ସୀମାରାଣୀ ନାୟକ

ଉଇକିପିଡ଼ିଆ‌ରୁ
ସୀମାରାଣୀ ନାୟକ
ବିଧାୟିକା: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀଅଞ୍ଜଳି ବେହେରା
ନିର୍ବାଚନ ମଣ୍ଡଳୀହିନ୍ଦୋଳ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଡ. ଧରଣୀଧର ନାୟକ
ବୃତ୍ତିରାଜନୀତିଜ୍ଞ

ସୀମାରାଣୀ ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞା ।[୧] ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[୨] ସୀମାରାଣୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରୁଥିଲେ ।[୩] ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୫୦,୪୯୯ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମୀଧର ବେହେରାଙ୍କୁ ପରାସ୍ତ କରିଥିଲେ । ଓଡ଼ିଶା ବିଧାନ ସଭା ନିର୍ବାଚନରେ ୫୦,୦୦୦ରୁ ଅଧିକ ଭୋଟରେ ଜିତିଥିବା ୧୦ ଜଣ ସଭ୍ୟଙ୍କ ମଧ୍ୟରେ ସୀମାରାଣୀ ଥିଲେ ଅନ୍ୟତମ ।[୪]

ପରିବାର[ସମ୍ପାଦନା]

ସୀମାରାଣୀ ନାୟକ ଡ. ଧରଣୀଧର ନାୟକଙ୍କୁ ବିବାହ କରିଛନ୍ତି ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ସୀମାରାଣୀ ନାୟକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।

୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ତିନିଥର ନିର୍ବାଚନ ଲଢ଼ି ଜିତି ଆସିଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜୁ ଜନତା ଦଳର ପକ୍ଷରୁ ଟିକେଟ ନ ପାଇବାରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ ୭୪.୦୬ ପ୍ରତିଶତ ମତଦାନ ହୋଇଥିଲା । ମିଳିଥିବା ସମୁଦାୟ ୧,୬୮,୯୭୪ ଖଣ୍ଡ ଭୋଟରୁ ସୀମାରାଣୀଙ୍କୁ ୪୯.୦୨ ପ୍ରତିଶତ ଅର୍ଥାତ ୮୪,୩୫୧ ଖଣ୍ଡ ଭୋଟ ମିଳିଥିଲା ।[୬] ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମୀଧର ବେହେରା, ଯିଏକି ୩୩,୮୫୨ ଖଣ୍ଡ ଭୋଟ ପାଇଥିଲେ ଓ ୩ୟ ସ୍ଥାନରେ ଥିଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ନମିତା ନାଏକ ଯିଏକି ୩୦,୯୭୮ ଖଣ୍ଡ ଭୋଟ ପାଇଥିଲେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିଥିଲେ ଅଞ୍ଜଳି ବେହେରାଙ୍କୁ ମାତ୍ର ୧୨,୩୦୪ ଖଣ୍ଡ ଭୋଟ ମିଳିଥିଲା ।[୭][୮] ସୀମାରାଣୀ ନାୟକ ଏହି ନିର୍ବାଚନରେ ୫୦,୪୯୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।[୯] ସେ ଏହି ନିର୍ବାଚନ ଜିତି ଓଡ଼ିଶା ବିଧାନ ସଭା ନିର୍ବାଚନରେ ୫୦,୦୦୦ରୁ ଅଧିକ ସଂଖ୍ୟକ ଭୋଟରେ ଜିତିଥିବା ଶ୍ରେଷ୍ଠ ୧୦ ଜଣ ସଭ୍ୟଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।[୪] ସୀମାରାଣୀ ନାୟକ ଏହି ବିଧାନ ସଭାରେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୧୦]

ବିବାଦ[ସମ୍ପାଦନା]

୨୦୧୬ ମସିହାରେ ସୀମାରାଣୀ ଜଣେ ଶିଳ୍ପପତିଙ୍କଠାରୁ ଟଙ୍କା ନେଇ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏକ କପଡ଼ା ଶିଳ୍ପ ବସାଇବା କଥା ଅଭିଯୋଗ ହୋଇଥିଲା । ଏହା ଉପରେ ଏକ ଷ୍ଟିଙ୍ଗ୍ ଅପରେସନ୍ ଭିଡ଼ିଓ ଏକ ଘରୋଇ ଟିଭି ଚେନାଲରେ ପ୍ରସାରିତ ହୋଇଥିଲା, ଯେଉଁଥିରେ ସେ ସେହି ଶିଳ୍ପପତିଙ୍କୁ ୪୦ କୋଟି ଟଙ୍କା ମାଗୁଥିବା ରେକର୍ଡ଼ ହୋଇଥିଲା ।[୧୧] ଅଭିଯୋଗ ହେବାପରେ ସୀମାରାଣୀ ଏହା ଏକ ପ୍ରାଙ୍କ୍ ଭିଡ଼ିଓ ଥିବା ଦର୍ଶାଇବା ସହ ଏତେ ଛୋଟ ପ୍ରକଳ୍ପ ପାଇଁ କେହି ଏତେ ଦେବାକୁ ରାଜି ହେବେନି ବୋଲି ବୟାନ ଦେଇଥିଲେ ।[୧୨]

ଆଧାର[ସମ୍ପାଦନା]

  1. "MLA Ms. Simarani Nayak Profile | HINDOL Constituency". www.naveenpatnaik.com. Archived from the original on 2019-01-13. Retrieved 2019-03-25.
  2. L, D. "Entranceindia | Simarani Nayak | Entranceindia" (in ଆମେରିକୀୟ ଇଂରାଜୀ). Archived from the original on 2019-03-25. Retrieved 2019-03-25.
  3. "Simarani Nayak MLA of HINDOL Odisha contact address & email". nocorruption.in (in ଇଂରାଜୀ). Retrieved 25 March 2019.
  4. ୪.୦ ୪.୧ ୪.୨ "ହିନ୍ଦୋଳ ବିଧାନ ସଭାକ୍ଷେତ୍ର : ଟିକେଟ ପାଇଁ ଛକାପଞ୍ଝା". Sambad. 10 March 2019. Retrieved 25 March 2019.
  5. "Seemarani Nayak(BJD):Constituency- HINDOL(DHENKANAL) - Affidavit Information of Candidate:". myneta.info. Retrieved 25 March 2019.
  6. "Orissa Assembly Election 2014 Constituency: Hindol (56)". EmpoweringIndia.org. Retrieved 17 June 2014.
  7. "Odisha - Hindol". Election Commission of India. Retrieved 17 June 2014.[permanent dead link]
  8. "ହିନ୍ଦୋଳରେ ବଳିୟାନ୍ କିଏ ?". Kanak News (in ଆମେରିକୀୟ ଇଂରାଜୀ). 2019-03-12. Retrieved 2019-03-25.
  9. "Constituency Wise odisha Assembly Election result 2014". Leadtech.in. Archived from the original on 2014-08-18. Retrieved 17 June 2014.
  10. "Ms. Simarani Nayak". odishaassembly.nic.in. Odisha Assembly. Retrieved 25 March 2019.
  11. NEWS, OMMCOM. "Will Naveen Patnaik Act Tough Against 4 Ruling BJD MLAs Caught In Sting Operation?". ommcomnews.com. Archived from the original on 2019-03-25. Retrieved 2019-03-25.
  12. "BJD MLAs seek crores in sting operation, leave Naveen red-faced - Times of India". The Times of India. Retrieved 2019-03-25.