ପ୍ରମୋଦ ଭଗତ

ଉଇକିପିଡ଼ିଆ‌ରୁ
ପ୍ରମୋଦ ଭଗତ
Born (1988-06-04) ୪ ଜୁନ ୧୯୮୮ (ବୟସ ୩୫)
Nationalityଭାରତୀୟ
Educationଆଇଟିଆଇ (ଇଲେକ୍ଟ୍ରିକାଲ)
Known forପାରା-ବ୍ୟାଡମିଣ୍ଟନ ଖେଳାଳି
Parent(s)କୈଳାଶ ଭଗତ(ବାପା),
କୁସୁମ ଦେବୀ(ମା')
Awardsଅର୍ଜୁନ ପୁରସ୍କାର ୨୦୧୯

ପ୍ରମୋଦ ଭଗତ (ଜନ୍ମ: ୪ ଜୁନ ୧୯୮୮), ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାର ସମ୍ମାନିତ ଜଣେ ଓଡ଼ିଆ ପାରା-ବ୍ୟାଡମିଣ୍ଟନ ଖେଳାଳି । ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ ଭାବରେ ଅର୍ଜୁନ ପୁରସ୍କାର ଲାଭ କରିବାରେ ସେ ପ୍ରଥମ ଓଡ଼ିଆ ଖେଳାଳି ।[୧] ୨୦୨୦ ଟୋକିଓ ପାରା-ଅଲିମ୍ପିକ୍ସର ଏକଳ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୪ ଜୁନ ୧୯୮୮ ମସିହାରେ ଜନ୍ମିତ ପ୍ରମୋଦ ଚାରି ବର୍ଷ ବୟସରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ନିଜ ପାଖ ଗଳିରେ ସାଙ୍ଗମାନଙ୍କୁ ଖେଳିବାର ଦେଖି ସେ ୨୦୦୨ ମସିହାରୁ (୧୪ ବର୍ଷରୁ) ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ଏକ ଘନିଷ୍ଠ ବନ୍ଧୁଙ୍କ ଘରର ଛାତ ଉପରେ ସେ ବ୍ୟାଡମିଣ୍ଟନ ଖେଳିବା ଅଭ୍ୟାସ କରୁଥିଲେ ।[୨] ସକ୍ଷମ ବ୍ୟକ୍ତିମାନଙ୍କୁ ଖେଳି ହରାଇବାପରେ ସେ ୨୦୦୬ ମସିହାରେ ପ୍ରତିଯୋଗିତାମୂଳକ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ ।[୩]

କ୍ରୀଡ଼ା ଜୀବନ[ସମ୍ପାଦନା]

ସକ୍ଷମ ଖେଳାଳିମାନଙ୍କ ସହିତ ଖେଳି ସେ ଜିଲ୍ଲା-ସ୍ତରୀୟ ଚାମ୍ପିୟନ ହୋଇଥିଲେ । ଏହାପରେ ସେ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ । ସେ ଅନେକ ଜାତୀୟ ସ୍ତରୀୟ ପଦକ ଜିତିଥିଲେ । ୨୦୧୯ ମସିହା ଅଗଷ୍ଟ ମାସ ୧୭ ତାରିଖରେ ସେ ୨୦୧୯ ମସିହାରେ ଅର୍ଜୁନ ପୁରସ୍କାର ପାଇବେ ବୋଲି ଭାରତ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ସେ ଅର୍ଜୁନ ପୁରସ୍କାର ପାଇବାରେ ଓଡ଼ିଶାର ଅଷ୍ଟମ ଖେଳାଳି ହୋଇଥିଲେ ।[୪][୫]

ଅଗଷ୍ଟ ମାସ ୨୦୨୦ ମସିହାରେ ଟୋକିଓଠାରେ ଅନୁଷ୍ଟିତ ହେବାକୁ ଯାଉଥିବା ପାରା-ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପ୍ରମୋଦଙ୍କର ସ୍ୱପ୍ନ ଥିଲା[୬] ଓ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪ ଓ ୨୧-୧୭ ସ୍କୋର ସହିତ ପରାସ୍ତ କରି ସେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ହାସଲ କରି ନିଜ ସ୍ୱପ୍ନପୁରଣ କରି ପାରିଥିଲେ ।[୭]

କୃତିତ୍ୱ[ସମ୍ପାଦନା]

ପ୍ରମୋଦ ଜାତୀୟ ସ୍ତରରେ ୩୦ଟି ସ୍ୱର୍ଣ୍ଣ ୧୪ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଥିବାବେଳେ ୨୦୧୯ ଅଗଷ୍ଟ ମାସ ସୁଧା ଅନ୍ତର୍ଜାତୀୟ ସ୍ତରରେ ୧୮ ସ୍ୱର୍ଣ୍ଣ , ୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତିସାରିଲେଣି । କେବଳ ୨୦୧୯ରେ ସେ ୧୦ ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତି ସାରିଛନ୍ତି । ‌ପାରା-ବ୍ୟାଡମିଣ୍ଟନର ଏସ୍‌ଏଲ-ଥ୍ରୀ (SL-3) ବର୍ଗରେ ପ୍ରମୋଦ, ୨୦୧୯ ଅଗଷ୍ଟ ମାସର ସମସାମୟିକରେ ବିଶ୍ୱର ଏକ ନମ୍ବର ଖେଳାଳି ଥିଲେ ।[୧]

