ଇୱିଙ୍ଗସ ସାର୍କୋମା

ଉଇକିପିଡ଼ିଆ‌ରୁ
Ewing sarcoma, peripheral primitive neuroectodermal tumor, Askin tumor, and Ewing sarcoma family of tumors[୧]
ଫୁସଫୁସରେ ହୋଇଥିବା ମେଟାସ୍ଟାଟିକ ଇୱିଙ୍ଗସ ସାର୍କୋମା ରୋଗର ମାଇକ୍ରୋଗ୍ରାଫ (Micrograph) (ଡାହାଣ ଛବି), ସାଧାରଣ ଫୁସଫୁସ (ବାମ ଛବି) । ପିଏଏସ ସ୍ଟେନ (PAS stain)
ଉଚ୍ଚାରଣ
ବିଭାଗଅର୍ବୁଦ ବିଜ୍ଞାନ (Oncology
ଲକ୍ଷଣରୋଗ ହୋଇଥିବା ସ୍ଥାନରେ ଫୁଲା ଓ ଯନ୍ତ୍ରଣା[୧]
ଆକ୍ରାନ୍ତ ସମୟ୧୦- ୨୦ ବର୍ଷ ବୟସ [୨][୩]
କାରଣଅଜ୍ଞାତ[୩]
ରୋଗ ନିର୍ଣ୍ଣୟ ପଦ୍ଧତିତନ୍ତୁ ବାୟୋପ୍ସି (biopsy) [୧]
ସଠିକ ରୋଗ ନିର୍ଣ୍ଣୟଓଷ୍ଟିଓସାର୍କୋମା (osteosarcoma), ନିଉରୋବ୍ଲାସ୍ଟୋମା, ଓଷ୍ଟିଓମାୟେଲାଇଟିସ, ଇଓସିନୋଫିଲିକ ଗ୍ରାନୁଲୋମା (eosinophilic granuloma)[୩]
ଚିକିତ୍ସାଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy) ଓ ସ୍ଟେମ ସେଲ ଥେରାପି (stem cell transplant)[୧]
Prognosis୫ ବର୍ଷ ବଞ୍ଚିବା ହାର (5 year survival) ପ୍ରାୟ ୭୦% [୨]
ପୁନଃପୌନିକ୧ ନିୟୁତ ଲୋକ (ଯୁକ୍ତରାଷ୍ଟ୍ର ଆମେରିକା)[୨]

ଇୱିଙ୍ଗସ ସାର୍କୋମା (ଇଂରାଜୀ ଭାଷାରେ Ewing's sarcoma) ଏକ ପ୍ରକାର କର୍କଟ ରୋଗ ଯାହା ଅସ୍ଥି ଓ ନରମ ତନ୍ତୁରୁ ତିଆରି ହୁଏ ।[୧] ଅର୍ବୁଦ ଥିବା ସ୍ଥାନରେ ଫୁଲା ଓ ଯନ୍ତ୍ରଣା, ଜ୍ୱର ଓ ନିଦାନୀ ଅସ୍ଥିଭଗ୍ନ (bone fracture) ହୋଇପାରେ ।[୧] ସାଧାରଣତଃ ଗୋଡ଼, ପେଲଭିସ ବା ଶ୍ରୋଣୀ pelvis ଓ ଛାତି କାନ୍ଥରେ ଏହି ରୋଗ ହୁଏ । [୨] ରୋଗ ନିର୍ଣ୍ଣୟ ହେବା ବେଳକୁ ୨୫% କେଶ୍‌ରେ ବିକ୍ଷେପଣ ବା ମେଟାସ୍ଟାସିସ (spread to other parts of the body) ହୋଇସାରିଥାଏ ।[୨] ରୋଗ ଜଟିଳ ହେଲେ ପ୍ଲୁରାଲ ଇଫ୍ୟୁଜନ (pleural effusion) ବା ପାରାପ୍ଲେଜିଆ (paraplegia) ହୋଇପାରେ ।[୩]

