ବିଜୟଲକ୍ଷ୍ମୀ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ବିଜୟଲକ୍ଷ୍ମୀ ପଟ୍ଟନାୟକ
ବିଧାୟିକା: ୧୨ଶ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ
ପର ଅଧିକାରୀସିଦ୍ଧାର୍ଥ ଶେଖର ସିଂହ
ନିର୍ବାଚନ ମଣ୍ଡଳୀଖଣ୍ଡପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-10-30) ୩୦ ଅକ୍ଟୋବର ୧୯୫୫ (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ନିର୍ଦ୍ଦଳୀୟ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀଅରୁଣ ପଟ୍ଟନାୟକ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉହୃଷୀକେଶ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ବିଜୟଲକ୍ଷ୍ମୀ ପଟ୍ଟନାୟକ (ଜନ୍ମ: ୩୦ ଅକ୍ଟୋବର ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ି ପୁଣିଥରେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବିଜୟଲକ୍ଷ୍ମୀ ପଟ୍ଟନାୟକ ୧୯୫୫ ମସିହାର ଅକ୍ଟୋବର ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ହୃଷୀକେଶ ପଟ୍ଟନାୟକ । ସେ କଳାରେ ସ୍ନାତକ କରିଥିଲେ । ବିଜୟଲକ୍ଷ୍ମୀ ଅରୁଣ କୁମାର ପଟ୍ଟନାୟକଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ବିଜୟଲକ୍ଷ୍ମୀଙ୍କର ପତି, ଅରୁଣ ଜଣେ ରାଜନୀତିଜ୍ଞ ଥିଲେ । ସେ ଜନତା ଦଳର ରାଜନୈତିକ ଦଳ ସହ ରାଜନୀତିରେ ସକ୍ରିୟ ଥିଲେ ।[୨] ଅରୁଣ ୧୯୯୦ ମସିହାରେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଅରୁଣଙ୍କର ମୃତ୍ୟୁପରେ ବିଜୟଲକ୍ଷ୍ମୀ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ବିଜୟଲକ୍ଷ୍ମୀଙ୍କ ପତିଙ୍କର ଦେହାନ୍ତପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ସେ ବିଜୁ ଜନତା ଦଳରେ ପ୍ରଥମେ ଯୋଗ ଦେଇଥିଲେ ।[୨] ୨୦୦୦ ମସିହାରରେ ବିଜୟଲକ୍ଷ୍ମୀ ପ୍ରଥମଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୟଲକ୍ଷ୍ମୀ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ବିଜୟଲକ୍ଷ୍ମୀ ଏହି ବିଧାନ ସଭାରେ ୨୦୦୦ ମସିହାରୁ ବିଜୁ ଜନତା ଦଳର ପ୍ରଥମ ସରକାର ୨୦୦୪ ମସିହାରେ ଭଙ୍ଗ ହେବାଯାଏଁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୫] ଏହି ବିଧାନ ସଭାରେ ବିଜୟଲକ୍ଷ୍ମୀ ଗୃହ ରେଳ କମିଟି, ଗୃହ ମହିଳା ଓ ଶିଶୁ ବିକାଶ କଲ୍ୟାଣ କମିଟି, ପାଠାଗାର କମିଟି ଆଦିର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।

ଏହାର ପରବର୍ତ୍ତୀ ନିର୍ବାଚନ, ୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଖଣ୍ଡପଡ଼ା ଆସନରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନୁହେଁ, ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭାରେ ସେ ବିଭିନ୍ନ କମିଟିର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।

୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୟଲକ୍ଷ୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ଭାଜପାର ପ୍ରତିନିଧି ଭାବରେ ପୁଣିଥରେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ନିର୍ବାଚନରେ ସେ ମାତ୍ର ୩,୩୩୨ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।[୭] ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ସମୁଦାୟ ୬୧,୬୫୪ ଖଣ୍ଡ ଭୋଟ ପାଇବା ସହ ବିଜୟୀ ହୋଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ସମୁଦାୟ ୪୪,୮୪୦ ଖଣ୍ଡ ଭୋଟ ପାଇଁ ୨ୟ ସ୍ଥାନରେ ରହିଥିଲେ ।

ଆଧାର[ସମ୍ପାଦନା]

  1. "MLA Bijayalaxmi Pattnaik Profile | KHANDAPADA Constituency". naveenpatnaik.com. Archived from the original on 2017-10-29. Retrieved 2019-02-28.
  2. ୨.୦ ୨.୧ ୨.୨ "Smt. Bijayalaxmi Pattnaik". odishaassembly.nic.in. Retrieved 2019-02-28.
  3. ୩.୦ ୩.୧ "Late Aruna Kumar Pattanaik". odishaassembly.nic.in. Retrieved 2019-02-28.
  4. "Bijayalaxmi Pattnaik, Khandapada Assembly Elections 2000 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-02-28.
  5. "MLA Bijayalaxmi Pattnaik Profile | KHANDAPADA Constituency". www.odishahelpline.com. Retrieved 2019-02-28.
  6. "Bijayalaxmi Pattnaik, Khandapada Assembly Elections 2004 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-02-28.
  7. "Elections in India - A Comparative Analysis of Parliamentary (Lok Sabha) & State Assembly (Vidhan Sabha) Election". www.electionsinindia.com. Archived from the original on 2021-01-16. Retrieved 2019-02-28.