ଇନ୍ଦୁରାଣୀ ମହାପାତ୍ର

ଉଇକିପିଡ଼ିଆ‌ରୁ
ଇନ୍ଦୁରାଣୀ ମହାପାତ୍ର
ବିଧାୟିକା: ୧୧ଶ ଓଡ଼ିଶା ବିଧାନ ସଭା (ଉପ-ନିର୍ବାଚନ)
କାର୍ଯ୍ୟକାଳ
୧୯୯୬ – ୨୦୦୦
ପୂର୍ବ ଅଧିକାରୀକାର୍ତ୍ତିକ ମହାପାତ୍ର
ପର ଅଧିକାରୀକାର୍ତ୍ତିକ ମହାପାତ୍ର
ନିର୍ବାଚନ ମଣ୍ଡଳୀସୋରୋ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-09-02) ୨ ସେପ୍ଟେମ୍ବର ୧୯୫୫ (ବୟସ ୬୮)
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀକାର୍ତ୍ତିକ ମହାପାତ୍ର
ସନ୍ତାନ୧ ପୁଅ, ୩ ଝିଅ
ବାପା/ବୋଉବୈକୁଣ୍ଠନାଥ କର (ବାପା)

ଇନ୍ଦୁମଣୀ ମହାପାତ୍ର (ଜନ୍ମ: ୨ ସେପ୍ଟେମ୍ବର ୧୯୯୫) ଜଣେ ଭାରତୀୟ ରାଜନୀତିଜ୍ଞ ।[୧] ସେ ଓଡ଼ିଶା ବିଧାନ ସଭା୧୧ଶ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ବିଧାୟକ ଥିବାବେଳେ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଇନ୍ଦୁରାଣୀଙ୍କର ପତି କାର୍ତ୍ତିକ ମହାପାତ୍ର ବିଧାନ ସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ, ତେଣୁ ଏହି ୧୧ଶ ଓଡ଼ିଶା ବିଧାନ ସଭା ପାଇଁ ୧୧ ଅକ୍ଟୋବର ୧୯୯୬ରେ ସୋରୋ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବେ ଇନ୍ଦୁରାଣୀ ନିର୍ବାଚନରେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଜନ୍ମ ଓ ପରିବାର[ସମ୍ପାଦନା]

ଇନ୍ଦୁରାଣୀ ମହାପାତ୍ର ୧୯୫୫ ମସିହା ସେପ୍ଟେମ୍ବର ମାସ ୨ ତାରିଖରେ ଓଡ଼ିଶାବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କର ବାପା ଥିଲେ ବୈକୁଣ୍ଠନାଥ କର । ସେ କାର୍ତ୍ତିକ ମହାପାତ୍ରଙ୍କୁ ବିବାହ କରିଥିଲେ ।[୪] କାର୍ତ୍ତିକ ଓଡ଼ିଶା ବିଧାନ ସଭାବିଧାୟକ ଥିଲେ ଏବଂ ଲୋକ ସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ, ଫଳରେ ଇନ୍ଦୁରାଣୀ ଉପ ନିର୍ବାଚନରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି ।

ରାଜନୈତିକ ଜୀବନ[ସମ୍ପାଦନା]

ଇନ୍ଦୁରାଣୀ ଭାରତୀୟ ଜାତୀୟ କଂଗ୍ରେସ ଦଳର ସହ ମିଶି ରାଜନୀତିରେ ସକ୍ରିୟ ଅଛନ୍ତି । ୧୯୯୫ ଓଡ଼ିଶା ସାଧାରଣ ନିର୍ବାଚନରେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିବା ପାର୍ଥୀମାନଙ୍କ ମଧ୍ୟରୁ କେହି କେହି ୧୯୯୬ ଭାରତୀୟ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ୧୯୯୫ ଓଡ଼ିଶା ସାଧାରଣ ନିର୍ବାଚନ ଜିତି ସୋରୋ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭାର ସଭ୍ୟ ଥିବା କାର୍ତ୍ତିକ ମହାପାତ୍ର ମଧ୍ୟ ଏହି ଲୋକ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ସାଧାରଣ ନିର୍ବାଚନରେ କାର୍ତ୍ତିକ ବିଜୟୀ ହୋଇଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସଭ୍ୟ ଭାବରେ ଯୋଗ ଦେଇଥିଲେ । ଏକା ସାଙ୍ଗରେ ବିଧାୟକ ଓ ସାଂସଦ ହେବାର ସୁବିଧା ଭାରତୀୟ ସମ୍ବିଧାନରେ ନାହିଁ, ଫଳରେ ୨୧ ମଇ ୧୯୯୬ରେ ସେ ଓଡ଼ିଶା ବିଧାନ ସଭାର ୧୧ଶ ସଭାରୁ ସେ ଇସ୍ତଫା ଦେଇଥିଲେ ।[୫]

କାର୍ତ୍ତିକ ମହାପାତ୍ର ଇନ୍ଦୁରାଣୀଙ୍କର ସ୍ୱାମୀ ହୋଇଥିବାରୁ ଖାଲି ପଡ଼ିଥିବା ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଇନ୍ଦୁରାଣୀ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ୧୧ ଅକ୍ଟୋବର ୧୯୯୬ରେ ସୋରୋ ଏବଂ ଭୁବନେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇଥିବା ଏହି ନିର୍ବାଚନରେ ସେ ବିଜୟୀ ହୋଇଥିଲେ ଏବଂ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦୁରାଣୀ ସେହି ମାସ ୨୪ ତାରିଖରେ ଶପଥ ଗ୍ରହଣ କରିଥିଲେ ।[୨] ଏହି ବିଧାନ ସଭାରେ ତାଙ୍କ କାର୍ଯ୍ୟକାଳ ଥିଲା ଚାରିବର୍ଷ ସେ ୧୦ ସେପ୍ଟେମ୍ବର ୧୯୯୬ରେ ଯୋଗ ଦେଇଥିଲେ ଏବଂ ୨୦୦୦ ମସିହାରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ।[୬]

ଆଧାର[ସମ୍ପାଦନା]

  1. "Smt. Indurani Mohapatra". odishaassembly.nic.in. odishaassembly.nic.in. Retrieved 16 February 2019.
  2. ୨.୦ ୨.୧ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନିତିର ଇତିହାସ (୨ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୮୧. Retrieved 16 February 2019.
  3. "MLA Indurani Mohapatra(Bye) Profile | SORO Constituency". naveenpatnaik.com. Archived from the original on 2019-05-08. Retrieved 2019-02-17.
  4. "MLA Kartik Mahapatra Profile | SORO Constituency". odishahelpline.com. Retrieved 2019-02-17.
  5. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନିତିର ଇତିହାସ (୨ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୮୧. Retrieved 16 February 2019.
  6. "MLA Indurani Mohapatra(Bye) Profile | SORO Constituency". www.odishahelpline.com. Retrieved 2019-02-17.