ଜଗନ୍ନାଥ ରାଉତ

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ରାଉତ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀହୃଦାନନ୍ଦ ମଲ୍ଲିକ
ପର ଅଧିକାରୀହୃଦାନନ୍ଦ ମଲ୍ଲିକ
ନିର୍ବାଚନ ମଣ୍ଡଳୀଧାମନଗର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୧୬ ମାର୍ଚ୍ଚ ୧୯୯୯
ପୂର୍ବ ଅଧିକାରୀହୃଦାନନ୍ଦ ମଲ୍ଲିକ
ପର ଅଧିକାରୀମାନସ ରଞ୍ଜନ ମଲ୍ଲିକ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-11-13)୧୩ ନଭେମ୍ବର ୧୯୪୨
ମୃତ୍ୟୁ୨୪ ଜାନୁଆରୀ ୨୦୨୦(2020-01-24) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବାସନ୍ତୀ ରାଉତ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉରାଧାକୃଷ୍ଣ ରାଉତ (ବାପା)
ବୃତ୍ତିରାଜନୀତିଜ୍ଞ

ଜଗନ୍ନାଥ ରାଉତ (୧୩ ନଭେମ୍ବର ୧୯୪୨ - ୨୪ ଜାନୁଆରୀ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଜଗନ୍ନାଥ ରାଉତ ୧୯୪୨ ମସିହାର ନଭେମ୍ବର ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ରାଧାକୃଷ୍ଣ ରାଉତ । ତାଙ୍କ ଶିକ୍ଷାଗତ ଯୋଗ୍ୟ ହେଉଛି କଳାରେ ସ୍ନାତକୋତ୍ତର ଏବଂ ଶିକ୍ଷାରେ ସ୍ନାତକ ।[୨] ସେ ବାସନ୍ତୀ ରାଉତଙ୍କୁ ବିବାହ କରିଥିଲେ ।[୪] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଜଗନ୍ନାଥ ୧୯୭୦ ଦଶକରେ ଧୂଷୁରୀର ମୂରଲୀଧର ହାଇସ୍କୁଲ୍‌ରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଜଗନ୍ନାଥ ରାଉତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୪]

୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଜଗନ୍ନାଥ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ନିର୍ବାଚନରେ ୧୯୮୫ ମସିହାରେ ପୁଣିଥରେ ଧାମନଗରରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୯ମ ଓଡ଼ିଶା ବିଧାନ ସଭାରେ ହେମାନନ୍ଦ ବିଶ୍ୱାଳଙ୍କ ସରକାରର ମନ୍ତ୍ରୀମଣ୍ଡଳରେ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସେ ।[୧]

ଏହାପରେ ୧୯୯୫ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରୁ ସେ ୧୬ ମାର୍ଚ୍ଚ ୧୯୯୯ରେ ଇସ୍ତଫା ଦେଇଥିଲେ ।[୨] ୧୯୯୫ରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରୁ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ହୋଇଯିବାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।

ମୃତ୍ୟୁ[ସମ୍ପାଦନା]

ଜଗନ୍ନାଥ ରଉତ ୨୦୨୦ ମସିହାର ଜାନୁଆରୀ ମାସ ୨୪ ତାରିଖରେ ହୃଦ୍‌ଘାତ ଯୋଗୁଁ ମୃତ୍ୟବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲେ । ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ପ୍ରାୟ ଦିନ ୧୨ଟା ବେଳେ ସେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ | Sambad". ସମ୍ବାଦ. sambad.in. 24 January 2020. Retrieved 25 January 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Shri Jagannath Rout". odishaassembly.nic.in. Odisha Assembly. Retrieved 21 April 2019.
  3. ୩.୦ ୩.୧ "MLA Jagannath Rout Profile | DHAMNAGAR Constituency". www.odishahelpline.com. Retrieved 2019-04-22.
  4. ୪.୦ ୪.୧ "MLA Jagannath Rout Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-22.