ଗୁଲାବ କୌର

ଉଇକିପିଡ଼ିଆ‌ରୁ
Gulab Kaur
Gulab Kaur
ଜନ୍ମ
Gulab Kaur

village Bakshiwala, Sangrur district, Punjab, India
ଜାତୀୟତାIndian
ବୃତ୍ତିGadrite freedom fighter

ଗୁଲାବ କୌର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଗଦର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଫିଲିପାଇନ୍ସରୁ ଭାରତ ଆସି ପଞ୍ଜାବର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ଇଂରେଜମାନଙ୍କ ହାତରେ ଧରାପଡ଼ି ଲାହୋର ଜେଲରେ ଦୁଇ ବର୍ଷ କାରାଦଣ୍ଡ ଭୋଗିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗୁଲାବ କୌର ୧୮୯୦ ମସିହାରେ ଭାରତର ପଞ୍ଜାବସ୍ଥିତ ସଙ୍ଗ୍ରୁତ ଜିଲ୍ଲାର ବକ୍ସିବାଲା ଗାଁରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ମନ୍ନ ସିଂହଙ୍କୁ ବିବାହ କରିଥିଲେ । ଆମେରିକାକୁ ସ୍ଥାନାନ୍ତରିତ ହେବାପାଇଁ ଏହି ଦମ୍ପତ୍ତି ଫିଲିପାଇନ୍ସର ମନିଲାକୁ ଯାଇଥିଲେ ।[୧][୨]

ରାଜନୈତିକ ଜୀବନ[ସମ୍ପାଦନା]

ଫିଲିପାଇନ୍ସ ଯିବାପରେ ମନିଲାରେ ଗୁଲାବ ଗଦର ପାର୍ଟି ନାମକ ଏକ ସଂଘରେ ଯୋଗ ଦେଇଥିଲେ । ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତ କରିବାପାଇଁ ଭାରତ ଛାଡ଼ି ସେଠାରେ ରହୁଥିବା ଶିଖ-ପଞ୍ଜାବୀମାନେ ଏହି ଗଦର ପାର୍ଟିର ଆରମ୍ଭ କରିଥିଲେ ।[୧]

ଗୁଲାବ କୌର ପାର୍ଟି ପ୍ରିଣ୍ଟିଂ ପ୍ରେସ ପାଖରେ ସତର୍କତରା ସହ କାମ କରୁଥିଲେ । ହାତରେ ପ୍ରେସ ପାସ୍ ନେଇ ଜଣେ ନିଜକୁ ଜଣେ ସମ୍ବାଦଦାତା ସଜେଇ ସେ ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିଲେ । ସାମ୍ବାଦିକ ବେଶରେ ସେ ମୁଖ୍ୟତଃ ଗଦର ପାର୍ଟିର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ପ୍ରକାରର ହତିଆର ଯୋଗାଉଥିଲେ । ଏଥି ସହିତ ସେ ଅନ୍ୟମାନଙ୍କୁ ମଧ୍ୟ ଏହି ପାର୍ଟିରେ ଯୋଗ ଦେବାକୁ ପ୍ରବର୍ତ୍ତାଉଥିଲେ । ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ବିଷୟରେ ବିଭିନ୍ନ ପ୍ରଚାର ପତ୍ର ବାଣ୍ଟି ସେ ଅନ୍ୟମାନଙ୍କୁ ଗଦର ପାର୍ଟି ପ୍ରତି ଆକର୍ଷିତ କରାଇବା ସହ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇବାକୁ ପ୍ରବର୍ତ୍ତାଉଥିଲେ । ଜାହାଜଦ୍ୱାରା ଭାରତକୁ ଯାତାୟତ କରୁଥିବା ଭାରତୀୟ ଯାତ୍ରୀମାନଙ୍କୁ ମଧ୍ୟ ସେ ଜାହାଜରେ ବିଭିନ୍ନ ପ୍ରକାରର ଉଦ୍‌ବୋଧନ ମୂଳକ ଭାଷଣ ଦେଇ ସ୍ୱାଧୀନତା ସଂଗ୍ରାମୀ ହେବାକୁ ପ୍ରବାର୍ତ୍ତାଉଥିଲେ ।[୨]

