ପଦ୍ମ ଚରଣ ହଇବୁରୁ

ଉଇକିପିଡ଼ିଆ‌ରୁ
ପଦ୍ମ ଚରଣ ହଇବୁରୁ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀରଘୁନାଥ ହେମ୍ବ୍ରମ
ପର ଅଧିକାରୀଅଜିତ ହେମ୍ବ୍ରମ
ନିର୍ବାଚନ ମଣ୍ଡଳୀକରଞ୍ଜିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-10-16) ୧୬ ଅକ୍ଟୋବର ୧୯୬୨ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଯମୁନା ତ୍ରିୟା
ବାପା/ବୋଉସଦାନନ୍ଦ ହଇବୁରୁ (ବାପା)
ବୃତ୍ତିରାଜନୀତିଜ୍ଞ

ପଦ୍ମ ଚରଣ ହଇବୁରୁ (ଜନ୍ମ: ୧୬ ଅକ୍ଟୋବର ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପଦ୍ମ ଚରଣ ହଇବୁରୁ ୧୯୬୨ ମସିହାର ଅକ୍ଟୋବର ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଦାନନ୍ଦ ହଇବୁରୁ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଇତିହାସରେ ସ୍ନାତକୋତ୍ତର । ତାଙ୍କ ପତ୍ନୀଙ୍କ ନାମ ଯମୁନା ତ୍ରିୟା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପଦ୍ମ ଚରଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୫,୨୮୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ରଘୁନାଥ ହେମ୍ବ୍ରମଙ୍କୁ ୧୫,୬୪୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Padma Charan Haiburu". odishaassembly.nic.in. Odisha Assembly. Retrieved 8 September 2019.
  2. ୨.୦ ୨.୧ "Orissa 2000". Election Commission of India (in Indian English). Retrieved 2019-06-27.