ଭାଗବତ ସାହୁ

ଉଇକିପିଡ଼ିଆ‌ରୁ
ଭାଗବତ ସାହୁ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀପଶ୍ଚିମ ଭଦ୍ରକ
ସାଂସଦ: ୧ମ, ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୨
ପର ଅଧିକାରୀଗୋକୁଳାନନ୍ଦ ମହାନ୍ତି
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1906-05-10)୧୦ ମଇ ୧୯୦୬
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅମୂଲ୍ୟପ୍ରିୟା ଦେବୀ
ସନ୍ତାନ୨ ପୁଅ ୧ ଝିଅ
ବାପା/ବୋଉକ୍ଷେତ୍ରମୋହନ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଭାଗବତ ସାହୁ (ଜନ୍ମ: ୧୦ ମଇ ୧୯୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଭାଗବତ ବ୍ରିଟିଶ୍ ଅଧିକୃତ ଭାରତରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ସ୍ୱାଧୀନତା ପରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ସେ ପରାଧୀନ ଭାରତର ୨ୟ ଓଡ଼ିଶା ବିଧାନ ସଭାକୁ ପଶ୍ଚିମ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ଏବଂ ୧ମ୨ୟ ଲୋକ ସଭାକୁ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଭାଗତବତ ସାହୁ ୧୯୦୬ ମସିହାର ମଇ ମାସ ୧୦ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କ୍ଷେତ୍ରମୋହନ ସାହୁ ।[୧] ଭାଗବତଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧] ତାଙ୍କ ପତ୍ନୀଙ୍କ ନାମ ଅମୂଲ୍ୟପ୍ରିୟା ଦେବୀ ।[୧] ଏହି ଦମ୍ପତ୍ତିଙ୍କର ୨ ପୁଅ ଓ ୧ଟି ଝିଅ ଅଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ଭାଗବତ ସାହୁ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଅନୁଷ୍ଠିତ ୨ୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରୁ ସେ ପଶ୍ଚିମ ଭଦ୍ରକରୁ ବିଧାୟକ ଭାବରେ ୧୯୫୨ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଭାରତୀୟ ସମ୍ବିଧାନ ପ୍ରଣୟନ ହେବାପରେ, ୧୯୫୨ ଭାରତୀୟ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ସେ ସମୁଦାୟ ୧,୫୧,୮୧୨ ଖଣ୍ଡ ଭୋଟ ପାଇଥିଲେ ।[୩][୪][୫] ଏହି ଲୋକ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାରେ ଲୋକ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୫୭ ମସିହାରେ ସେ ପୁଣିଥରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ନିର୍ବାଚନରେ ସେ ସମୁଦାୟ ୧,୪୫,୧୬୩ ଖଣ୍ଡ ଭୋଟ ପାଇଥିଲେ ।[୩][୭] ଏହି ଲୋକ ସଭାରେ ୧୯୫୭ ମସିହାରୁ ୧୯୬୨ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Bhagabat Sahu". odishaassembly.nic.in. Odisha Assembly. Retrieved 15 May 2019.
  2. Parliament of India, the Ninth Lok Sabha, 1989-1991: A Study. Northern Book Centre. 1992. pp. 98–. ISBN 9788172110192.
  3. ୩.୦ ୩.୧ "Balasore Parliamentary Constituency Map, Election Results and Winning MP". www.mapsofindia.com. Retrieved 2019-05-15.
  4. "1951 India General (1st Lok Sabha) Elections Results". www.elections.in. Retrieved 2019-05-15.
  5. "Bhagabat Sahu, Balasore By Poll Lok Sabha Elections 1951 in India LIVE Results | Latest News, Articles & Statistics". Latestly (in ଇଂରାଜୀ). Retrieved 2019-05-15.
  6. "Balasore(Orissa) Lok Sabha Election Results 2019 with Sitting MP and Party Name". www.elections.in. Retrieved 2019-05-15.
  7. "Balasore(by poll) Lok Sabha Election 1957 LIVE Results & Latest News Updates | Current MP | Candidate List | General Election Results, Exit Polls, Leading Candidates & Parties". Latestly (in ଇଂରାଜୀ). Retrieved 2019-05-15.