲୋଚନାଅବଦାନ)

ଧନ୍ୟବାଦ ପ୍ରୀତି ଭାଇ । ଅବଶ୍ୟ, ଅନୁବାଦ କଲାବେଳେ ଠିକ୍‌ରେ କରିବା ଆବଶ୍ୟକ । ଅବଶ୍ୟ ଗଲା ତିନିବର୍ଷରେ ମୁଁ ଏହି ଗଣ-ସମ୍ପାଦନା ସମୟରେ ମାତ୍ର ୪୮ଟି ପ୍ରସଙ୍ଗ ଲେଖିଛି, ତଥାପି ଅନେକ କିଛି ଶିଖିଚି ଆଉ ପ୍ରସଙ୍ଗ ଲେଖିଲାବେଳେ ବି ଅନେକ କିଛି ଶିଖିବାକୁ ମିଳିଛି । ବାହାର ଦେଶର ଅନେକ ଭଲ ସ୍ଥାନ ମଧ୍ୟ ଅଛି, ତାକୁ ମଧ୍ୟ ଅନୁବାଦ କରିପାରିଲେ ବହୁତ ଭଲ ହୁଅନ୍ତା ।

Hellohappy (ଆଲୋଚନାଅବଦାନ)

ହଁ ଭଲ ପ୍ରସ୍ତାବ ଗପୁ । ଅନ୍ୟଦେଶର ଦର୍ଶନୀୟ ସ୍ଥାନସବୁ ଓଡ଼ିଆରେ ରହିଲେ, ହୁଏତ ଓଡ଼ିଆ ପାଠକମାନେ ଖୋଜିବେ, ପଢିବେ ।

Soumendrak (ଆଲୋଚନାଅବଦାନ)

ମେ ଦ ଫୋର୍ସ ବି ଉଇଥ ଇଉ ଗପୁ । ମାଡିଚାଲ । ମୁଁ ବି ଖରାବେଳିଆ ବସିକି ଲେଖିଦେବି କିଛି ଟା ।

Ssgapu22 (ଆଲୋଚନାଅବଦାନ)

ଗଲାବର୍ଷ ପୋଷ୍ଟକାର୍ଡ଼ ଅବଶ୍ୟ ଆଜିଯାଏଁ ଆସିପାରିଲାନି ସୌମେନ୍ଦ୍ର ଭାଇ, ହେଲେ ଏଥର ମିଳିବା ଆଶା ନେଇକି ଲେଖିବାକୁ ହେବ ।

Soumendrak (ଆଲୋଚନାଅବଦାନ)

ମୁଁ ତ ଆବେଦନ ହିଁ କରିନଥିଲି । ସେମିତି ତମକୁ ମାନସିକ ସହାୟତା (ମୋରାଲ ସପୋର୍ଟ) ଦବାକୁ ଲେଖିଦେଇଥିଲି । ଏଥର ବି ଲେଖିଦେବା । :)

Jnanaranjan sahu (ଆଲୋଚନାଅବଦାନ)

ସମର୍ଥନ

Aliva Sahoo (ଆଲୋଚନାଅବଦାନ)

ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ମୁଁ ଭାଗ ନେବାପାଇଁ ନିଜର ସମର୍ଥନ ରଖୁଛି । ଆଶା କରୁଛି ବିଗତ କିଛି ବର୍ଷ ଠାରୁ ଏ ବର୍ଷରେ କିଛି ଅଧିକ ଭଲ ସମ୍ପାଦନା ହେଉ ।