ନୁସରତ ଜାହାନ

ଉଇକିପିଡ଼ିଆ‌ରୁ
(ନୁସରତ ଜହାନରୁ ଲେଉଟି ଆସିଛି)
ନୁସରତ ଜାହାନ ଜୈନ
କଲିକତାରେ ହୋଇଥିବା ଏକ ଫ୍ୟାଶନ ପ୍ରଦର୍ଶନୀରେ ନୁସରତ ଜହାନ ଜୈନ
Born (1990-01-08) ୮ ଜାନୁଆରୀ ୧୯୯୦ (ବୟସ ୩୪)
Nationalityଭାରତୀୟ
Other namesନୈନା, ରୁହି
Occupation(s)ମଡେଲ , ଅଭିନେତ୍ରୀ
Years active୨୦୧୧-ବର୍ତ୍ତମାନ
Awardsଫେୟାର ୱାନ ମିସ କୋଲକାତା

ନୁସରତ ଜାହାନ ଜୈନ (ଜନ୍ମ ୮ ଜାନୁୟାରୀ ୧୯୯୦) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଲୋକ ସଭା ସାଂସଦ । ମୁଖ୍ୟତଃ ସେ ବଙ୍ଗଳା ଚଳଚ୍ଚିତ୍ରରେ କାମ କରିଛନ୍ତି ।[୧][୨][୩] ସେ ମାର୍ଚ୍ଚ ମାସ ୨୦୧୯ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବସିରହାତ, ପଶ୍ଚିମବଙ୍ଗ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜୟଯୁକ୍ତ ହୋଇ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ନୁସରତ କଲିକତାର ଏକ ବଙ୍ଗାଳୀ ମୁସଲିମ ପରିବାରରେ ୮ ଜାନୁୟାରୀ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତାର ଭବାନୀପୁର ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଲାଭ କରିଥିଲେ ।[୫]

ପେଶା

ନୁସରତ ଜହାନ ୨୦୧୦ ମସିହାରେ ଫେୟାର-ୱାନ ମିସ କୋଲକାତା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତି ମଡେଲିଂ ପେଶା ଆରମ୍ଭ କରିଥିଲେ । ସେ ଚଳଚ୍ଚିତ୍ର ଶୋତ୍ରୁରେ ଅଭିନୟ କରି ୨୦୧୧ ମସିହାରେ ବଙ୍ଗାଳି ସିନେମାରେ ପାଦ ରଖିଥିଲେ । ଏକ ବର୍ଷର ବ୍ୟବଧାନ ପରେ ସେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର, ଖୋକାରେ ନାୟିକା ହୋଇଥିଲେ । ଏଥିରେ ତାଙ୍କର ସହ ଅଭିନେତା ଦେବ ଏବଂ ଶୁଭଶ୍ରୀ ଥିଲେ ।

ରାଜନୈତିକ ପେଶା

୨୦୧୯ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁସରତ ଜାହାନ ବାଶିରତ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ଛିଡ଼ାହେବେ ବୋଲି ଘୋଷଣା କରିଥିଲେ । [୬]

