ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ
ଦେଖଣା
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ | |
---|---|
ଏଫ୍.ଏମ୍. କଲେଜ | |
ସ୍ଥାପିତ | ୧୯୪୪ |
ଅଧ୍ୟକ୍ଷ | ଡ଼ ସଙ୍ଗୀତା ସାହୁ (ରସାୟନ ବିଜ୍ଞାନ) |
ଅବସ୍ଥାନ | ବାଲେଶ୍ୱର, ଓଡ଼ିଶା, ଭାରତ |
ଅନୁବନ୍ଧନ | ଫକୀର ମୋହନ ବିଶ୍ୱବିଦ୍ୟାଳୟ |
ୱେବସାଇଟ | http://fmcollege.nic.in |
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ବା ଫକୀର ମୋହନ କଲେଜ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଥିବା ଏକ ମହାବିଦ୍ୟାଳୟ ଅଟେ । ଏହା ବାଲେଶ୍ୱର କଲେଜ, ଏଫଏମ କଲେଜ ନାମରେ ମଧ୍ୟ ଜଣାଶୁଣା । ଜୁଲାଇ ମାସ ୬ ତାରିଖ ୧୯୪୪ ମସିହାରେ ଏହି ମହାବିଦ୍ୟାଳୟଟି ୯୬ଜଣ ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାପିତ ହୋଇଥିଲା, ସେତେବେଳ ଏହାକୁ ବାଲେଶ୍ୱର କଲେଜ କୁହାଯାଉଥିଲା । ୧୯୪୬ ମସିହାରୁ କଳାରେ ସ୍ନାତକ ପଢ଼ାହେବା ଆରମ୍ଭ ହୋଇଥିଲା । ୧୯୪୯ ମସିହାରେ ଏହାର ନାଁ ପରିବର୍ତ୍ତନ ହୋଇ ଫକୀର ମୋହନ କଲେଜ ହୋଇଥିଲା । ୧୯୬୧ ମସିହାରେ ବିଜ୍ଞାନରେ ସ୍ନାତକ ପଢ଼ାହେବା ଆରମ୍ଭ ହୋଇଥିଲା । ୨୦୧୯ ମସିହାରେ ଏଠାରେ ୩୫୦୦ରୁ ଅଧିକ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି । ଫକୀର ମୋହନ ବିଶ୍ୱବିଦ୍ୟଳୟ ସହ ଏହା ଜଡ଼ିତ ।[୧]
ଆଧାର
[ସମ୍ପାଦନା]- ↑ "Fakir Mohan Autonmous College". fmcollege.nic.in. Archived from the original on 2019-05-27. Retrieved 2019-05-27.