ପ୍ରଫୁଲ୍ଲ କୁମାର ଦାସ

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ କୁମାର ଦାସ
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ପୂର୍ବ ଅଧିକାରୀପ୍ରଭାକର ବେହେରା
ପର ଅଧିକାରୀକରୁଣାକର ନାୟକ
ନିର୍ବାଚନ ମଣ୍ଡଳୀକରଞ୍ଜିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1938-06-09)ଜୁନ ୯, ୧୯୩୮
ମୃତ୍ୟୁ୧୨ ଜାନୁଆରୀ ୨୦୦୨(2002-01-12) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଭାନୁମତି ଦେଇ
ବାପା/ବୋଉଆଦିକନ୍ଦ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଫୁଲ୍ଲ କୁମାର ଦାସ (୯ ଜୁନ ୧୯୩୮ - ୧୨ ଜାନୁଆରୀ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ପ୍ରଫୁଲ୍ଲ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପ୍ରଫୁଲ୍ଲ କୁମାର ଦାସ ୧୯୩୮ ମସିହାର ଜୁନ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆଦିକନ୍ଦ ଦାସ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକରୁ କମ ଥିଲା । ତାଙ୍କ ପତ୍ନୀଙ୍କ ନାମ ଭାନୁମତି ଦେଇ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରଫୁଲ୍ଲ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ପ୍ରଫୁଲ୍ଲ ୨୦୦୨ ମସିହାର ଜାନୁଆରୀ ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Prafulla Kumar Das". odishaassembly.nic.in. Odisha Assembly. Retrieved 5 September 2019.