ବିଜୟ କୃଷ୍ଣ ଦେ

ଉଇକିପିଡ଼ିଆ‌ରୁ
ବିଜୟ କୃଷ୍ଣ ଦେ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀରବୀନ୍ଦ୍ର ମୋହନ ଦାସ
ପର ଅଧିକାରୀରବୀନ୍ଦ୍ର ମୋହନ ଦାସ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-11-28)୨୮ ନଭେମ୍ବର ୧୯୨୪
ମୃତ୍ୟୁ୧୬ ଅଗଷ୍ଟ ୧୯୯୮(1998-08-16) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମେନକା ଦେ
ସନ୍ତାନ୩ ପୁଅ, ୨ ଝିଅ
ବାପା/ବୋଉକୃଷ୍ଣ ଦେ (ବାପା)
ବୃତ୍ତିରାଜନୀତିଜ୍ଞ

ବିଜୟ କୃଷ୍ଣ ଦେ (୨୮ ନଭେମ୍ବର ୧୯୨୪ - ୧୬ ଅଗଷ୍ଟ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବିଜୟ କୃଷ୍ଣ ଦେ ୧୯୨୪ ମସିହାର ନଭେମ୍ବର ମାସ ୨୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କୃଷ୍ଣ ଦେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଏଟ୍ । ତାଙ୍କ ପତ୍ନୀଙ୍କ ନାମ ମେନକା ଦେ । ତାଙ୍କର ୩ ଜଣ ପୁଅ ଓ ୨ ଜଣ ଝିଅ ଅଛନ୍ତି ।[୧]

ରାଜନୈତି ଜୀବନ[ସମ୍ପାଦନା]

ବିଜୟ ୧୯୬୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୧ ମସିହାରୁ ୧୯୬୭ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ବିଜୟ ୧୯୯୮ ମସିହାର ଅଗଷ୍ଟ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Late Bijoy Krushna De". odishaassembly.nic.in. Odisha Assembly. Retrieved 20 May 2019.