ଇର୍ବେସାର୍ଟାନ

ଉଇକିପିଡ଼ିଆ‌ରୁ
ଇର୍ବେସାର୍ଟାନ
Clinical data
Pronunciation/ɜːrbəˈsɑːrtən/
Trade namesAvapro, others
AHFS/Drugs.commonograph
MedlinePlusa698009
data
Pregnancy
category
  • AU: D
Routes of
administration
By mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability60% to 80%
Protein binding~90%
MetabolismLiver (CYP2C9)
Elimination half-life11 h to 15 h
ExcretionKidney 20%, faecal 65%
Identifiers
  • 2-butyl-3-({4-[2-(2H-1,2,3,4-tetrazol-5-yl)phenyl]phenyl}methyl)-1,3-diazaspiro[4.4]non-1-en-4-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.119.966 Edit this at Wikidata
Chemical and physical data
FormulaC25H28N6O
Molar mass428.53 g/mol
3D model (JSmol)
  • O=C1N(\C(=N/C12CCCC2)CCCC)Cc5ccc(c3ccccc3c4n[nH]nn4)cc5
  • InChI=1S/C25H28N6O/c1-2-3-10-22-26-25(15-6-7-16-25)24(32)31(22)17-18-11-13-19(14-12-18)20-8-4-5-9-21(20)23-27-29-30-28-23/h4-5,8-9,11-14H,2-3,6-7,10,15-17H2,1H3,(H,27,28,29,30) checkY
  • Key:YOSHYTLCDANDAN-UHFFFAOYSA-N checkY
  (verify)

ଇର୍ବେସାର୍ଟାନ (ଇଂରାଜୀ ଭାଷାରେ Irbesartan, ଏକ ବିକ୍ରୟ ନାମ ଆଭାପ୍ରୋ/ Avapro) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତମଧୁମେହ ବୃକ୍‌କ ରୋଗ (diabetic kidney disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପ ରୋଗରେ ଏହା ଏକ ଉଚିତ ପ୍ରାରମ୍ଭିକ ଚିକିତ୍ସା ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ଅନ୍ୟ ଏକ ମିଶ୍ରିତ ସଂସ୍କରଣ ଇର୍ବେସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ ନାମରେ ମିଳେ ।[୧]

ଇର୍ବେସାର୍ଟାନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ତରଳ ଝାଡ଼ା, ଥକ୍କା ଅନୁଭନ, ଛାତି ପୋଡ଼ାଜଳା ଓ ମାଂସପେଶୀ ଯନ୍ତ୍ରଣା (muscle pain) ହୋଇପାରେ ।[୧][୨] ପ୍ରତିକ୍ରିୟା ସାଂଘାତିକ ହେଲେ ବୃକ୍‌କ ସମସ୍ୟା, ଅଳ୍ପ ରକ୍ତଚାପ (low blood pressure) ଓ ଆଞ୍ଜିଓଇଡିମା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତିକାରକ ହୁଏ ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ ।[୩] ଏହା ଏକ ଆଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିସ୍ଟ (angiotensin II receptor antagonist) ଓ ଆଞ୍ଜିଓଟେନସିନ ୨ର (angiotensin II) ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ଇର୍ବେସାର୍ଟାନ ସନ ୧୯୯୦ରେ ପେଟେଣ୍ଟ ହେବା ପରେ ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୩.୬ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୭୧ତମ ସ୍ଥାନରେ ଥଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Irbesartan Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 175. ISBN 9780857113382.
  3. "Irbesartan Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 470. ISBN 9783527607495.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 26 February 2019.