ପ୍ରମୋଦ କେତେକ ଉଲ୍ଲେଖନୀୟ ପ୍ରତିଯୋଗିତାରେ ଜିତିଥିବା ପଦକ:[୩] ୨୦୧୯ ମସିହାରେ ସେ ଅଗଷ୍ଟ ମାସ ପର୍ଯ୍ୟନ୍ତ ୫ଟି ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଲାଭ କରିସାରିଥିଲେ ।[୬]

  • ସ୍ୱର୍ଣ୍ଣ ପଦକ (ସିଙ୍ଗଲ), ଟୋକିଓ ପାରା-ବ୍ୟାଡମିଣ୍ଟନ, ଅଗଷ୍ଟ ୨୦୨୧
  • ସ୍ୱର୍ଣ୍ଣ ପଦକ (ସିଙ୍ଗଲ), ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ , ଆୟରଲ୍ୟାଣ୍ଡ, ଅଗଷ୍ଟ ୨୦୧୯
  • ସ୍ୱର୍ଣ୍ଣ ପଦକ, ଉଗାଣ୍ଡା ଅନ୍ତର୍ଜାତୀୟ ପ୍ରତିଯୋଗିତା, ଅପ୍ରେଲ ୨୦୧୯
  • ସ୍ୱର୍ଣ୍ଣ ପଦକ, ଦୁବାଇ ଅନ୍ତର୍ଜାତୀୟ ପ୍ରତିଯୋଗିତା, ଅପ୍ରେଲ ୨୦୧୯
  • ସ୍ୱର୍ଣ୍ଣ ପଦକ, ତୁର୍କୀ ଅନ୍ତର୍ଜାତୀୟ ପ୍ରତିଯୋଗିତା, ମାର୍ଚ୍ଚ ୨୦୧୯
  • ସ୍ୱର୍ଣ୍ଣ ପଦକ, ଆଇଡବ୍ଲ୍ୟୁଏଏସ ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତା, ଶାରଜାହ, ଫେବୃୟାରୀ ୨୦୧୯
  • ସ୍ୱର୍ଣ୍ଣ ପଦକ (ଡବଲ), ରୋପ୍ୟ ପଦକ (ସିଙ୍ଗଲ), ବିଶ୍ୱ ପାରା ଚାମ୍ପିୟାନସିପ, ଇଂଲଣ୍ଡ, ୨୦୧୫
  • କାଂସ୍ୟ ପଦକ, ବିଶ୍ୱ ପାରା ଚାମ୍ପିୟାନସିପ, ଅଲସନ କୋରିଆ, ୨୦୧୭

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ ସମ୍ମାନ, ୨୦୨୨[୮]
  • ଅର୍ଜୁନ ପୁରସ୍କାର, ୨୦୧୯

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଓଡ଼ିଶା‌ର ଅଷ୍ଟମ ଅର୍ଜୁନ". Sambad (in ଆମେରିକୀୟ ଇଂରାଜୀ). 2019-08-29. Retrieved 2019-08-30.
  2. "Orisports.com". orisports.com. Retrieved 2019-08-18.
  3. ୩.୦ ୩.୧ "Ankur Dhama". www.indusind.com. Archived from the original on 2018-11-06. Retrieved 2019-08-18.
  4. "Para Shuttler From Odisha, Pramod Bhagat, To Get Arjuna Award". odishatv.in (in ଆମେରିକୀୟ ଇଂରାଜୀ). Retrieved 2019-08-18.
  5. "Pramod Bhagat becomes Odisha's eighth Arjuna awardee". The New Indian Express. Retrieved 2019-08-18.
  6. ୬.୦ ୬.୧ "Para Badminton: Pramod Bhagat clinches his 5th gold medal in 2019". The Bridge (in ବ୍ରିଟିଶ୍‌ ଇଂରାଜୀ). 2019-06-24. Retrieved 2019-08-18.
  7. "Tokyo Paralympics: Pramod Bhagat Wins Gold In Badminton Men's Singles SL3". www.ndtv.com. ndtv. Archived from the original on 4 September 2021. Retrieved 4 September 2021.
  8. "Padma Awards 2022 announced". ସୂଚନା ଓ ଲୋକସମ୍ପର୍କ ବିଭାଗ, ଭାରତ. Archived from the original on ୨୫ ଜାନୁଆରୀ ୨୦୨୨. Retrieved 26 January 2022. {{cite web}}: Check date values in: |archivedate= (help)