ଗୁଲାବ କୌର ଫିଲିପାଇନ୍ସର ପାଖାପାଖି ୫୦ ଜଣ ଗଦର ସଂଘର ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ମିଶି ଏସ୍.ଏସ୍. କୋରିଆ ବ୍ୟାଚ ସହ ଭାରତ ଅଭିମୁଖେ ସମୁଦ୍ରପଥରେ ଯାତ୍ରା ଆରମ୍ଭ କରିଥିଲେ । ପରେ ସେମାନେ ଏସ୍.ଏସ୍. କୋରିଆରୁ ସିଙ୍ଗାପୁରଠାରେ ତୋଶା ମାରୁରେ ଯାତ୍ରା କରିଥିଲେ । ଭାରତ ପହଞ୍ଚିଲାପରେ ସେମାନେ କିଛି ଅନ୍ୟାନ୍ୟ କର୍ମକର୍ତ୍ତଙ୍କ ସହିତ ପଞ୍ଜାବଜଳନ୍ଧର, ହୋସିଆରପୁର, କପୂରଥାଲା ଆଦି ଗାଆଁମାନଙ୍କରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହି ଲୋକମାନଙ୍କୁ ଏକାଠି କରିବା ଆରମ୍ଭ କରିଥିଲେ । ଫଳରେ ଭାରତର ସ୍ୱାଧୀନତା ପାଇଁ ସେମାନେ ଅସ୍ତ୍ରଶସ୍ତ୍ର ଧରି ସିଧାସଳଖ ଇଂରେଜ ସରକାର ବିରୁଦ୍ଧରେ ସମ୍ମୁଖ ଲଢ଼େଇ କରିପାରିବେ ।[୩]

ସ୍ୱାଧୀନତା ସଂଗ୍ରାମ ଲଢ଼େଇ ଭିତରେ ଗୁଲାବଙ୍କୁ ଇଂରେଜମାନେ ବନ୍ଦୀ କରିନେଇଥିଲେ ଏବଂ ଦେଶ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଇଂରେକ ସରକାରଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଯାଇଥିଲା ।[୧] ଗୁଲାବଙ୍କୁ ସେତେବେଳେ ବ୍ରିଟିଶ ଭାରତ ଅଧୀନସ୍ଥ ଲାହୋରଠାରେ ବନ୍ଦୀ କରି ରଖାଯାଇଥିଲା, ଯାହାକି ଏବେ ପାକିସ୍ତାନରେ ଅବସ୍ଥିତ ।[୨]

ଗୁଲାବ କୌରଙ୍କ ଜୀବନୀ ତଥା ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଲଢ଼େଇ ଉପରେ ଏକ ପଞ୍ଚାବୀ ବହି ''ଗଦର ଦି ଧୀ ଗୁଲାବ କୌର'' ୨୦୧୪ ମସିହାରେ ପ୍ରକାଶ ପାଇଥିଲା, ଯାହାର ରଚନା କରିଥିଲେ ଏସ୍ କେଶର ସିଂହ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Gulab Kaur-A Great Punjabi Woman". Uddari Weblog. Retrieved 2015-06-28.
  2. ୨.୦ ୨.୧ ୨.୨ "Trailblazers". SikhChic. Retrieved 2015-06-28.
  3. Gill, M. S. (2007). Trials that Changed History: From Socrates to Saddam Hussein (in ଇଂରାଜୀ). Sarup & Sons. ISBN 9788176257978.
  4. "ଆର୍କାଇଭ୍ କପି". Archived from the original on 2015-07-07. Retrieved 2019-02-14. {{cite web}}: Cite has empty unknown parameter: |1= (help)