ସୁଷମା ପଟେଲ

ଉଇକିପିଡ଼ିଆ‌ରୁ
ସୁଷମା ପଟେଲ
ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୫ – ୨୦୦୯
ପୂର୍ବ ଅଧିକାରୀଶଙ୍କର୍ଷଣ ନାୟକ
ପର ଅଧିକାରୀକିଶୋର ଚନ୍ଦ୍ର ପଟେଲ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-05-17) ୧୭ ମଇ ୧୯୬୦ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଶଙ୍କର୍ଷଣ ନାଏକ
ସନ୍ତାନ୧ ପୁଅ ୧ ଝିଅ
ବାପା/ବୋଉନିମାଇଁ ଚରଣ ପଟେଲ (ବାପା)
ବୃତ୍ତିରାଜନୀତିଜ୍ଞ

ସୁଷମା ପଟେଲ (ଜନ୍ମ: (1960-05-17)ମଇ ୧୭, ୧୯୬୦


ଜନ୍ମସ୍ଥାନ
ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୦୫ ମସିହାରେ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ଉପ ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୨୦୦୫ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ନିର୍ବାଚିତ ପ୍ରିତିନିଧି ଶଙ୍କର୍ଷଣ ନାଏକଙ୍କର ହେହାନ୍ତ ପରେ ସୁଷମା ତାଙ୍କ ଚାକିରୀ ଜୀବନରୁ ଅବସର ନେଇ ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ଓ ପରିବାର[ସମ୍ପାଦନା]

ସୁଷମା ୧୯୬୦ ମସିହାର ମଇ ମାସ ୧୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନିମାଇଁ ଚରଣ ପଟେଲ ।[୨] ସେ ଶଙ୍କର୍ଷଣ ନାଏକଙ୍କୁ ବିବାହ କରିଥିଲେ ।[୧] ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ୨୦୦୫ ମସିହାରେ ଶଙ୍କର୍ଷଣଙ୍କର ମୃତ୍ୟୁପରେ ସେ ନିଜ ଚାକିରୀ ଜୀବନରୁ ଅବସର ନେଇ ଉପ ନିର୍ବାଚନରେ ବିଧାୟିକା ଭାବରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଶିକ୍ଷା ଗ୍ରହଣ ଓ ଶିକ୍ଷକତା[ସମ୍ପାଦନା]

ସୁଷମା କଳାରେ ସ୍ନାତକୋତ୍ତର କରିବାପରେ ଶିକ୍ଷାରେ ସ୍ନାତକୋତ୍ତର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଓକିଲାତି ପଢ଼ିଥିଲେ ।[୧] ଏହାପରେ ସୁଷମା ୩ ଡିସେମ୍ବର ୧୯୮୨ ମସିହାରୁ ଜଣେ ଶିକ୍ଷକ ଭାବରେ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିଲେ ।[୨] ତାଙ୍କ ସ୍ୱାମୀ ଶଙ୍କର୍ଷଣ ନାଏକଙ୍କର ମୃତ୍ୟ ପରେ ସେ ୨୮ ଫେବୃଆରୀ ୨୦୦୫ରେ ଶିକ୍ଷାକ୍ଷେତ୍ରରୁ ଅବସର ନେଇଥିଲେ ଏବଂ ରାଜନୀତିରେ ଯୋଗଦାନ କରିଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ସୁଷମା ପଟେଲଙ୍କର ସ୍ୱାମୀ ଶଙ୍କର୍ଷଣ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଥିଲେ ।[୪] ମାତ୍ର ୨୦୦୫ ମସିହା ଜାନୁଆରୀ ମାସ ୧୧ ତାରିଖରେ ଶଙ୍କର୍ଷଣଙ୍କର ମୃତ୍ୟୁ ହୋଇଯାଇଥିଲା ।[୪] ଫଳରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଏହି ଆସନର ସଭ୍ୟପଦ ଖାଲି ହୋଇଯାଇଥିଲା । ଏହାକୁ ପୂରଣ କରିବା ପାଇଁ ସେହି ବର୍ଷ ସେଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ତେଣୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ସୁଷମା ଏହି ନିର୍ବାଚନ ଲଢ଼ିଥିଲେ ।[୩]

ନିର୍ବାଚନ ଲଢ଼ିବାପାଇଁ ସୁଷମା ୨୮ ଫେବୃଆରୀ ୨୦୦୫ରେ ତାଙ୍କର ଶିକ୍ଷକ ଜୀବନରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।[୩] ସେ ଏହି ନିର୍ବାଚନରେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୪ ଅପ୍ରେଲ ୨୦୦୫ରୁ ୧୯ ମଇ ୨୦୦୯ ଯାଏଁ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ପଦରେ ରହିଥିଲେ ।[୧] ଏହି ବିଧାନ ସଭାରେ ସେ ଗୃହ ମହିଳା ଓ ଶିଶୁ ବିକାଶ କଲ୍ୟାଣ, ପାଠାଗାର କମିଟି, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ କମିଟି ଆଦିର ଜଣେ ସଭ୍ୟ ଭାବରେ ସୁଷମା ୨୦୦୫ରୁ ୨୦୦୮ ଯାଏଁ ବିଭିନ୍ନ ସମୟରେ କାର୍ଯ୍ୟ କରି ଆସିଥିଲେ ।[୧]

ବିବାଦ[ସମ୍ପାଦନା]

୨୦୦୭ ମସିହାରେ ସୁଷମା ପଟେଲଙ୍କ ଝିଅ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ କପି କରୁଥିବାବେଳେ ଧରା ପଡ଼ିଥିଲେ ।[୫] ସୁଷମା ତାଙ୍କ ଝିଅର ଦେହ ଖରାପ ଥିବା କଥା ଦର୍ଶାଇ ତାଙ୍କ ପାଇଁ ପରୀକ୍ଷା ଦେବାକୁ ଏକ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା କରାଇଥିଲେ, ମାତ୍ର ଏହି ବିଷୟରେ ଖବର ପାଇ ଜିଲ୍ଲାପାଳ ସେହି କକ୍ଷକୁ ପ୍ରବେଶ କରିବାପରେ ତାଙ୍କ ପାଖରୁ କପି ଧରିବା ସହ ତାଙ୍କୁ ପରୀକ୍ଷାରୁ ବିରତି କରାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଇଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Smt. Sushama Patel". odishaassembly.nic.in. Odisha Assembly. Retrieved 2019-02-21.
  2. ୨.୦ ୨.୧ "MLA Sushama Patel(Bye) Profile | SUNDARGARH Constituency". www.odishahelpline.com. Retrieved 2019-02-21.
  3. ୩.୦ ୩.୧ ୩.୨ ୩.୩ "MLA Sushama Patel(Bye) Profile | SUNDARGARH Constituency". naveenpatnaik.com. Archived from the original on 2017-10-28. Retrieved 2019-02-21.
  4. ୪.୦ ୪.୧ "Late Shankarsan Naik". odishaassembly.nic.in. Odisha Assembly. Retrieved 2019-02-21.
  5. ୫.୦ ୫.୧ "BJP MLA's daughter caught cheating". News18. Retrieved 2019-02-21.