ଅଭିନୀତ ଚଳଚ୍ଚିତ୍ର

ଏହି ଚିହ୍ନ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିନାହିଁ ବୋଲି ଦର୍ଶାଏ
ବର୍ଷ ଚଲଚ୍ଚିତ୍ର ନିର୍ଦ୍ଦେଶକ ସହ କଳାକାର ଭାଷା
୨୦୧୧ ଶତ୍ରୁ ରାଜ ଚକ୍ରବର୍ତୀ ଜିତ୍ ବଙ୍ଗଳା
୨୦୧୩ ଖୋକା ୪୨୦ ରାଜିବ ବିଶ୍ବାସ ଦେବ, ତାପସ ପାଲ, ରଜତାଭ ଦତ୍ତ ବଙ୍ଗଳା
୨୦୧୩ ଖିଲାଡ଼ି ଅଶୋକ ପାତି ଅଙ୍କୁଶ ହାଜରା, ତାପସ ପାଲ, ରଜତାଭ ଦତ୍ତ ବଙ୍ଗଳା
୨୦୧୪ ଅ୍ଯାକଶନ ସାୟନ୍ତନ ମୁଖୋପାଧ୍ୟାୟ ବିଶେଷ ଆବିଭାର୍ବ ବଙ୍ଗଳା
୨୦୧୪ ଯୋଦ୍ଧା-ଦ୍ୟ ଓୟାରିୟର ରାଜ ଚକ୍ରବର୍ତୀ ବିଶେଷ ଆବିଭାର୍ବ ବଙ୍ଗଳା
୨୦୧୪ ସନ୍ଧ୍ୟେ ନାମାର ଆଗେ ଋତୁବର୍ତ ଭଟ୍ଟାଚାର୍ଯ ରାହୁଲ ବସୁ ବଙ୍ଗଳା
୨୦୧୫ ଜାମାଇ ୪୨୦ ରବି କିନାଗୀ ଅଙ୍କୁଶ ହାଜରା ବଙ୍ଗଳା
୨୦୧୫ ହର ହର ବ୍ୟোମକେଶ ଅରିନ୍ଦମ ଶୀଲ ଆବୀର ଚଟ୍ଟୋପାଧ୍ୟାୟ ବଙ୍ଗଳା
୨୦୧୬ ଜୁଲଫିକାର ସୃଜିତ ମୁଖୋପାଧ୍ୟାୟ ଦେବ, ପ୍ରସେନଜିତ୍ ଚଟ୍ଟୋପାଧ୍ୟାୟ, ଯୀଶୁ ସେନଗୁପ୍ତ, ପରମବ୍ରତ ଚଟ୍ଟୋପାଧ୍ୟାୟ, ପାଓଲି ଦାମ ବଙ୍ଗଳା
୨୦୧୬ ଲାଭ ଏକ୍ସପ୍ରେସ ରାଜିବ ବିଶ୍ବାସ ଦେବ ବଙ୍ଗଳା
୨୦୧୭ ଓୟାନ ବିରସା ଦାଶଗୁପ୍ତ ଯଶ ଦାଶଗୁପ୍ତ, ପ୍ରସେନଜିତ୍ ଚଟ୍ଟୋପାଧ୍ୟାୟ ବଙ୍ଗଳା
୨୦୧୭ ବଲୋ ଦୁର୍ଗା ମାଇ କି ରାଜ ଚକ୍ରବର୍ତୀ ଅଙ୍କୁଶ ହାଜରା ରଜତାଭ ଦତ୍ତ ବଙ୍ଗଳା
୨୦୧୮ ନାକାବ ରାଜୀବ ବିଶ୍ବାସ ଶାକିବ ଖାନ ବଙ୍ଗଳା
୨୦୧୯ ସେଭେନ dagger ସାଗୁଫତା ରଫିକ ଯଶ ଦାଶଗୁପ୍ତ ବଙ୍ଗଳା


ପୁରସ୍କାର ଓ ସମ୍ମାନ

  1. ଫେୟାର-ୱାନ ମିସ କୋଲକାତା ୨୦୧୦
  2. ଜମାଇ ୪୨୦ ଯୋଗୁଁ ଜଳଶା ପରିବାର ଆୱାର୍ଡ [୭][୮]

ଆଧାର

  1. Ganguly, Ruman (27 April 2011). "It's too good to be true: Nusrat Jahan – Times of India". Articles.timesofindia.indiatimes.com. Archived from the original on 6 November 2011. Retrieved 26 January 2012.
  2. "Interview: Tollywood Actress Nusrat Jahan Talks About Bengali Movie "Shatru" Co-Starring Jeet and her Background and Experience – Washington Bangla Radio USA". Washingtonbanglaradio.com. Archived from the original on 26 June 2019. Retrieved 26 January 2012.
  3. "Featured | Local Beauty Ms. Nusrat Jahan crowned Fair One Miss Kolkata 2010". Mahiram.com. Archived from the original on 12 October 2013. Retrieved 26 January 2012.
  4. DelhiMay 23, India Today Web Desk New; May 23, 2019UPDATED:; Ist, 2019 14:27. "Bengal election results: Dev, Mimi, Locket, Nusrat rule as bed tea goes bitter for Moon Moon". India Today (in ଇଂରାଜୀ). Retrieved 2019-05-30. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  5. "Nusrat Jahan Actress Profile Family Education Life-Career of Nusrat Jahan". kolkatabengalinfo.com. Retrieved 27 June 2015.
  6. Ganguly, Ruman (12 March 2019). "I'm thrilled to start my political career: Nusrat Jahan". The Times of India. Retrieved 14 March 2019.
  7. "Nusrat Jahan Miss Kolkata 2010". the times of india. Retrieved 27 June 2015.
  8. "Ms. Nusrat Jahan – Miss Kolkata 2010". extramirchi.com. Retrieved 27 June 2015.