ଜାତୀୟ ବିଜ୍ଞାନ ଦିବସ

ଉଇକିପିଡ଼ିଆ‌ରୁ
ଜାତୀୟ ବିଜ୍ଞାନ ଦିବସ
ନାମଜାତୀୟ ବିଜ୍ଞାନ ଦିବସ
ପାଳନକାରୀଭାରତ
ବିଶେଷତାରମଣ ରଶ୍ମିର ଆବିଷ୍କାର ଯୋଗୁଁ ଏହି ଦିବସ ପାଳନ ହୁଏ
ତାରିଖ୨୮ ଫେବୃୟାରୀ

ଜାତୀୟ ବିଜ୍ଞାନ ଦିବସ ପ୍ରତିବର୍ଷ ୨୮ ଫେବୃୟାରୀରେ ଭାରତରେ ପାଳନ କରାଯାଏ । ଏହିଦିନ ୧୯୨୮ ମସିହାରେ ନୋବେଲ ବିଜେତା ଭାରତୀୟ ବୈଜ୍ଞାନିକ, ଚନ୍ଦ୍ରଶେଖର ଭେଙ୍କଟ ରମଣ, ରମଣ ଇଫେକ୍ଟ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଯୋଗୁଁ ତାଙ୍କୁ ୧୯୩୦ ମସିହାରେ ନୋବେଲ ପୁରସ୍କାର ମିଳିଥିଲା ।[୧]

ଇତିହାସ[ସମ୍ପାଦନା]

୧୯୮୬ ମାସିଆହାରେ ଏନସିଏସଟିସି ସରକାରଙ୍କୁ ୨୮ ଫେବୃଆରୀକୁ ଜାତୀୟ ବିଜ୍ଞାନ ଦିବସ ଘୋଷଣା କରିବାକୁ କହିଥିଲେ । ସେହି ଘଟଣାଟି ଏବେ ଦେଶରେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟରେ, ମହାବିଦ୍ୟାଳୟରେ, ବିଶ୍ୱବିଦ୍ୟାଳୟରେ, ଗବେଷଣାଗାରରେ ପାଳିତ ହେଉଛି । ପ୍ରଥମ ବିଜ୍ଞାନ ଦିବସ, ୧୯୮୭ ମସିହାରେ ହୋଇଥିଲା । ଏହି ଦିନ ଜାତୀୟ ବିଜ୍ଞାନ ଲୋକୀକରଣ ପୁରସ୍କାର ଦିଆହୋଇଆସୁଅଛି ।

ଉତ୍ସବ[ସମ୍ପାଦନା]

ଏହି ଦିବସରେ ସାର୍ବଜନିକ ଭାଷଣ, ରେଡ଼ିଓ, ଟେଲିଭିଜନ, ବିଜ୍ଞାନ ଭିତ୍ତିକ ସିନେମା, ବିଜ୍ଞାନ ମେଳା, ରାତ୍ର ଆକାଶକୁ ଦେଖିବା, ଚଳନ୍ତା ପ୍ରକଳ୍ପ, ବକ୍ତୃତା ପ୍ରତିଯୋଗିତା, ଗବେଷଣା ପ୍ରଦର୍ଶନ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଦି ହୋଇଥାଏ ।

ଲକ୍ଷ୍ୟ[ସମ୍ପାଦନା]

ଦୈନନ୍ଦିନ ଜୀବନରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣତା ବିଷୟରେ ଜାଣିବାକୁ ଏବଂ ଜଣେଇବାକୁ ଏହି ଦିବସ ପାଳନ କରାଯାଇଥାଏ । ଲୋକମାନଙ୍କୁ ବିଜ୍ଞାନ ଭିତ୍ତିକ ଗବେଷଣା, ଆବିଷ୍କାର, ଆଲୋଚନା ଆଦି କରିବାକୁ ମଧ୍ୟ ଏହି ଦିବସ ଆୟୋଜନ କରାଯାଇଥାଏ ।