ଇୱିଙ୍ଗସ ସାର୍କୋମା ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୩] ଅଧିକାଂଶ କେଶ୍ ନିରୁଦ୍ଦେଶ୍ୟ (randomly) ଭାବରେ ହୁଏ ।[୩] ବେଳେ ବେଳେ ଏହା ଆଦିମ ନିଉରୋଏକ୍ଟୋଡର୍ମାଲ ଅର୍ବୁଦ ସ‌ହ ବାହାର ଯାହାକୁ ଇୱିଙ୍ଗ ଅର୍ବୁଦ ପରିବାର (Ewing family of tumors) ଶ୍ରେଣୀରେ ଗଣାହୁଏ ।[୩] ଏହା ରେସିପ୍ରୋକାଲ ଟ୍ରାନ୍ସଲୋକେସନ (reciprocal translocation) ନାମକ ଏକ ପ୍ରକାର ଜେନେଟିକ ପରିବର୍ତ୍ତନ ଯୋଗୁ ହୁଏ ।[୩] ତନ୍ତୁ ବାୟୋପ୍ସି (biopsy) କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୧]

ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy) ଓ ସ୍ଟେମ ସେଲ ଥେରାପି (stem cell transplant) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧] ଟାରଗେଟେଡ ଥେରାପି (targeted therapy) ଓ ଇମ୍ମୁନୋଥେରାପିର (immunotherapy) ଅନୁଶୀଳନ ଚାଲିଛି ।[୧] ୫ ବର୍ଷ ବଞ୍ଚିବା ହାର (5 year survival) ପ୍ରାୟ ୭୦% ।[୨] ଏହି ବଞ୍ଚିବା ହାରକୁ ଅନେକ କାରକ ପ୍ରଭାବିତ କରନ୍ତି ।[୨]

ସନ ୧୯୨୦ରେ ଜେମ୍‌ସ ଇୱିଙ୍ଗ (James Ewing) ପ୍ରଥମରେ ଏହି ଅର୍ବୁଦକୁ କର୍କଟ ରୋଗ ଶ୍ରେଣୀର ଅନ୍ତର୍ଭୁକ୍ତ କରିଥିଲେ ।[୪][୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗରେ ପ୍ରାୟ ୧ ନିୟୁତ ଲୋକ ଆକ୍ରାନ୍ତ ହୁଅନ୍ତି ।[୨] କିଶୋର ଓ ନବ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଶିଶୁ କର୍କଟ (childhood cancers) ରୋଗର ପ୍ରାୟ ୨% ଲୋକଙ୍କୁ ଏହି ରୋଗ ହୁଏ ।[୧][୩] ଗୋରା ଆମେରିକୀୟ ବା କ‌କେସିଆନ Caucasians ଲୋକଙ୍କୁ ଏସିଆ ବା ଆଫ୍ରିକା ଆମେରିକୀୟ (African American) ଅଧିବାସୀଙ୍କ ଅପେକ୍ଷା ଏ ରୋଗ ଅଧିକ ହୁଏ ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Ewing Sarcoma Treatment". National Cancer Institute (in ଇଂରାଜୀ). 25 January 2019. Retrieved 3 February 2019.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Ewing Sarcoma Treatment". National Cancer Institute (in ଇଂରାଜୀ). 31 January 2019. Retrieved 4 February 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Ewing Sarcoma". NORD (National Organization for Rare Disorders). 2013. Retrieved 4 February 2019.
  4. "Ewing's sarcoma". Whonamedit. Retrieved 4 February 2019.
  5. Ewing J (September 2006). "The Classic: Diffuse endothelioma of bone. Proceedings of the New York Pathological Society. 1921;12:17". Clinical Orthopaedics and Related Research. 450: 25–7. doi:10.1097/01.blo.0000229311.36007.c7. PMID 16951641.

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