ବିଷୟ[ସମ୍ପାଦନା]

କପିଲ ସିବଲଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କରୁଥିବା ମେନୁ ଖେର |
ପ୍ରତିବର୍ଷ ହେଉଥିବା ବିଷୟ
ବର୍ଷ ବିଷୟ
୧୯୯୯ ଆମର ବଦଳୁଥିବା ପୃଥିବୀ
୨୦୦୦ ମୌଳିକ ବିଜ୍ଞାନରେ ପୁନଃ-ଆଗ୍ରହ
୨୦୦୧ ବିଜ୍ଞାନ ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା
୨୦୦୨ ବର୍ଜ୍ୟବସ୍ତୁରୁ ଧନ
୨୦୦୩ ୫୦ ବର୍ଷର ଡିଏନଏ ଏବଂ ୨୫ ବର୍ଷର କୁତ୍ରିମ ପ୍ରଜନନ - ଜୀବନର ଛାଞ୍ଚ
୨୦୦୪ ସମାଜରେ ବିଜ୍ଞାନ ଭିତ୍ତିକ ହେତୁଜ୍ଞାନର ପ୍ରଚାର
୨୦୦୫ ପଦାର୍ଥ ବିଜ୍ଞାନର ଉତ୍ସବ
୨୦୦୬ ଭବିଷ୍ୟତ ପାଇଁ ପ୍ରକୃତିର ପୋଷଣ
୨୦୦୭ ମୁନ୍ଦାଏ ପାଣିକୁ ଅଧିକ ଫସଲ
୨୦୦୮ ପୃଥିବୀକୁ ବୁଝିବା
୨୦୦୯ ବିଜ୍ଞାନର କାୟା କ୍ଷମତା ବୃଦ୍ଧି କରିବା
୨୦୧୦ ସତତ ବିକାଶ ପାଇଁ ଲିଙ୍ଗ ସମାନତା , ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା
୨୦୧୧ ଦୈନନ୍ଦିନ ଜୀବନରେ ରସାୟନ ବିଜ୍ଞାନ
୨୦୧୨ ସ୍ୱଚ୍ଛ ଶକ୍ତି ବିକଳ୍ପ ଏବଂ ଆଣବିକ ଶକ୍ତି
୨୦୧୩ ଜିନଦ୍ୱାରା ପରିବର୍ତ୍ତିତ ଫସଲ ଏବଂ ଖାଦ୍ୟ ସୁରକ୍ଷା
୨୦୧୪ ବିଜ୍ଞାନକୁ ବଢ଼ିବାକୁ ଦେବା
୨୦୧୫ ବିଜ୍ଞାନ ଏବଂ ଜାତୀୟ ବିକାଶ
୨୦୧୬ ଦେଶର ବିକାଶରେ ବିଜ୍ଞାନଭିତ୍ତିକ ସମସ୍ୟା
୨୦୧୭ ବିକଳାଙ୍ଗଙ୍କ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା
୨୦୧୮ ସତତ ଭବିଷ୍ୟତ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା [୨]
୨୦୧୯ ଲୋକଙ୍କ ପାଇଁ ବିଜ୍ଞାନ ଏବଂ ବିଜ୍ଞାନ ପାଇଁ ଲୋକ [୩]
୨୦୨୦ ବିଜ୍ଞାନରେ ମହିଳା[୪]

ଆଧାର[ସମ୍ପାଦନା]

  1. http://dst.gov.in/national-science-day
  2. "National Science Day 2018(28 February) - Theme of the year 2018 is "Science and Technology for a sustainable future." | Department Of Science & Technology". www.dst.gov.in. Retrieved 2019-02-20.
  3. "Theme for the National Science Day 2019 is Science for the People and the People for Science. | Department Of Science & Technology". www.dst.gov.in. Retrieved 2019-02-20.
  4. https://www.ndtv.com/education/national-science-day-2020-india-to-celebrate-nsd-on-february-28-2186240